ଏପ୍ରିଲ ୧୨ରୁ ୧୬ ଯାଏଁ ରାଜ୍ୟର ସବୁ ସ୍କୁଲ ଅଙ୍ଗନବାଡ଼ି ଛୁଟି

1 min read
Spread the love

ଏପ୍ରିଲ ୧୨ ତାରିଖ ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ରହିବ। ସ୍କୁଲଗୁଡ଼ିକ ସହିତ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ମଧ୍ୟ ଏହି ସମୟରେ ବନ୍ଦ ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାର ଏହି ଛୁଟି ଘୋଷଣା କରିଛନ୍ତି। ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। ପାନୀୟ ଜଳ ସୁପରିଚାଳନା ଓ କୋଭିଡ ପରିସ୍ଥିତି ଉପରେ ନଜର ରଖିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମଙ୍ଗଳବାର ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ଖରା ଓ ତାପମାତ୍ରା ଅନୁଭୁତ ହୋଇଛି। ରାଜ୍ୟର ୯ଟି ସହରର ତାପମାତ୍ରା ୪୦ ଡିଗ୍ରିକୁ ଅତିକ୍ରମ କରିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବାରିପଦାରେ ସର୍ବାଧିକ ତାପମାତ୍ରା ୪୦.୬ ଡିଗ୍ରି ରେକର୍ଡ ହୋଇଛି। ଅନ୍ୟପଟରେ ମାର୍ଚ୍ଚ ମାସରେ ଖରାର ପ୍ରଭାବ ଜଣାପଡ଼ି ନଥିଲା ବେଳେ ଏପ୍ରିଲ ୨ୟ ସପ୍ତାହରୁ ପୁଣି ତାପମାତ୍ରା ବଢ଼ିଯାଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!