ଇସ୍ରୋର ବରିଷ୍ଠ ବୈଜ୍ଞାନିକମାନଙ୍କ ଦ୍ୱାରା ଏନଆଇଟି ରାଉରକେଲାରେ ମହାକାଶ ପ୍ରଯୁକ୍ତି ବିଦ୍ୟା ଇନକ୍ୟୁବେସନ୍ ସେଣ୍ଟରରେ ଚାଲିଥିବା ପ୍ରକଳ୍ପର ସମୀକ୍ଷା
1 min read
ମହାକାଶ ପ୍ରଯୁକ୍ତି ବିଦ୍ୟା ଇନକ୍ୟୁବେସନ୍ ସେଣ୍ଟର (ଏସଟିଆଇସି) ଏନଆଇଟି ରାଉରକେଲାର ତୃତୀୟ ଯୁଗ୍ମ ପରିଚାଳନା କମିଟି ବୈଠକ ଏନ୍ଆଇଟି ଏଫ୍ଟିବିଆଇ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ୮ ଜଣ ବରିଷ୍ଠ ବୈଜ୍ଞାନିକ ଏହି ବୈଠକରେ ଯୋଗଦେଇଥିଲେ। ଏନ୍ଆଇଟି ରାଉରକେଲାର ଡିନ୍ ରିସର୍ଚ୍ଚ ପ୍ରଫେସର ମୁକେଶ ଗୁପ୍ତା ବୈଠକରେ ଅଧ୍ୟକ୍ଷତା କରିଥିଲେ। ମହାକାଶ ଜ୍ଞାନକୌଶଳ ଓ ପ୍ରୟୋଗକ୍ଷେତ୍ରରେ ଗବେଷଣା ଓ ଉତ୍ପାଦ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ଇସ୍ରୋ ସମର୍ଥିତ ଗବେଷଣା କେନ୍ଦ୍ର ମଧ୍ୟରୁ ଏନଆଇଟି ରାଉରକେଲାର ଏସଟିଆଇସି ଅନ୍ୟତମ। ମହାକାଶ ପ୍ରଯୁକ୍ତି ବିଦ୍ୟା ପାଇଁ ଶିକ୍ଷାନୁଷ୍ଠାନ-ଶିଳ୍ପ ଇକୋସିଷ୍ଟମ୍ ବିକଶିତ କରିବା ସହ ଏସଟିଆଇସି ମାଧ୍ୟମରେ ଉଚ୍ଚତର ଗବେଷଣା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ଏବଂ ମହାକାଶ ପ୍ରଯୁକ୍ତିବିଦ୍ୟାରେ ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ ସେମାନଙ୍କୁ ସମର୍ଥନ କରିବା। ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜର ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କ ପାଇଁ ଏସ୍-ଟିଆଇସି ପ୍ରତିଷ୍ଠା କରାଯାଇଛି। ଏହି ପରିପ୍ରେକ୍ଷୀରେ ଏନ୍ଆଇଟି-ରାଉରକେଲା ଇସ୍ରୋ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଅତ୍ୟାଧୁନିକ ପରୀକ୍ଷାଗାର ଓ ଅନ୍ୟାନ୍ୟ ଭିତ୍ତିଭୂମି ଆରମ୍ଭ ହୋଇସାରିଛି।

ଉତ୍ପାଦ ଭିତ୍ତିକ ଶ୍ରେଣୀ ପ୍ରଯୁକ୍ତି ବିକାଶ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିବା ପାଇଁ ବେଙ୍ଗାଲୁରୁ ମୁଖ୍ୟାଳୟର ଇସ୍ରୋର ବରିଷ୍ଠ ବୈଜ୍ଞାନିକମାନେ ଏନ୍ଆଇଟି ରାଉରକେଲା ଗସ୍ତ କରିଥିଲେ। ପ୍ରଫେସର ସୁସ୍ମିତା ଦାସ (ସ୍ପେସ୍ ଟେକ୍ନୋଲୋଜି ଇନକ୍ୟୁବେସନ୍ ସେଣ୍ଟର, ଏନଆଇଟି ରାଉରକେଲା)ର ସଂଯୋଜକ ଦଳକୁ ସ୍ୱାଗତ କରିବା ସହ ବୈଠକ ଆରମ୍ଭ କରିବା ପୂର୍ବରୁ ପ୍ରକଳ୍ପଗୁଡ଼ିକର ସଂକ୍ଷିପ୍ତ ପରିଚୟ ଦେଇଥିଲେ। ଭବିଷ୍ୟତର ମହାକାଶ ଅଭିଯାନରେ ସହାୟତା ପାଇଁ ଏସଟିଆଇସି-ଏନଆଇଟିଆର ବର୍ତ୍ତମାନ ୯ଟି ପ୍ରକଳ୍ପ ଉପରେ କାର୍ଯ୍ୟ କରୁଛି । ଏଥିରେ ମହାକାଶ କ୍ଷେତ୍ରରେ ଷ୍ଟାର୍ଟଅପ୍ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଉତ୍ପାଦ ଏବଂ ପ୍ରଯୁକ୍ତି ବିଦ୍ୟା ବିକାଶ ଅନ୍ତର୍ଭୁକ୍ତ । ବିଭିନ୍ନ ବିଭାଗର ଅଧ୍ୟାପକଙ୍କ ନେତୃତ୍ୱରେ କୃଷି ନିରୀକ୍ଷଣ ଓ ଫସଲ ବୀମା, ଟ୍ରାକିଂ ପ୍ରକ୍ରିୟାର ଡିଜାଇନ୍ ଓ ବିକାଶ, ୱେଭ୍ ସର୍କିଟ୍, ୟୁଏଭି-ଏଡେଡ୍ ୱେଦର ରାଡାର କ୍ୟାଲିବ୍ରେସନ୍ ଇତ୍ୟାଦିର ସମନ୍ୱିତ ସୂଚନା ବ୍ୟବସ୍ଥା ଉପରେ କାର୍ଯ୍ୟ କରୁଛନ୍ତି। ଏହି ଗସ୍ତ ପାଇଁ ମୁଁ ଇସ୍ରୋ ଟିମକୁ ଧନ୍ୟବାଦ ଜଣାଉଛି। ସେମାନଙ୍କ ସମୀକ୍ଷା ଓ ମତାମତ ଏହି ପ୍ରକଳ୍ପଗୁଡ଼ିକୁ ଅଧିକ ଦକ୍ଷତାର ସହ କାର୍ଯ୍ୟକାରୀ କରିବାରେ ସହାୟକ ହେବ।

