ଏକାଧିକ ସମସ୍ୟାକୁ ନେଇ ଚିନ୍ତାରେ ଲଙ୍କେଷ୍ଟଦଫାଇ ବାସିନ୍ଦା

1 min read
Spread the love

ସୁନ୍ଦରଗଡ଼ ଜିଲ୍ଲା ବିରମିତ୍ରପୁର ପୌରପାଳିକା ଅନ୍ତର୍ଗତ ୪ନମ୍ବର ୱାର୍ଡରେ ଥିବା ଲଙ୍କେଷ୍ଟର ଦଫାଇରେ ରହୁଛନ୍ତି ପ୍ରୟ ଦୁଇହଜାର ବାସିନ୍ଦା। ଏହି ବାସିନ୍ଦାଙ୍କ ମଧ୍ୟରୁ କିଛି ଏକାଧିକ ସମସ୍ୟା ମଧ୍ୟରେ ଥିବା କହିଛନ୍ତି। ସେମାନେ ପୌରାଞ୍ଚଳରେ ରହୁଥିଲେ ସୁଦ୍ଧା ସେମାନଙ୍କ ଅଞ୍ଚଳରେ ଥିବା ଅଳିଆ ପାଣି ଯିବା ପାଇଁ ରହିଥିବା ନାଳ ବା ଡ୍ରେନ୍‌ ଅନେକ ଦିନ ସଫା ହେଉନାହିଁ। ଏହା ଫଲରେ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ହେଉଛି।

ସେହିଭଳି ଏହି ଅଞ୍ଚଳରେ ଥିବା ଦୁଇତି ନଳକୂପରୁ ସମ୍ପ୍ରତି ଗ୍ରୀଷ୍ମ ଋଉତୁରେ ପାଣି ଆସିବା ନଆସିବା ସହିତ ସମାନ ହୋଇଛି। ଗୋଟିଏ ପଟେ ଅସ୍ୱାସ୍ଥ୍ୟକର ପରିବେଷ ଅନ୍ୟପଟେ ପାଣିୟ ଜଳ ପାଇଁ ସମସ୍ୟାକୁ ନେଇ ଘାଣ୍ଟି ହେଉଛନ୍ତି ଲଙ୍କେଷ୍ଟର ଦଫାଇ ବାସିନ୍ଦା। ଏହି ସମସ୍ୟା ସମ୍ପର୍କରେ ସ୍ଥାନୀୟ ବାସିନ୍ଦା ବାରମ୍ବାର ସ୍ଥାନୀୟ ପୌରପାଳିକା ସହିତ ପୌର ପାର୍ଷଦମାନଙ୍କୁ ଜଣାଇଥିଲେ ସୁଦ୍ଧା ଫଳ ଶୂନ ବୋଲି କହିଛନ୍ତି। ବିରମିତ୍ରପୁରରୁ ସଞ୍ଜୟ ଶର୍ମାଙ୍କ ରିପୋର୍ଟ।  

Leave a Reply

Your email address will not be published. Required fields are marked *

error: Content is protected !!