ସଡ଼କ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ବିଧାୟକ ସାରଦା ପ୍ରସାଦ ନାୟକ
1 min read
ସଡ଼କ ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଲେ ବିଧାୟକ ସାରଦା ପ୍ରସାଦ ନାୟକ
ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକଙ୍କ କାର୍ ଶୁକ୍ରବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ୫୩ ନମ୍ବର ଜାତୀୟ ରାଜପଥର କାମାକ୍ଷାନଗର ଥାନା ଚୁଳିଆ ଗ୍ରାମ ନିକଟରେ ତାଙ୍କ କାର୍କୁ ଏକ ଭାରି ଯାନ ‘କ୍ରେନ୍’ ବା ଏସ୍କର୍ଟ ହାଇଡ୍ରା ଧକ୍କା ଦେଇଛି। କିନ୍ତୁ ବିଧାୟକ ଶ୍ରୀ ନାୟକ ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସୂଚନା ମୁତାବକ ବିଧାୟକ ଶ୍ରୀ ନାୟକ ରାଉରକେଲାରୁ ଭୁବନେଶ୍ବର ଅଭିମୁଖେ ଯାଉଥିଲେ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଚୁଳିଆ ଗ୍ରାମ ନିକଟ ୫୩ ନମ୍ବର ଜାତୀୟ ରାଜପଥରେ ଅପରାହ୍ଣ ପ୍ରାୟ ୩ଟା ସମୟରେ ଦୁର୍ଘଟଣା ଘଟିଥିଲା। ତାଙ୍କ କାରକୁ ଏକ କ୍ରେନ୍ଟି ଧକ୍କା ଦେଇଥିଲା। ଗାଡ଼ିରେ ବିଧାୟକଙ୍କ ସମେତ ତାଙ୍କ ପିଏସଓ ଏବଂ ଚାଳକ ଥିଲେ। ଗାଡ଼ିରେ ଥିବା ସମସ୍ତେ ସୁରକ୍ଷିତ ରହିଛନ୍ତି। କାର ଦୁର୍ଘଟଣା ପରେ ବିଧାୟକ ଅନ୍ୟ ଏକ ଗାଡ଼ିରେ ଭୁବନେଶ୍ବର ଯାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଧାୟକଙ୍କ ଫର୍ଚ୍ୟୁନର ଗାଡିସହ କ୍ରେନ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ।