ଚଳିତ ମାସ ୨୦ ତାରିଖରେ ପୁରୀ-ରାଉରକେଲା ବନ୍ଦେ ଭାରତ ଟ୍ରେନ୍‌ର ଟ୍ରାଏଲ ରନ୍‌

1 min read
Spread the love

ରାଜ୍ୟରେ ଆଉ ଏକ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏଥିପାଇଁ ପ୍ରଥମ ଟ୍ରାଏଲ ରନ୍‌ ପୁରୀରୁ ତାଳଚେର ରୋଡ୍‌ ପର୍ଯ୍ୟନ୍ତ ଗଡ଼ି ସାରିଛି । ଏହାପରେ ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୨୦ ତାରିଖ ଅର୍ଥାତ୍‌ ନୂଆଖାଇ ଅବସରରେ ପୁରୀ – ରାଉରକେଲା-ପୁରୀ ମଧ୍ୟରେ ଟ୍ରେନ୍‌ର ଆଉ ଏକ ଟ୍ରାଏଲ ରନ୍‌ ହେବାକୁ ଯାଉଛି। ଏ ନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଟ୍ରେନ୍‌ ରାଉରକେଲାରୁ ଅପରାହ୍ଣ ୨ଟା ୧୦ ମିନିଟ୍‌ରେ ବାହାରି ରାତ୍ର ୯ଟା ୪୦ ରେ ପହଞ୍ଚିବ। ସେହିଭଳି ସକାଳ ୫ଟାରେ ପୁରୀରୁ ବାହାରିବାକୁ ଥିବା ଟ୍ରେନ୍‌ ରାଉରକେଲାରେ ଅପରାହ୍ଣ ୧୨ଟା ୪୫ରେ ପହଞ୍ଚିବ। ପୁରୀ ଓ ରାଉରକେଲା ମଧ୍ୟରେ ଏହି ଟ୍ରେନ୍‌ ଖୋର୍ଦ୍ଧା ରୋଡ୍‌, ଭୁବନେଶ୍ୱର, କଟ୍, ଢେଙ୍କାନାଳ, ଅନୁଗୁଳ, କେରଜଙ୍ଗ, ସମ୍ବଲପୁର ସିଟି ଓ ଖାରସୁଗୁଡ଼ାରେ ରହିବ ବୋଲି ସୂଚନା ଦିଆଯାଇଛି। ଚଳିତ ମାସ ଶେଷ ସୁଦ୍ଧା ଏହା ପୁରୀ ଓ ରାଉରକେଲା ମଧ୍ୟରେ ଚାଲିପାରେ ବୋଲି ଜଣାପଡ଼ିଛି। ଟ୍ରେନ୍‌ର ଏହି ଟ୍ରାଏଲ ରନ୍‌ ସମୟରେ ରେଳବାଇ ଅଧିକାରୀ ଓ କର୍ମଚାରୀଙ୍କ ବ୍ୟତୀତ ଅନ୍ୟ କେହି ଯାତ୍ରା କରିପାରିବେ ନାହିଁ ବୋଲି ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

error: Content is protected !!