ବେଙ୍ଗାଲୁରୁସ୍ଥିତ ଇସ୍ରୋ ମୁଖ୍ୟାଳୟର କ୍ୟାପାସିଟି ବିଲ୍ଡିଂ ଆଣ୍ଡ ପବ୍ଲିକ୍ ଆଉଟ୍ରିଚ୍ ର ନିର୍ଦ୍ଦେଶକ ଡଃ ସୁଧୀର କୁମାର ବୈଠକରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ ଓ ଗବେଷକମାନଙ୍କ ସହ ଆଲୋଚନା କରିଥିଲେ। ମହାକାଶ ପ୍ରଯୁକ୍ତି ବିଦ୍ୟା ଅଭିଯାନରେ ଅଭିନବତାକୁ ଆକୃଷ୍ଟ କରିବା ପାଇଁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି ବୋଲି ସେ କହିଥିଲେ। ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀଙ୍କ ଅଭିନବ ଚିନ୍ତାଧାରାକୁ ସୀମିତ କରୁଥିବା ପ୍ରତିବନ୍ଧକକୁ ଭାଙ୍ଗିପାରିବେ। ଅନୁଷ୍ଠାନ ମାନଙ୍କ ସହିତ ସହଯୋଗ ଯୁବ ମନକୁ ସେମାନଙ୍କର ନୂତନ ଦୃଷ୍ଟିକୋଣ ମାଧ୍ୟମରେ ଯୋଗଦାନ କରିବାକୁ ଉତ୍ସାହିତ କରେ। ମୁଁ ଆଗ୍ରହୀ ଛାତ୍ରଛାତ୍ରୀମାନଙ୍କୁ ଅନୁରୋଧ କରୁଛି ଯେ ସେମାନେ ଇସ୍ରୋ ପ୍ରଦାନ କରୁଥିବା ସୁବିଧା ସହିତ ନିଜକୁ ବିକଶିତ କରନ୍ତୁ ବୋଲି ଡ କୁମାର କହିଥିଲେ। ଏସଟିଆଇସି ର ଅଗ୍ରଗତି ପାଇଁ ଏନଆଇଟି ରାଉରକେଲା ଟିମର ପ୍ରୟାସକୁ ସେ ପ୍ରଶଂସା କରିଥିଲେ।

ଏନ୍ଆଇଟି ରାଉରକେଲାରେ ଚାଲିଥିବା ଓ ନୂତନ ପ୍ରକଳ୍ପ ସମ୍ପର୍କରେ ସମ୍ପୃକ୍ତ ପ୍ରଫେସର ଓ ଭ୍ରମଣକାରୀ ବୈଜ୍ଞାନିକମାନଙ୍କ ଦ୍ବାରା ଆଲୋଚନା କରାଯାଇ ବୈଠକ ଶେଷ ହୋଇଥିଲା। ଦିନର ଦ୍ବିତୀୟ ଅଧିବେଶନରେ ଇସ୍ରୋ ଟିମ୍ ବିଭିନ୍ନ ବିଭାଗ ପରିଦର୍ଶନ କରି ପ୍ରକଳ୍ପର ସମୀକ୍ଷା କରିଥିଲେ। ସେମାନେ ଏନ୍ଆଇଟି ରାଉରକେଲାରେ ଛାତ୍ରଛାତ୍ରୀ, ଗବେଷକ ଓ ଷ୍ଟାର୍ଟଅପ୍ ଟିମ୍ କୁ ଭେଟିଥିଲେ। ଗବେଷଣା ର ସୁଯୋଗ ଏବଂ ଏହି ପ୍ରସ୍ତାବଗୁଡ଼ିକୁ କିପରି ଆରମ୍ଭ କରାଯାଇପାରିବ ସେ ବିଷୟରେ ସେମାନେ ଅଧ୍ୟାପକମାନଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା କରିଥିଲେ ।