ଦକ୍ଷିଣପୂର୍ବ ରେଳବାଇ ଅନ୍ତର୍ଗତ ଚକ୍ରଧରପୁର ଡିଭିଜନ୍‌ ଅନ୍ତର୍ଗତ ବିକାଶମୂଳକ କାର୍ଯ୍ୟ ପାଇଁ ଅନେକ ଟ୍ରେନ୍‌ ଚଳାଚଳ ବାତିଲ

1 min read
Spread the love

ଦକ୍ଷିଣପୂର୍ବ ରେଳବାଇ ଅନ୍ତର୍ଗତ ଚକ୍ରଧରପୁର ଡିଭିଜନ୍‌ ଅନ୍ତର୍ଗତ ବିକାଶମୂଳକ କାର୍ଯ୍ୟ ପାଇଁ ଅନେକ ଟ୍ରେନ୍‌ ଚଳାଚଳ ବାତିଲ ହେବ ବୋଲି ସୂଚନା ମିଳିଛି। ସୂଚନା ମୁତାବକ ରାଉରକେଲା ରେଳ ଷ୍ଟେସନ ଦେଇ ଚାଲିଥିବା ତୃତୀୟ ରେଳ ଲାଇନ ସମ୍ପର୍କୀତ ରେଳ ଧାରଣା ନିର୍ମାଣ ଓ ମରାମତି ନିମନ୍ତେ ରାଉରକେଲା ଦେଇ ଚଳାଚଳ କରୁଥିବା ବିଭିନ୍ନ ଟ୍ରେନ୍‌ ବାତିଲ କରାଯାଇଛି କିମ୍ବା ଗତିପଥ ପରିବର୍ତ୍ତନ କରାଯାଇଛି। ସେପ୍ଟେମ୍ବର ୨୯ ତାରିଖରୁ ନେଇ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ଚକ୍ରଧରପୁର-ରାଉରକେଲା-ଚକ୍ରଧରପୁର ମେମୁ, ଝାରସୁଗୁଡ଼ା-ରାଉରକେଲା-ଝାରସୁଗୁଡ଼ା ମେମୁ, ହାଟିଆ-ଝରାସୁଗୁଡ଼ା-ହାଟିଆ ମେମୁ ଟ୍ରେନ୍‌ ରହିଛି। ସେହିଭଳି 18125 / 18126 ନଂ ରାଉରକେଲା-ପୁରୀ-ରାଉରକେଲା ଏକ୍ସପ୍ରେସ, ରାଉରକେଲା-ଭୁବନେଶ୍ୱର-ରାଉରକେଲା ଇଣ୍ଟରସିଟି ଏକ୍ସପ୍ରେସ, ସମଲେସ୍ୱରୀ ଏକ୍ସପ୍ରେସ, ରାଜ୍ୟରାଣି ଏକ୍ସପ୍ରେସ, ଟାଟ-ବିଳାସପୁର-ଟାଟା ଏସପ୍ରେସ୍‌, ବିରମିତ୍ରପୁର-ବର୍ସୁଆଁ-ବିରମିତ୍ରପୁର ଟ୍ରେନ ଆଦି ସେପ୍ଟେମ୍ବର ୨୯ ତାରିଖରୁ ନେଇ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ।  ଏହା ସହିତ ଅନ୍ୟ କିଛି ସାପ୍ତାହିକ ତ୍ରେନ୍‌ ମଧ୍ୟ ବାତିଲ ରହିବ ବୋଲି ସୂଚନା ମିଳିଛି। ବହୁ ଚର୍ଚ୍ଚିତ ପୁରୀ-ରାଉରକେଲା-ପୁରୀ ବନ୍ଦେଭାରତ ଏକ୍ସପ୍ରେସ ୧୨, ୧୩ ଓ ୧୫ ଅକ୍ଟୋବର ଦିନ ବାତିଲ ରହିବ। 13288 ରାଜେନ୍ଦ୍ରନଗର-ଦୁର୍ଗ ଏକ୍ସପ୍ରେସ 29.09.2023 ରୁ 03.10.2023, 08.10.2023, 10.10.2023 ରୁ 14.10.2023 ପର୍ଯ୍ୟନ୍ତ ଏବଂ 13287 ଦୁର୍ଗ-ରାଜେନ୍ଦ୍ରନଗର ଏକ୍ସପ୍ରେସ 30.09.2023 ରୁ 04.10.2023, 09.10.2023, 11.10.2023 ରୁ 15.10.2023 ପର୍ଯ୍ୟନ୍ତ ଏବଂ 12871 ହାଓଡ଼ା-ଟିଟିଲାଗଡ ଏକ୍ସପ୍ରେସ 30.09.2023, 02.10.2023, 04.10.2023, 09.10.2023, 11.10.2023 ଏବଂ 14.10.2023 ଦିନ ବା ତିଲ ରହିବ। ସେହିଭଳି 22861 ହାୱରା – କଣ୍ଟାବାଞ୍ଝି ଏକ୍ସପ୍ରେସ 01.10.2023, 