ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଉତ୍କଳ ଏକ୍ସପ୍ରେସ୍ : ସୋନୁଆ ଓ ଟୁନିଆ ମଧ୍ୟରେ ରେଳ ରାସ୍ତାରେ ଫାଟ
1 min read
ହାଓଡ଼ା-ମୁମ୍ବାଇ ମୁଖ୍ୟ ରାସ୍ତାର ଚକ୍ରଧରପୁର ରେଳ ଡିଭିଜନ ଅଧିନସ୍ଥ ସୋନୁଆ ଓ ଟୁନିଆ ମଧ୍ୟରେ ଗୋଟିଏ ସ୍ଥନରେ ରେଳ ଧାରଣାରେ ଫାଟ ହୋଇଥିବା ଯୋଗୁଁ ଏକ ନିଶ୍ଚିତ ଦୁର୍ଘଟଣାରୁ ବର୍ତ୍ତିଯାଇଛି ପୁରୀ-ରିଶିକେଷ ଉତ୍କଳ ଏକ୍ସପ୍ରେସ। ମଙ୍ଗଳବାର ସକାଳ ପ୍ରାୟ ୮ଟା ସମୟରେ ଚକ୍ରଧରପୁର-ରାଉରକେଲା ରାସ୍ତାରେ ଯାଉଥିବା ଉତ୍କଳ ଏକ୍ସପ୍ରେସ ହଠାତ୍ ଟୁନିଆ ଷ୍ଟେସନ ନିକଟରେ ରହିଯାଇଥିଲା। ହଠାତ୍ ରେଳ ଯାତ୍ରୀମାନେ କିଛି ବୁଝିପାରି ନଥିଲେ।

ପରେ ରେଳ ଧାରଣାରେ ଏକ ଫାଟ ହୋଇଥିବା ଜଣାପଡ଼ିଥିଲା। ଏହାପରେ ରେଳ ଧାରଣା ମରାମତି ବ୍ୟବସ୍ଥା ହେବାପରେ କିଛି ସମୟ ବିଳମ୍ବରେ ପରେ ଟ୍ରେନ୍ ଗନ୍ତବ୍ୟ ପଥରେ ଯାତ୍ରା କରିଥିଲା। ରେଳବାଇର କିଛି ତଳ ସ୍ତରର କର୍ମଚାରୀଙ୍କ ଠିକ୍ ସମୟରେ ସାବଧାନତା ଯୋଗୁଁ ଏକ ନିର୍ଦ୍ଦିଷ୍ଟ ରେଳ ଦୁର୍ଘଟଣାରୁ ବର୍ତ୍ତିଯଇଛି ଉତ୍କଳ ଏକ୍ସପ୍ରେସ।