ଚକ୍ରଧରପୁର ରେଳ ମଣ୍ଡଳ ଅନ୍ତର୍ଗତ ନିର୍ମାଣ କାର୍ଯ୍ୟ ଯୋଗୁଁ କିଛି ଟ୍ରେନ୍‌ ଚଳାଚଳ ପ୍ରଭାବିତ ନେଇ ସୂଚନା

1 min read
Spread the love

ମୁମ୍ବାଇ-ହାଓଡ଼ା ରେଳ ରାସ୍ତାର ଚକ୍ରଧରପୁର ରେଳ ମଣ୍ଡଳ ଅନ୍ତର୍ଗତ କେତେକ ସ୍ଥାନରେ ମରାମତି ଓ ନିର୍ମାଣ କାର୍ଯ୍ୟ ଯୋଗୁଁ କିଛି ଟ୍ରେନ୍‌ର ଚଳାଚଳ ପ୍ରଭାବିତ ହେବ ବୋଲି ରେଳବାଇ ପକ୍ଷରୁ ସୁଚନା ଦିଆଯାଇଛି। ସୂଚନା ମୁତାବକ ମଇ ୧୨ ତାରିଖ ଦିନ ଚକ୍ରଧରପୁର-ଟାଟା-ଚକ୍ରଧରପୁର ୦୮୦୧୩ ଏବଂ ୦୮୦୧୪ ଟ୍ରେନ ବାତିଲ ହୋଇଛି। ସେହିପରି ୦୮୧୦୭ ଏବଂ ୦୮୧୦୮ ରାଉରକେଲା-ଚକ୍ରଧରପୁର-ରାଉରକେଲା ଟ୍ରେନ୍‌ ସହିତ ୧୮୧୦୯ ଏବଂ ୧୮୧୧୦ ଟାଟା-ଇତ୍‌ୱାରୀ-ଟଟା ଏକ୍ସପ୍ରେସ ଟ୍ରେନ ୧୨ ତାରିଖ ବାତିକ ରହିବ। ଅନ୍ୟପକ୍ଷରେ ୨୨୮୬୧ ହାଓଡ଼ା-କଣ୍ଟାବାଞ୍ଝି ଏକ୍ସପ୍ରେସ ୧୨ ତାରିଖ ଦିନ ଚକ୍ରଧରପୁର ପର୍ଯ୍ୟନ୍ତ  ଚାଲିବା ସହିତ ଟ୍ରେନ୍‌ଟି ସେହିଦିନ ପାଇଁ ଚକ୍ରଧରପୁର ହାଓଡ଼ା ଯିବ। ସେହିଭଳି ୨୨୮୬୨ କଣ୍ଟାବାଞ୍ଝି-ହାଓଡ଼ା ଟ୍ରେନ୍‌ କଣ୍ଟାବାଞ୍ଝି ଓ ରାଉରକେଲା ମଧ୍ୟରେ ୧୨ ତାରିଖ ପାଇଁ ଚାଲିବ। ସେହିଭଳି ୦୮୧୬୪ ରାଉରକେଲା –ଚକ୍ରଧରପୁର ମେମୁ ଟ୍ରେନ ୧୨ ତାରିଖ ଦିନ ରଉରକେଲାରୁ ଅପରାହ୍ଣ ୪ଟା ୨୦ ବଦଳରେ ସନ୍ଧ୍ୟା ୫ଟା ୨୦ ମିନିଟ୍‌ରେ ଛାଡ଼ିବ ବୋଲି ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!