ସାଇନିଙ୍ଗ ରକର୍ସ ଏକାଡେମୀ ପକ୍ଷରୁ ଭୁବନେଶ୍ବରରେ ଫେସନ କ୍ରେଜ୍‌ ଆୟୋଜିତ

1 min read
Spread the love

ଭୁବନେଶରର ଏକ ହୋଟେଲ୍‌ରେ ଆୟୋଜିତ ହୋଇଯାଇଛି ସାଇଙ୍ଗ ରକର୍ସ ଏକାଡେମୀ ପକ୍ଷରୁ ଫେସନ କ୍ରେଜ୍‌୤ ଏଥିରେ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ୍ତ ଦାଶ, ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକ ସଚ୍ଚିକାନ୍ତ ଜେନା ଓ ବିନି ପଟ୍ଟନାୟକ, ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ ସ୍ଥିତ ପଟ୍ଟନାୟକ, କଳିଙ୍ଗ ଟିଭିର ସମିର ରଞ୍ଜନ ଦାସ, ଇଣ୍ଡିଆନ ବିୟୁଟିସିଆନ ୱେଲଫେଆର ସଂସ୍ଥାର ରାଜ୍ୟ ପ୍ରତିନିଧି ରୁପାଲି ସିହ୍ନା ପ୍ରମୁଖ ଅତିଥିଭାବେ ଯୋଗଦେଇଥିଲେ୤ ସାଇନିଙ୍ଗ ରକର୍ସ ଏକାଡେମୀର ପ୍ରତିଷ୍ଠାତା ଲୀନା ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ୫ଟି ବିଭିନ୍ନ ବର୍ଗର ଫେସନ ସୋ ଆୟୋଜିତ ହୋଇଥିଲା୤ ଓଲିଉଡ କଳାକାର ଜ୍ୟୋତିର୍ମୟୀ ନାୟକ ଓ ସଞ୍ଜୟ ମହାପାତ୍ର ଏହି ଅବସରରେ ରାମ୍ପ୍‌ରେ ଚାଲିଥିଲେ୤ ଏହା ସହିତ ଏହି ଅବସରରେ ବଧୁ ରୂପସଜ୍ଜା ପ୍ରତିଯୋଗିତା ଆୟୋଜନ କରାଯାଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା୤ ସାହିଲ ରାଜଙ୍କ ନୃତ୍ୟ ନିର୍ଦ୍ଦେଶନାରେ ହୋଇଥିବା ଏହି ସମସ୍ତ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିଲେ ସୁଭୋଜିତ ପଣ୍ଡା୤ ଏଥିରେ ନେସନ ଫାଷ୍ଟ ଟିଭିର ପ୍ରତିଷ୍ଠାତା ନିର୍ଦ୍ଦେଶକ ସଞ୍ଜୟ ସାହୁ ସ୍ବତନ୍ତ୍ର ଅତିଥିଭାବେ ଯୋଗଦେଇଥିଲେ୤ ଫେସନ ସୋ ତଥା ସୁନ୍ଦରୀ ପ୍ରତିଯୋଗିତାରେ ବିଚାରକଭାବେ ମମତା ପାଣିଗ୍ରାହୀ ଓ ପ୍ରବୀଣା ତ୍ରିପାଠୀ ଉପସ୍ଥିତ ଥିଲେ୤

Leave a Reply

Your email address will not be published. Required fields are marked *

error: Content is protected !!