ଦକ୍ଷିଣପୂର୍ବ ରେଳବାଇର ଖେମାସୁଲି ଓ କୁସ୍ତାଉରଠାରେ ଚାଲିଥିବା ଆନ୍ଦୋଳନ ସ୍ଥଗିତ
1 min read
ଗତ ୫ ତାରିଖଠାରୁ ଦକ୍ଷିଣପୂର୍ବ ରେଳବାଇର ଖଡ଼ଗପୁର ଡିଭିଜନ୍ର ଖେମାସୁଲି ଓ ଆଦ୍ରା ଡିଭିଜନ୍ର କୁସ୍ତାଉରଠାରେ ଚାଲିଥିବା ଆନ୍ଦୋଳନ ସ୍ଥଗିତ ରଖାଯାଇଛି ରବିବାର ପୂର୍ବାହ୍ନରେ କୁସ୍ତାଉର ଓ ରାତ୍ରରେ ଖେମାସୁଲିଠାରେ ଆନ୍ଦୋଳନ ବନ୍ଦ ହୋଇଛି ଏହାଫଳରେ ମୁମ୍ବାଇ-ହାଓଡ଼ା -ମୁମ୍ବାଇ ସହିର ଟାଟା-ଆଦ୍ରା ଓ ହାଓଡ଼ା-ଆଦ୍ରା ରେଳ ରାସ୍ତାରେ ଆସନ୍ତା ୧୦ ତାରିଖଠାରୁ ଟ୍ରେନ ଚଳାଚଳ ସ୍ବାଭାବିକ ହେବ ବୋଲି ଆଶା କରାଯାଉଛି ପ୍ରାୟ ୫ ଦିନ ଧରି କୁଡ଼ମି ସମାଜ ପକ୍ଷରୁ ସେମାନଙ୍କ ଜାତିକୁ ଅନୁସୂଚୀତ ଜନଜାତି ବର୍ଗରେ ରଖାଯିବା ଦାବିକୁ ନେଇ ଆନ୍ଦୋଳନ ଚାଲିଥିଲା