କଳିଙ୍ଗ ମିଡ଼ିଆ ସମ୍ମାନ-୨୦୨୩ ସମ୍ମାନ ପ୍ରଦାନ ସମାରୋହ ଆୟୋଜିତ

1 min read
Spread the love

ଭୁବନେଶ୍ୱରର ଧଉଳି ନିକଟସ୍ଥ ଜିଆଇଏଏମ୍‌ କଲେଜ ପ୍ରେକ୍ଷାଳୟରେ କଳିଙ୍ଗ ମିଡ଼ିଆ ସମ୍ମାନ-2023 ସମ୍ମାନ ପ୍ରଦାନ ସମାରୋହ ଆୟୋଜିତ ହୋଇଯାଇଛି। ଏଥିରେ ରାଜ୍ୟର ଖ୍ୟାତନାମା ବାର୍ଷିଆନ ସାମ୍ବାଦିକ ଶ୍ରୀରାମ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାହିତ୍ୟ, ପରିବେଶ, ଶିକ୍ଷା ଏବଂ ସାମ୍ବାଦିକ ସଂଗଠନ ବିଭାଗରେ ଚୟନ କରାଯାଇଥିବା ଚାରି ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ କଳିଙ୍ଗ ମିଡ଼ିଆ ସମ୍ମାନ -2023ରେ ସମ୍ମାନିତ କରିଥିଲେ। ଏଥିରେ ସାହିତ୍ୟ ପାଇଁ ମୟୁରଭଞ୍ଜ ଜିଲ୍ଲାର ବରିଷ୍ଠ ସାହିତ୍ୟିକ ତଥା କରଞ୍ଜିଆ ସ୍ଥିତ କାଦଡିହା ଡ଼ିଗ୍ରୀ କଲେଜର ପ୍ରିନସିପାଲ ଡ଼ଃ ଭାଗବତ ଲେଙ୍କା, ପରିବେଶ ପାଇଁ ଆମେରିକା ସ୍ଥିତ ଭାର୍ଜିନିଆ ୟୁନିଭର୍ସିଟିର ବିଶିଷ୍ଟ ବୈଜ୍ଞାନିକ ଡ଼ଃ ରଞ୍ଜିତ କୁମାର ସାହୁ, ପିଲାଙ୍କ ଶିକ୍ଷା ପାଇଁ ଜିଆଇଇଏମର ଅଧ୍ୟକ୍ଷା ସୁପ୍ରିୟା ସାହୁ ଏବଂ ସାମ୍ବାଦିକ ସଂଗଠନ ପାଇଁ ରାଜ୍ୟର ବରିଷ୍ଠ ସାମ୍ବାଦିକ ନିରଞ୍ଜନ ବିଶ୍ୱାଳ ଙ୍କୁ ସମ୍ମାନିତ କରାଯାଇଛି। କଳିଙ୍ଗ ମିଡ଼ିଆ ସର୍ଭିସେସର ସଭାପତି ତଥା ଓଡିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଗୋକୁଳାନନ୍ଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ବରିଷ୍ଠ ସାମ୍ବାଦିକ ଗୁଣଗ୍ରାହୀ ସାହୁ ମୁଖ୍ୟବକ୍ତା ଭାବେ ଯୋଗ ଦେଇ କଳିଙ୍ଗ ମିଡ଼ିଆର ସମସ୍ତ ସାମ୍ବାଦିକଙ୍କୁ ନିଜର ସୀମା ମଧ୍ୟରେ ରହି ସାମ୍ବାଦିକତା ବୃତ୍ତିକୁ ଆଦରି ନେବାକୁ ପରାମର୍ଶ ଦେଇଥିଲେ ।


ଏଥିରେ ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ଜିଲ୍ଲାର ନାଚୁଣୀ ଡିଗ୍ରୀ କଲେଜର ସଭାପତି ତଥା ଶିକ୍ଷାବିତ ଅରୁଣ କୁମାର ଦାଶ, ଜିଆଇଇଏମର ଉପଦେଷ୍ଟା ପ୍ରଫେସର ସରୋଜ କାନ୍ତ ସାହୁ ଯୋଗଦେଇ ସାମ୍ବାଦିକଙ୍କ ସମାଜ ପ୍ରତି ଦାୟିତ୍ୱବୋଧ ସମ୍ପର୍କରେ ଆଲୋକପାତ କରିଥିଲେ। କଳିଙ୍ଗ ମିଡ଼ିଆର ନିର୍ଦେଶକ ଡ଼ଃ ମହେଶ୍ୱର ସ୍ୱାଗତ ଭାଷଣ ଦେଇଥିବା ବେଳେ ସାମ୍ବାଦିକ ମାନସ ବିଶ୍ୱାଳ, ତାପସ ପରିଡା ପ୍ରମୁଖ ସାମ୍ବାଦିକତା ପାଠ୍ୟକ୍ରମ ସମ୍ପର୍କରେ ନିଜର ଅଭିଜ୍ଞତା କହିଥିଲେ । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ୩୮ ଜଣ ସାମ୍ବାଦିକ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମର ସଂଯୋଜନା ସାମ୍ବାଦିକ ଜ୍ଞାନ ଚାନ୍ଦ ମଲ୍ଲିକ କରିଥିବା ବେଳେ ସାମ୍ବାଦିକ କଞ୍ଜମଣି ପ୍ରଧାନ, ଲିଜାଶ୍ରୀ ସାହୁ , ପ୍ରବୀଣ ପ୍ରଧାନ, ମଧୁସ୍ମିତା ରାଉତ ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!