ବାହାନଗା ରେଳ ଦୁର୍ଘଟଣା କରମଣ୍ଡଳ ଏକ୍ସପ୍ରେସର ଭୁଲ୍‌ ଗତି ଯୋଗୁଁ ହୋଇଥିବା ପ୍ରାଥମିକ ସୂଚନା

1 min read
Spread the love

ବାଲେଶ୍ୱର ଜିଲ୍ଲାର ବାହାନଗା ବଜାର ଷ୍ଟେସନ ନିକଟରେ ହୋଇଥିବା ରେଳ ଦୁର୍ଘଟଣା ସାରା ଦେଶକୁ ସ୍ତବଧ କରିଦେଇଛି। ଏହି ଦୁର୍ଘଟଣାକୁ ନେଇ ଉଭୟେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସମେତ ରେଳ ବିଭାଗ ତ୍ୱରିତ ପଦକ୍ଷେପ ନେଉଛନ୍ତି। ଘଟଣାସ୍ଥଳକୁ ବରିଷ୍ଠ ଅଧିକାରୀମାନେ ଗସ୍ତ କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ଘଟଣାସ୍ଥଲରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରିଛନ୍ତି। କିନ୍ତୁ ସବୁଠାରୁ ବଡ଼ କଥା ହେଉଛି ଏହି ଦୁର୍ଘଟଣ ଘଟଣା ଘଟିଲା କିପରି? ଶନିବାର ବରିଷ୍ଠ ରେଳବାଇ ଅଧିକାରୀଙ୍କ ପ୍ରାଥମିକ ଅନୁସନ୍ଧାନ ପରେ ଏହି ଦୁର୍ଘଟଣାର କାରଣ କରମଣ୍ଡଳ ଟ୍ରେନ୍‌ର ଭୁଲ୍‌ ରେଳ ଲାଇନରେ ଆସିବା ବୋଲି ଜଣାପଡ଼ିଛି। କେଉଁ କାରଣରୁ ନିର୍ଦ୍ଧାରିତ ରେଳ ରାସ୍ତାରେ ଦୁର୍ଘଟଣା ଗ୍ରସ୍ତ ଟ୍ରେନ୍‌ଟି ନ ଯାଇ ଭୁଲ୍‌ ରାସ୍ତାରେ ଯାଇଥିଲା ତାହା ଜଣାପଡ଼ିନାହିଁ। ଅନ୍ୟପକ୍ଷରେ ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌ଟି ଦୁର୍ଘଟଣାଗ୍ରସ୍ତ ହେବା ପୂର୍ବରୁ ଠିକ୍‌ଭାବେ ସିଗ୍‌ନାଲ ଦିଆଯାଇଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

error: Content is protected !!