କୁଏତରେ ଭାରତୀୟ ପ୍ରବାସୀ ପରିଷଦ ସଙ୍ଘର ନିର୍ବାଚନ: ନବ ନିର୍ବାଚିତ ସଭାପତି ବିଶ୍ଵ ରଞ୍ଜନ ସାହୁଙ୍କ ଦାୟିତ୍ବ ଗ୍ରହଣ

1 min read
Spread the love

ଶ୍ରୀଯୁକ୍ତ  ସାହୁ, କୁଏତ ବିଭିନ୍ନ ସାମାଜିକ ଓ ଜନ କଲ୍ୟାଣ ଅନୁଷ୍ଠାନ ରେ ଜଡିତ ହେବା ସହିତ ଓଡ଼ିଶା ର ସଂକୃତି, କଳା, ଭାସ୍କରଯ୍ୟ କୁ ବିଦେଶରେ ବେଶ୍ ପ୍ରତିଫଳିନ କରିଛନ୍ତି ତା ସହିତ କରୋନା ସମୟରେ ପ୍ରବାସୀ ଓଡ଼ିଆ ଓ ଅଣ ଓଡିଆ ଙ୍କୁ ଭାରତରେ ରେ ପହଂଚାଇବା ତା ସହିତ ପ୍ରବାସୀ ଭାରତୀୟଙ୍କର ଅସହାୟ ଓ ଅସୁବିଧା ସମୟରେ ସୁଖ – ଦୁଃଖ ର ସାଥୀ ରୂପେ ପରିଚିତ। ତାଙ୍କର ନିସ୍ଵାର୍ଥ ପର ସେବା ଭାବରେ ଅସହାୟଙ୍କ ନିକଟତର ହୋଇ ସହାୟତା କରିଥାନ୍ତି । ଏହା ଫଳରେ ପ୍ରବାସୀ ଭାରତୀୟ ର ଦୀର୍ଘ ୨୦ ବର୍ଷ ଧରି ବିଶ୍ୱାସ ଓ ଭରଷାର ପରିଚୟ ସୃଷ୍ଟି କରିପାରିଛନ୍ତି । ଶ୍ରୀ ସାହୁ,  ଆନ୍ତର୍ଜତୀୟ ମାନବ ଅଧିକାର ରକ୍ଷକ ସଂସ୍ଥା ରେ ପ୍ରମୁଖ ଦାୟିତ୍ୱ ତୁଲାଇଛନ୍ତି । ଆନ୍ତର୍ଜତୀୟ ମାନବ ଅଧିକାର ରକ୍ଷକ ସଂସ୍ଥା  – ଜାତିସଂଘ ର ଅନୁଦାନପ୍ରାପ୍ତ ଇକୋସୋକ୍ – ସାମାଜିକ-ଅର୍ଥନୈତିକ – ବିକାଶ କ୍ଷେତ୍ର ରେ ଏକ ବିଶେଷ ଏଞ୍ଜିଓ ସଂସ୍ଥା ରୂପେ ପରିଚିତ । ଏହି ସଂସ୍ଥା ଜାତି, ଧର୍ମ, ବର୍ଣ୍ଣ ବିନା ଭେଦ ଭାବରେ, ଏହା ସମଗ୍ରମାନବ ଙ୍କ ମଧ୍ୟରେ ସ୍ନେହ ଓ ମମତା, ନିରାପତ୍ତା ଓ ସାମାଜିକ ଓ ଅର୍ଥନ୍ୟେତିକ ପ୍ରଗତି ହାସଲ କରିବା ରେ ସମାଜରେ ପ୍ରୋତ୍ସାହିତ କରିଛି । ଉପସାଗରୀୟ ଦେଶ-କୁଏତର ଭାରତୀୟ ପ୍ରବାସୀ ସଙ୍ଘ  ପକ୍ଷରୁ ବିଶ୍ଵ ରଞ୍ଜନ ସାହୁ ଭାରତୀୟ ପ୍ରବାସୀ ଓଡ଼ିଶା ସଂଘ ର ସଭାପତି ରୂପେ ନିର୍ବାଚିତ ସହିତ, ଭାରତୀୟ ପ୍ରବାସୀ ପରିଷଦ ର ସାମାଜିକ, ଜନ-କଲ୍ୟାଣ ର  କେନ୍ଦ୍ରୀୟ ବୋର୍ଡ ରେ ମୁଖ୍ୟ-ସଂଜଯୋକ, ସଙ୍ଘ ର ନର୍ଥ ଈଷ୍ଟ୍ ଇଣ୍ଡିଆ ର ସଂଯୋଜକ ଦାୟିତ୍ଵ ଗ୍ରହଣ କରିଛନ୍ତି । ଏହା ସହିତ ବିଶ୍ଵ ଓଡିଶା ସମାଜ ସଙ୍ଘ କୁଏତରେ, ସଭାପତି ରୁପେ ନିର୍ବାଚିତ କରାଯାଇଅଛି । ଶ୍ରୀଯୁକ୍ତ ବିଶ୍ବ ରଂଜନ ସାହୁ, ବିଶ୍ଵ ର ଆନ୍ତର୍ଜତୀୟ ସାଧାରଣ ସମ୍ପାଦକ ର ର ଦାୟିତ୍ୱ ସହିତ, ଗଲ୍ଫ ଦେଶର ଆନ୍ତର୍ଜତୀୟ ମାନବ ଅଧିକାର ରକ୍ଷକ ସଂସ୍ଥାର ସଭାପତି ର ଦାୟିତ୍ୱ ଗ୍ରହଣ  କରିଛନ୍ତି । ଅବଶ୍ୟ ସେ ନିଜର ବହୁମୂଲ୍ୟ ଓ କଠିନ ପରିଶ୍ରମ ମଧ୍ୟରେ ସମଗ୍ର ପ୍ରବାସୀ ଭାରତୀୟ ଙ୍କ ମଧ୍ୟରେ,  ଜଣେ ସକ୍ରିୟ ବନ୍ଧୁ ରୂପେ ପରିଚିତ।

Leave a Reply

Your email address will not be published. Required fields are marked *

error: Content is protected !!