ବାହାନଗା ଟ୍ରେନ ଦୁର୍ଘଟଣା : ଅନେକ ଟ୍ରେନ୍ ବାତିଲ ବା ଗତି ପଥ ପରିବର୍ତ୍ତନ
1 min read
ବାଲେଶ୍ୱର ଜିଲ୍ଲା ବାହାନଗା ନିକଟରେ ଘଟିଥିବା ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ବାଲେଶ୍ୱର ଭଦ୍ରକ ରେଳ ରାସ୍ତାରେ ରେଳ ସେବା ପ୍ରଭାବିତ ହୋଇଛି। ଆଜି ପାଇଁ ଏକାଧିକ ଏକ୍ସପ୍ରେସ ସହ ପାସେଞ୍ଜର ଟ୍ରେନ୍ ବାତିଲ କରାଯାଇଛି। ୯ଟି ଟ୍ରେନର ଗତିପଥ ସମ୍ପୂର୍ଣ୍ଣ ବଦଳା ଯାଇଛି ଏବଂ ୬ଟି ଟ୍ରେନର ଗତିପଥ ଆଂଶିକ ପରିବର୍ତ୍ତନ ହୋଇଛି।
ବାତିଲ ହୋଇଥିବା ଟ୍ରେନ୍ ଗୁଡ଼ି ହେଉଛି 18044 ଭଦ୍ରକ-ହାୱଡା ଏକ୍ସପ୍ରେସ୍, 20890 ତିରୁପତି-ହାୱଡା ଏକ୍ସପ୍ରେସ୍, 12551 ବାଙ୍ଗାଲୋର-କାମାକ୍ଷା ସୁପରଫାଷ୍ଟ,12864 ବାଙ୍ଗାଲୋର-ହାୱଡ଼ା ଏକ୍ସପ୍ରେସ୍ , 12253 ବାଙ୍ଗାଲୋର-ଭାଗଲପୁର ଅଙ୍ଗ ଏକ୍ସପ୍ରେସ୍, 08411 ବାଲେଶ୍ୱର-ଭୁବନେଶ୍ୱର ସ୍ପେଶାଲ, 08415/08416 ଜେନାପୁର-ପୁରୀ-ଜେନାପୁର, 08439 ପୁରୀ-ପାଟନା ସ୍ପେଶାଲ ,12666 କନ୍ୟାକୁମାରୀ-ହାୱଡା ଏକ୍ସପ୍ରେସ୍ ,08031 ବାଲେଶ୍ୱର-ଭଦ୍ରକ ସ୍ପେଶାଲ, 08032 ଭଦ୍ରକ-ବାଲେଶ୍ୱର ସ୍ପେଶାଲ,08063 ଖଡଗପୁର-ଭଦ୍ରକ ସ୍ପେଶାଲ୍,08064 ଭଦ୍ରକ-ଖଡଗପୁର ସ୍ପେଶାଲ୍,18045 ଶାଲିମାର-ହାଇଦ୍ରାବାଦ ଇଷ୍ଟ କୋଷ୍ଟ ଏକ୍ସପ୍ରେସ, 20889 ହାୱଡା-ତିରୁପତି ଏକ୍ସପ୍ରେସ,12245 ହାୱଡା-ବାଙ୍ଗାଲୋର ଦୁରୋନ୍ତୋ ଏକ୍ସପ୍ରେସ,12703 ହାୱଡା-ସିକନ୍ଦରାବାଦ ଫାଲକନାମା ଏକ୍ସପ୍ରେସ,22895 ହାୱଡା-ପୁରୀ ବନ୍ଦେ ଭାରତ ଏକ୍ସପ୍ରେସ,2896 ପୁରୀ-ହାୱଡା ବନ୍ଦେ ଭାରତ ଏକ୍ସପ୍ରେସ୍,18038 ଯାଜପୁର କେନ୍ଦୁଝର ରୋଡ-ଖଗଡପୁର ଏକ୍ସପ୍ରେସ, 12891 ବାଙ୍ଗିରିପୋଷି-ପୁରୀ ଏକ୍ସପ୍ରେସ୍, 22890 ପୁରୀ-ଦୀଘା ଏକ୍ସପ୍ରେସ୍ ଓ 22889 ଦୀଘା-ପୁରୀ ଏକ୍ସପ୍ରେସ୍।
ଗତିପଥ ପରିବର୍ତ୍ତନ ହୋଇଥିବା ଟ୍ରେନ ଗୁଡ଼ିକ ହେଲା- 18420 ନଂ ଟ୍ରେନ୍ ଜୟନଗର-ପୁରୀ ଏକ୍ସପ୍ରେସ୍ ଜଖପୁରା ଦେଇ ଯିବ। ସେହିପରି 15630 ନଂ ଟ୍ରେନ୍ ସିଲଘଟ ଟାଉନ-ତମ୍ବାମ୍ବର ଏକ୍ସପ୍ରେସ ରାଉରକେଲା ଦେଇ ଯିବ। ପାଟନା ଏର୍ଣ୍ଣାକୁଲମ ଏକ୍ସପ୍ରେସ 22644 ରାଉରକେଲା ଦେଇ ଯିବ। ଦକ୍ଷିଣପୂର୍ବ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଟ୍ରେନ୍ର ଗତିପଥ ଓ ବାତିଲ ଶନିବାର ଅର୍ଥାତ୍ ଜୁନ୍ ୩ ତାରିଖ ଦିନ ପାଇଁ ହୋଇଛି। ଏହାପରେ ସ୍ଥିତିକୁ ଦେଖି ଆସନ୍ତା ଜାଲି ପାଇଁ ପରବର୍ତ୍ତୀ ସମୟରେ ଆବଶ୍ୟକ ସୂଚନା ଦିଆଯିବ।