03.10.2023, 12.10.2023, 13.10.2023 ଏବଂ 15.10.2023 ରେ ବାତିଲ ହେବ। ଏହା ସହିତ 22862 କାଣ୍ଟାବାଞ୍ଝି-ହାଓଡ଼ା ଏକ୍ସପ୍ରେସ 30.09.2023, 02.10.2023, 04.10.2023, 09.10.2023, 11.10.2023, 13.10.2023 ଏବଂ 14.10.2023 ଏବଂ 18452 ନଂ ପୁରୀ-ହାଟିଆ ଏକ୍ସପ୍ରେସ 11.10.2023 ରୁ 14.10.2023 ପର୍ଯ୍ୟନ୍ତ ଓ 18451 ହାଟିଆ-ପୁରୀ ଏକ୍ସପ୍ରେସ 12.10.2023 ରୁ 15.10.2023 ପର୍ଯ୍ୟନ୍ତ  ବାତିଲ ରହିବ। ସେହିଭଳି 12870 ହାଓଡ଼ା- ମୁମ୍ବାଇ ଏକ୍ସପ୍ରେସ୍ 29.09.2023, 06.10.2023 ଏବଂ 13.10.2023 ରେ ଓ 12869 ମୁମ୍ବାଇ – ହାଓଡ଼ା ଏକ୍ସପ୍ରେସ 01.10.2023, 08.10.2023 ଏବଂ 15.10.2023 ରେ ବାତିଲ ରହିବ। 18005 ନଂ ହାୱଡ଼ା-ଜଗଦଲପୁର ଏକ୍ସପ୍ରେସ 11.10.2023 ରୁ 14.10.2023 ପର୍ଯ୍ୟନ୍ତ  ଓ 18006 ଜଗଦଲପୁର-ହାଓଡ଼ା ଏକ୍ସପ୍ରେସ 12.10.2023 ରୁ 15.10.2023 ପର୍ଯ୍ୟନ୍ତ ବାତିଲ ରହିବ। ସେହିଭଳି 18309 ନଂ ସମ୍ବଲପୁର-ଜାମ୍ମୁ ତାୱି ଏକ୍ସପ୍ରେସ 01.10.2023, 09.10.2023, 12.10.2023 ଏବଂ 14.10.2023 ରେ ଓ 18310 ଜାମ୍ମୁ ତାୱି -ସମ୍ବଲପୁର ଏକ୍ସପ୍ରେସ 10.10.2023, 12.10.2023 ଏବଂ 13.10.2023 ରେ  ବାତିଲ ରହିବ। ଏହା ସହିତ ପୁରୀ-ରିଶିକେଶ-ପୁରୀ ଉତ୍କଳ ଏକ୍ସପ୍ରେସ ୧୯ ସେପ୍ଟେମ୍ବରରୁ ୧୫ ଅକ୍ଟୋବର ପର୍ଯ୍ୟନ୍ତ  ରାଉରକେଲା-ଟାଟା ବଦଳରେ ଝାରସୁଗୁଡ଼ା-ସମ୍ବଲପୁର ରାସ୍ତାରେ ଯାତାୟତ କରିବ। ଏହା ବ୍ୟତୀତ ଅନ୍ୟ କିଛି ଟ୍ରେନର ଗତିପଥକୁ କାଟଛାଣ୍ଟ କରାଯାଇଛି। ଅନ୍ୟପକ୍ଷରେ ରେଳବାଇ ପକ୍ଷରୁ ମିଳିଥିବା ସୂଚନା ମୁତାବକ ରାଉରକେଲା ରେଳ ଷ୍ଟେସନର ଉନ୍ନତିକରଣ ସହିତ ନବୀକୃତ ଷ୍ଟେସନର ଉଦ୍‌ଘାଟନ ମଧ୍ୟ ଆସନ୍ତା ମାସରେ ହେବାକୁ ଯାଉଛି। ଏଥିପାଇଁ ନିର୍ମାଣ ଓ ଅନ୍ୟାନ୍ୟ କାର୍ଯ୍ୟ ଯୋର୍‌ସୋର୍‌ରେ ଚାଲିଥିବା ସୂଚନା ମିଳିଛି। ନବୀକୃତ ଷ୍ଟେସନ ଲୋକାର୍ପିତ ହେବା ପରେ ରେଳଯାତ୍ରିମାନେ ଅନେକ ଉନ୍ନତମାନର ଯାତ୍ରୀ ସୁବିଧା ପାଇବେ ବୋଲି ଆଶା କରାଯାଉଛି।  ଏହିସବୁକୁ ଦୃଷ୍ଟିରେ ରଖି ଯାତ୍ରୀମାନେ ନିଜ ନିଜର ଯାତ୍ରା ସମ୍ପର୍କରେ ଆଗୁଆ ବୁଝାବୁଝି କରିବାକୁ ରେଳବାଇ ପକ୍ଷରୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!