ବିଦ୍ୟାଳୟ ଶିକ୍ଷାର୍ଥୀମାନଙ୍କ ପାଇଁ ଏନ.ଆଇ.ଟି. ପରିସରରେ “ସ୍ମାର୍ଟ ସିଟି ନିର୍ମାଣରେ କୁତ୍ରିମ ବୁଦ୍ଧିମତାର ଭୂମିକା” କର୍ମଶାଳା ଆୟୋଜିତ

1 min read
Spread the love

ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ, ରାଉରକେଲା ଦ୍ଵାରା ଆୟୋଜିତ ଜନ ଭାଗୀଦାରୀ ଅଭିଯାନର ଏକାଦଶ ଦିନରେ ଅନୁଷ୍ଠାନ ଦ୍ଵାରା “ସ୍ମାର୍ଟ ସିଟି ନିର୍ମାଣରେ କୁତ୍ରିମ ବୁଦ୍ଧିମତାର ଭୂମିକା” ବିଷୟ ଉପରେ ଆୟୋଜିତ ହୋଇଯାଇଛି ଏକ କର୍ମଶାଳା। ରାଉରକେଲା ଓ ବନ୍ଧମୁଣ୍ଡା ସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହି କର୍ମଶାଳାରେ ଭାଗ ନେଇ ଭବିଷ୍ୟତର ସମାଜରେ କୁତ୍ରିମ ବୁଦ୍ଧିମତା କିପରି “ସ୍ମାର୍ଟ ସିଟି” ପରି ବିଶାଳ ପ୍ରକଳ୍ପ ଗଢ଼ିବାରେ ସହାୟକ ହେବ, ସେ ବିଷୟରେ ଜାଣିବାକୁ ପାଇଥିଲେ । ଅନୁଷ୍ଠାନରେ ଥିବା ଇଲେକ୍ଟ୍ରୋନିକ୍ସ ଓ ଯୋଗାଯୋଗ ବିଭାଗର ଅଧ୍ୟାପକ ତଥା ଗବେଷଣାରତ ଛାତ୍ରମାନେ ବି ଏହି କର୍ମଶାଳାର ଅଂଶ ହୋଇ ଶିକ୍ଷାର୍ଥୀମାନଙ୍କୁ ବର୍ତ୍ତମାନ ସମୟର ବିବିଧ ଜ୍ଞାନକୌଶଳ ବିଷୟରେ ଅବଗତ କରାଇଥିଲେ। କର୍ମଶାଳାର ଉଦ୍‌ଘାଟନ କରି ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ଵର ରାଓ କୁତ୍ରିମ ବୁଦ୍ଧିମତା ଆମକୁ ନିୟନ୍ତ୍ରଣ ନ କରୁ ତା ପ୍ରତି ଆମକୁ ଦୃଷ୍ଟି ଦେବାକୁ ପଡିବ ବୋଲି କହିଥିଲେ୤ ରାଷ୍ଟ୍ରର ସେବା କରିବାର ସାଧାରଣ ଲକ୍ଷ୍ୟ ପ୍ରତି ସମସ୍ତେ ସଂକଳ୍ପବଦ୍ଧ ହୁଅନ୍ତୁ ବୋଲି ସେ ଆହ୍ବାନ ଦେଇଥିଲେ୤

ଅନୁଷ୍ଠାନର ଜି-୨୦ ଜନ ଭାଗୀଦାରୀ କାର୍ଯ୍ୟକ୍ରମର ନୋଡ଼ାଲ ଅଧିକାରୀ ପ୍ରଫେସର ସ୍ନେହାଶିଷ ଚକ୍ରବର୍ତ୍ତୀ ଛାତ୍ରଛାତ୍ରୀମାନଙ୍କ ସହ ଅଧିକ ଆଲୋଚନା କରିବା ସହ କହିଥିଲେ କି ବର୍ତ୍ତମାନ ସମୟରେ କୁତ୍ରିମ ବୁଦ୍ଧିମତା ଯୋଗାଯୋଗ, ପାଣିପାଗ, ସ୍ଵାସ୍ଥ୍ୟ ପରି ଅନେକ କ୍ଷେତ୍ରର ଅଂଶବିଶେଷ। ଉନ୍ନତ ଜ୍ଞାନକୌଶଳ ଓ ଯନ୍ତ୍ରପାତି ବ୍ୟବହାର କରି କୁତ୍ରିମ ବୁଦ୍ଧିମତା ସହରମାନଙ୍କୁ ଅଧିକ ଦୃଢ଼ ଓ କାର୍ଯ୍ୟକ୍ଷମ କରିପାରିବ। ଅନୁଷ୍ଠାନର କୁଳସଚିବ

