ହିନ୍ଦ୍ ମଜଦୁର ସଭା ପକ୍ଷରୁ ପାର୍ଲ୍ୟାମେଣ୍ଟରୀ ଷ୍ଟାଣ୍ଡିଙ୍ଗ କମିଟି (ଲେବର ଏବଂ ଏମ୍ପଏଲଇମେଣ୍ଟ) ଭାରତ ସରକାରଙ୍କ ସହ ଆଲୋଚନା

1 min read
Spread the love

ଭାରତ ସରକାରଙ୍କ ସଂସଦୀୟ ଷ୍ଟାଣ୍ଡିଙ୍ଗ କମିଟି ଲେବର ଏବଂ ଏମ୍ପଏଲଇମେଣ୍ଟ ଙ୍କ ଓଡ଼ିଶା ଗସ୍ତ ଅବସରରେ ଭୁବନେଶ୍ବରର ମେ ଫେଆର ଠାରେ ଏକ ସ୍ବତନ୍ତ୍ର ସାକ୍ଷାତ ଓ  ଆଲୋଚନା କରାଯାଇଥିଲା। ହିନ୍ଦ୍ ମଜଦୁର ସଭା ପକ୍ଷରୁ ରାଜ୍ୟ ସଭାପତି କୃଷ୍ଣଚନ୍ଦ୍ର ପାତ୍ର, ସାଧାରଣ ସମ୍ପାଦକ ପ୍ରଭାତ କୁମାର ତ୍ରିପାଠୀ ଓ କାର୍ଯ୍ୟକାରୀ ସଭାପତି ବୈଦ୍ୟନାଥ ଦାସ ଏହି ଅବସରରେ ଉପସ୍ଥିତ ହୋଇ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। ମୁଖ୍ୟତଃ ଭାରତ ବର୍ଷର ରାଷ୍ଟ୍ରାୟତ ଉଦ୍ୟୋଗ ମଧ୍ୟରେ ଓଡ଼ିଶାର ରାଉରକେଲା ରେ ରାଉରକେଲା ଇସ୍ପାତ କାରଖାନା ଅବସ୍ଥିତ। ସମସ୍ତ ରାଷ୍ଟ୍ରାୟତ ଉଦ୍ୟୋଗ ରେ ଭାରତ ସରକାରଙ୍କ ସର୍ବନିମ୍ନ ମଜୁରୀ ଠିକା ଶ୍ରମିକଙ୍କୁ ମିଳୁଥିବା ବେଳେ ତାହା ରାଉରକେଲା ଇସ୍ପାତ କାରଖାନା ରେ କାର୍ଯ୍ୟରତ ଅସ୍ଥାୟୀ ଓ ଠିକା ଶ୍ରମିକ ଙ୍କୁ ମିଳୁନାହିଁ। ଦୀର୍ଘ ଦିନ ଧରି ହିନ୍ଦ୍ ମଜଦୁର ସଭା ପକ୍ଷରୁ ଏ ସଂକ୍ରାନ୍ତରେ ଅନେକଥର ସେଲ୍ ତଥା ରାଉରକେଲା ଇସ୍ପାତ କାରଖାନା କତୃପକ୍ଷ ଙ୍କ ପାଖରେ ଦାବି ହେଇଆସୁଥିଲେ ମଧ୍ୟ କର୍ତ୍ତୃପକ୍ଷ ବିଭିନ୍ନ ଆଳ ଦେଖେଇ ଠିକା ଶ୍ରମିକ କର୍ମଚାରୀ ମାନଙ୍କର ନ୍ୟାଯ୍ୟ ପ୍ରପ୍ତରୁ ବଞ୍ଚିତ କରିଆସୁଛନ୍ତି। ଏହା ଫଳରେ ଠିକା ଶ୍ରମିକ ଭଉଣୀ ଭାଇ ମାନେ ଆର୍ଥିକ ଦୃଷ୍ଟିରୁ ଗୁରୁତର ଭାବେ କ୍ଷତିଗ୍ରସ୍ତ ହେଉଛନ୍ତି। ବର୍ତମାନ ଅବସ୍ଥାରେ କାରଖାନା ରେ କାଳକ୍ରମେ ସ୍ଥାୟୀ ଶ୍ରମିକ କମି କମି ଯାଉଥିବା ଏବଂ ସ୍ଥାୟୀ ଶ୍ରମିକ ନିଯୁକ୍ତି ନ ହେବା ବଡ଼ ଦୁଃଖ ର ବିଷୟ ଅଟେ।

ଏହି କ୍ରମରେ ଠିକା ଓ ଅସ୍ଥାୟୀ ଶ୍ରମିକ ଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ହେବାରେ ଲାଗିଛି ଏବଂ ଠିକା ଶ୍ରମିକ କର୍ମଚାରୀ ମାନେ ବିଭିନ୍ନ ସ୍ଥାୟୀ କାର୍ଯ୍ୟରେ ନିୟୋଜିତ ହୋଇ କାମ କରୁଛନ୍ତି, ଯାହା ନିୟମ ବିରୋଧୀ। ରାଉରକେଲା ଇସ୍ପାତ କାରଖାନା ଏକ ରାଷ୍ଟ୍ରାୟତ ଉଦ୍ୟୋଗ ହୋଇଥିଲେ ମଧ୍ୟ ଏ କାରଖାନା ରେ କାର୍ଯ୍ୟରତ ଅସ୍ଥାୟୀ ଓ ଠିକା କର୍ମଚାରୀମାନଙ୍କୁ କେନ୍ଦ୍ର ସରକାରଙ୍କ ନିର୍ଧାରିତ ସର୍ବନିମ୍ନ ମଜୁରୀ କିମ୍ବା ଓଡ଼ିଶା ସରକାର ଙ୍କ ନିର୍ଧାରିତ ସର୍ବନିମ୍ନ ମଜୁରୀ ମିଳୁନାହିଁ। ବର୍ତ୍ତମାନ ଅବସ୍ଥାରେ କାରଖାନା ର ଉତ୍ପାଦନରେ ଠିକା ଶ୍ରମିକଙ୍କ ବଡ଼ ଅବଦାନ ରହିଛି। ସେମାନଙ୍କର ମୌଳିକ ସୁବିଧା ଓ ସାମାଜିକ ସୁରକ୍ଷା ପ୍ରତି କାରଖାନା କତୃପକ୍ଷ ଦୃଷ୍ଟି ଦେଉନାହାନ୍ତି।  ଏହି ଆଲୋଚନାରେ କମିଟିର ଅଧ୍ୟକ୍ଷ ସାଂସଦ ଭର୍ତ୍ତୃହରି ମହତାବ ଉପସ୍ଥିତ ରହି ସମସ୍ତ ବିଷୟ ରେ ଅବଗତ ହୋଇଥିଲେ ଏବଂ ସମସ୍ତ ବିଷୟ ରେ ଅନୁଧ୍ୟାନ କରିବା ପରେ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହା ସହିତ ଆବଶ୍ୟକ ପଡ଼ିଲେ କମିଟି ସହ ରାଉରକେଲା ଇସ୍ପାତ କାରଖାନା ଗସ୍ତ କରିପାରନ୍ତି ବୋଲି ମଧ୍ୟ କହିଥିଲେ। ଏହି ଆଲୋଚନା ରେ ଅନ୍ୟ ଶ୍ରମିକ ସଂଗଠନ ର କର୍ମକର୍ତ୍ତା ଏବଂ ସେଲ୍ ଉଚ୍ଚ କତୃପକ୍ଷ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!