ରାଉରକେଲା ଇସ୍ପାତ କାରଖାନାର ସିଣ୍ଟରିଂ ପ୍ଲାଣ୍ଟ ବିଭାଗର ସର୍ବକାଳୀନ ଶ୍ରେଷ୍ଠ ବାର୍ଷିକ ଉତ୍ପାଦନ
1 min read
ରାଉରକେଲା ଇସ୍ପାତ କାରଖାନାର ସିଣ୍ଟରିଙ୍ଗ ପ୍ଳାଣ୍ଟ ବିଭାଗ ୨୦୨୨-୨୩ ଆର୍ଥିକ ବର୍ଷରେ ୭.୦୧୨ ନିୟୁତ ଟନ୍ ସିଣ୍ଟର ଉତ୍ପାଦନ ପୂର୍ବକ ଏହାର ସର୍ବକାଳୀନ ଶ୍ରେଷ୍ଠ ବାର୍ଷିକ ସିଣ୍ଟର ଉତ୍ପାଦନ ରେକର୍ଡ ହାସଲ କରିଛି। ଏଥିସମେତ ସିଣ୍ଟରିଂ ପ୍ଲାଣ୍ଟ-୨ ମଧ୍ୟ ଗତ ଆର୍ଥିକ ବର୍ଷରେ ସର୍ବାଧିକ ୨.୦୬ ନିୟୁତ ଟନ୍ ଉତ୍ପାଦନ ହାସଲ କରିଛି। ଉଲ୍ଲେଖଯୋଗ୍ୟ ଯେ ଆରଏସପିରେ ସିଣ୍ଟର ପ୍ରସ୍ତୁତିର ଯାତ୍ରା ସିଣ୍ଟରିଙ୍ଗ ପ୍ଳାଣ୍ଟ -୧ର କମିଶନିଙ୍ଗ ସହିତ ୧୯୬୫ ମସିହା ଫେବୃଆରୀ ମାସରେ ଆରମ୍ଭ ହୋଇଥିଲା। ଏହା ୧୯୯୬ ସେପ୍ଟେମ୍ବର ମାସରେ ସିଣ୍ଟର୍ ପ୍ଲାଣ୍ଟ-୨ ସ୍ଥାପନା ସହିତ ଉତ୍ପାଦନ ଆହୁରି ସୁଦୃଢ ହୋଇଥିଲା। ଏହା ପରେ, ୨୦୧୨ ଅପ୍ରେଲ ୧ ତାରିଖରେ ସିଣ୍ଟର୍ ପ୍ଲାଣ୍ଟ-୩ ଉତ୍ପାଦନ ଆରମ୍ଭ କରିବା ସହିତ ଏହାର ଗତି ଅଧିକ ଶକ୍ତିଶାଳୀ ହୋଇଥିଲା। ଆରଏସପିରେ ୧୦୦ ନିୟୁତ ଟନ ସିଣ୍ଟର ଉତ୍ପାଦନ ୨୦୧୮ ସେପ୍ଟେମ୍ବର ମାସରେ ହାସଲ କରାଯାଇଥିଲା। ଏଥିସମେତ ଶେଷ ୨୫ ନିୟୁତ ଟନ୍ ସିନର୍ ୩ ବର୍ଷ ୧୦ ମାସ ମଧ୍ୟରେ ଉତ୍ପାଦିତ ହୋଇଥିବାବେଳେ ଗତ ଏକ ବର୍ଷରେ ୭ ନିୟୁତ ଟନ୍ ରୁ ଅଧିକ ସିଣ୍ଟର ଉତ୍ପାଦନ ହୋଇଛି।

ଆରଏସପିର ସିଣ୍ଟରିଂ ପ୍ଲାଣ୍ଟରୁ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ସିଣ୍ଟର ଉତ୍ପାଦନର ପରିମାଣ ହେଉଛି ୧୨୯ ନିୟୁତ ଟନ। ବିଭାଗର ସଫଳତା ପାଇଁ ବିଭାଗର ସାମୁଦାୟିକଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଆରଏସପି ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ସିଣ୍ଟରିଙ୍ଗ ପ୍ଲାଣ୍ଟ-୩ ପରିଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସିଣ୍ଟରିଙ୍ଗ ପ୍ଲାଣ୍ଟ -୧,୨ ଓ ୩ର ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀ ତଥା ବହୁ ସଂଖ୍ୟକ ସିଜିଏମ, ବିଭାଗ ମୁଖ୍ୟ ଏବଂ ଟ୍ରେଡ ୟୁନିଅନ ଓ ଅଧିକାରୀ ସଂଘର ପ୍ରତିନିଧୀମାନେ ଉପସ୍ଥିତ ଥିଲେ। ଏହି ଉତ୍ସବ ପାଳନ ଉପଲକ୍ଷେ ଏକ କେକ କଟା ଯାଇଥିଲା। ଏହା ପରେ, ୧୨୯ ନିୟୁତ ଟନ ସିଣ୍ଟର ଉତ୍ପାଦନର ଶୁଭେଚ୍ଛା ବାର୍ତ୍ତା ସହିତ ଏକ ହିଲିୟମ୍ ବେଲୁନ୍ ଆକାଶରେ ଭାସମାନ ହୋଇଥିଲା। ଏହି ଅବସରରେ ଶ୍ରୀ ଭୌମିକ ସିଣ୍ଟରିଙ୍ଗ ପ୍ଳାଣ୍ଟ ବିଭାଗର ପୂର୍ବତନ ସିଜିଏମ ଆର.କେ.ମିତ୍ରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ପ୍ରଶଂସନୀୟ ସଫଳତା ପାଇଁ ଏସ ଆର ସୁର୍ଯ୍ୟବଂଶୀ, ପି କେ ସାହୁ, ଶ୍ରୀ ସୋମନାଥ ତ୍ରିପାଠୀ, ପି କେ ରଥ ଏବଂ ଏ କେ ବେହୁରିଆ ମଧ୍ୟ ସାମୂହିକଙ୍କୁ ଅଭିନନ୍ଦନ ଜଣାଇଥିଲେ। ସିଜିଏମ ସିଣ୍ଟର ବିଶ୍ଵ ରଞ୍ଜନ ପଲାଇଙ୍କ ନେତୃତ୍ୱରେ କର୍ମଚାରୀମାନେ ଶୀର୍ଷ ପ୍ରବନ୍ଧନର ସମସ୍ତ ଆଶାଆକାଂକ୍ଷା ପୂରଣ ପାଇଁ ସେମାନଙ୍କ ପ୍ରତିବଦ୍ଧତାକୁ ଦୋହରାଇଥିଲେ।