ଚଳିତ ମାସ ୨୪ ତାରିଖରେ ମରାମତି କାର୍ଯ୍ୟ ପାଇଁ ରାଉରକେଲା-ଝାରସୁଗୁଡ଼ା ରେଳ ରାସ୍ତାରେ ପ୍ରଭାବିତ ହେବ ଏକାଧିକ ଟ୍ରେନ୍‌

1 min read
Spread the love

ଚକ୍ରଧରପୁର ରେଳ ଡିଭିଜନ୍‌ ଅନ୍ତର୍ଗତ କାଂସବାହାଲ ଓ ରାଜଗାଙ୍ଗପୁର ରେଳ ଷ୍ଟେସନ ମଧ୍ୟରେ କେତେକ ମରାମତି ଓ ଅନ୍ୟାନ୍ୟ ନିର୍ମାଣ ସମ୍ପର୍କୀତ କାର୍ଯ୍ୟ ପାଇଁ ଆସନ୍ତା ୨୪ ତାରିଖ ଦିନ ଏକାଧିକ ଏକ୍ସପ୍ରେସ ଟ୍ରେନ ଓ ଅନ୍ୟାନ୍ୟ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହେବ ବୋଲି ସୂଚନା ଦିଆଯାଇଛି। ରେଳବାଇ ପକ୍ଷରୁ ମିଳିଥିବା ସୂଚନା ମୁତାବକ ମଇ ୨୪ ତାରିଖ ଦିନ ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଭିନ୍ନ ମରାମତି ଓ ନିର୍ମାଣ ଆଦି କାର୍ଯ୍ୟ କରାଯିବ। ଏଥିପାଇଁ ୧୮୧୦୯ / ୧୮୧୧୦ ଟାଟା-ଇତ୍‌ୱାରି-ଟାଟା ସ୍ୱତନ୍ତ୍ର ଟ୍ରେନ୍‌, ୦୮୧୬୭-୦୮୧୬୮ ରାଉରକେଲା-ଝାରସୁଗୁଡ଼ା-ରାଉରକେଲା ପାସେଞ୍ଜର , ୧୮୧୧୩/୧୮୧୧୪ ଟଟା-ବିଳାସପୁର-ଟାଟା ଏକ୍ସପ୍ରେସ, ୧୮୧୨୫/୧୮୧୨୬ ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ, ୧୮୧୦୭/୧୮୧୦୮ ରାଉରକେଲା-ଜଗଦଲପୁର-ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ, ୧୮୧୭୫/୧୮୧୭୬ ଝାରସୁଗୁଡ଼ା-ହାଟିଆ-ଝାରସୁଗୁଡ଼ା ମେମୁ ଟ୍ରେନ ସମେତ ମୁମ୍ବାଇ -ହାଓଡ଼ା-ମୁମ୍ବାଇ ଦୁରନ୍ତୋ ଟ୍ରେନ୍‌ ୨୪ ତାରିଖ ଦିନ ବାତିଲ ରହିବ।  

ସେହିଭଳି ୨୩ ତାରିଖ ଦିନ ଆରମ୍ଭ ହେଉଥିବା ୨୨୫୧୧ ଲୋକମାନ୍ୟତିଳକ-କାମାକ୍ଷା ସାପ୍ତାହିକ ଏକ୍ସପ୍ରେସ, ୨୪ ତାରିଖ ଦିନ ଆରମ୍ଭ ହେଉଥିବା ୧୮୩୧୧ ସମ୍ବଲପୁର – ବାରାଣସୀ ଏକ୍ସପ୍ରେସ ପରିବର୍ତ୍ତିତ ସମୟରେ ଚାଲିବ।  ଏହା ସହିତ ୨୩ ତାରିଖ ଦିନ ଆରମ୍ଭ ହେଉଥିବା ରିଶିକେଶ –ପୁରୀ ଉତ୍କଳ ଏକ୍ସପ୍ରେସ ୨୩ ତାରିଖ ଦିନ ପରିବର୍ତ୍ତିତ ସମୟରେ ଚାଲିବ।  ଏହା ବ୍ୟତୀତ ୨୪ ତାରିଖ ଦିନ ଆରମ୍ଭ ହେବାକୁ ଥିବା ହାଓଡ଼ା-ଟିଟିଲାଗଡ଼ ଇସ୍ପାତ ଏକ୍ସପ୍ରେସର ଗତିପଥ ହାଓଡ଼ା-ଚକ୍ରଧରପୁର-ହାଓଡ଼ା ମଧ୍ୟରେ ଚାଲିବ। ସେହିଭଳି କଣ୍ଟାବାଝି-ହାଓଡ଼ା ଏକ୍ସପ୍ରେସ ୨୪ ତାରିଖ ଦିନ କଣ୍ଟାବାଞ୍ଝି-ଝାରସୁଗୁଡ଼ା-କଣ୍ଟାବାଞ୍ଝି ମଧ୍ୟରେ ଚାଲିବ। ୨୩ ତାରିଖ ଦିନ ଆରମ୍ଭ ହେଉଥିବା ରାଜେନ୍ଦ୍ର ନଗର-ଦୁର୍ଗ ଦକ୍ଷିଣ ବିହାର ଏକ୍ସପ୍ରେସ ରାଜେନ୍ଦ୍ରନଗର-ରାଉରକେଲା-ରାଜେନ୍ଦ୍ର ନଗର ଚାଲିବ ଓ ୨୪ ତାରିଖ ଦିନ ଏହା ରାଉରକେଲାରୁ ଦୁର୍ଗ ମଧ୍ୟରେ ବାତିଲ ରହିବ। ଏହା ବ୍ୟତୀତ ବିଭିନ୍ନ ମାଲଗାଡ଼ି ଚଳାଚଳ ମଧ୍ୟ ୨୪ ତାରିଖ ଦିନ ପ୍ରଭାବିତ ହେବ। ଏ ନେଇ ରେଳବାଇ ପକ୍ଷରୁ ଯାତ୍ରୀମାନଙ୍କୁ ସୂଚନା ଦିଆଯାଉଛି।

Leave a Reply

Your email address will not be published. Required fields are marked *

error: Content is protected !!