ପ୍ରଫେସର ରୋହନ ଧିମାନ, ଇଲେକ୍ଟ୍ରୋନିକ୍ସ ଓ ଯୋଗାଯୋଗ ବିଭାଗର ମୁଖ୍ୟ ପ୍ରଫେସର ଶାନ୍ତନୁ କୁମାର ବେହେରା, ପ୍ରଫେସର ସନ୍ତୋଷ କୁମାର ଦାସ, ପ୍ରଫେସର ସୁପ୍ରତିମ ଗୁପ୍ତା ପ୍ରମୁଖ ଏହି କର୍ମଶାଳାରେ ଭାଗ ନେଇଥିବା ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ପାଠପଢ଼ା ଜୀବନର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଇଲେକ୍ଟ୍ରୋନିକ୍ସ ଓ ଯୋଗାଯୋଗ ବିଭାଗର ଗବେଷଣାକାରୀ ଛାତ୍ରମାନେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ମାଧ୍ୟମରେ କୁତ୍ରିମ ବୁଦ୍ଧିମତା ପରି ଆଧୁନିକ ସମୟର ଅନେକ ଜ୍ଞାନକୌଶଳ ଉପରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନଙ୍କୁ ସୂଚନା ପ୍ରଦାନ କରିଥିଲେ। ଏହି କର୍ମଶାଳାରେ ପ୍ରାୟ ୧୦୦ ଜଣ ବିଦ୍ୟାର୍ଥୀ ଭାଗନେଇଥିଲେ୤

ଏହା ସହିତ ଜନ ଭାଗୀଦାରୀ ଅନ୍ତର୍ଗତ ଅନ୍ୟ ଏକ କାର୍ଯ୍ୟକ୍ରମରେ ମହିଳାଙ୍କ ଅଂଶଗ୍ରହଣକୁ ଅଧିକ କରିବାକୁ ଲକ୍ଷ୍ୟ ନେଇ ତଥା ସ୍ଥାୟୀ ବିକାଶ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ପରିସରର ସବୁଜ ଆବରଣ ବୃଦ୍ଧି ପାଇଁ ମହିଳା ହଷ୍ଟେଲରେ ଏକ ବୃକ୍ଷରୋପଣ ଅଭିଯାନ ମଧ୍ୟ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଫେସର ରାଓ ଜଳବାୟୁ ସଙ୍କଟକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ ଏବଂ ସମସ୍ତଙ୍କୁ ମୃତ୍ତିକା ଓ ଜଳ ସଂରକ୍ଷଣ କରିବାକୁ ଅନୁରୋଧ କରିଥିଲେ। ଏଥିରେ ଅନୁଷ୍ଠାନର ମୁଖ୍ୟ ସୁରକ୍ଷା ଅଧିକାରୀ ପ୍ରଫେସର ଅନିଲ ସିଂ, ମୁଖ୍ୟ ୱାର୍ଡେନ ପ୍ରଫେସର ନିରଂଜନ ପଣ୍ଡା, ୱାର୍ଡେନ ପ୍ରଫେସର ସନ୍ଧ୍ୟାରାଣୀ ବିଶ୍ଵାସ ସହକାରୀ ୱାର୍ଡେନ କେ. ରତ୍ନ ସୁଭାଷିନୀ ଏବଂ ହଷ୍ଟେଲର ଅନ୍ୟଛାତ୍ରୀମାନେ ଏହି ଅବସରରେ ବୃକ୍ଷରୋପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!