ବନ୍ଧମୁଣ୍ଡା ନେପାଳି ବସ୍ତି ଅଞ୍ଚଳରେ ରେଳ ନିର୍ମାଣ କାର୍ଯ୍ୟକୁ ନେଇ ଉତ୍ତେଜନା
1 min read
ଗତ କିଛିମାସ ଧରି ରାଉରକେଲା ସହରର ବନ୍ଧମୁଣ୍ଡା ନିକଟରେ ଥିବା ନେପାଳି ବସ୍ତି ଓ ଉତ୍ତମ ବସ୍ତି ଅଞ୍ଚଳରେ ଚାଳିଛି ରେଳବାଇ ପକ୍ଷରୁ ତୃତୀୟ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଏହି କାର୍ଯ୍ୟରେ ଅନେକ ବର୍ଷ ଧରି ନିଜର ପଟ୍ଟାଜମିରେ ରହୁଥିବା ଦୁଇଟିଯାକ ବସ୍ତି ଅଞ୍ଚଳର ବାସିନ୍ଦାମାନେ ଅସନ୍ତୋଷ ପ୍ରକାଶ କରିବା ସହିତ ସେମାନଙ୍କ ପଟ୍ଟା ଜମିରେ ରେଳବାଇ ପକ୍ଷରୁ ଯୋରଜବରଦସ୍ତ ନିର୍ମାଣ କରାଯାଉଥିବା ଅଭିଯୋଗ କରି ବିରୋଧ ପ୍ରଦର୍ଶନ କରାଯାଇଥିଲା ଏହାକୁ ନେଇ ସ୍ଥାନୀୟ ବାସିନ୍ଦା ଓ ରେଳବାଈ ପୋଲିସ ମଧ୍ୟରେ ଠେଲା ପେଲା ହୋଇଥିଲା ଏଥିରେ ବନ୍ଧମୁଣ୍ଡା ରେଳବାଇ ଥାନା ଅଧିକାରୀ ‘ଡି କେ ସିଂହ ଆହତ ହେବା ସହ ବସ୍ତିବାସିନ୍ଦାଙ୍କ ମଧ୍ୟରୁ ଦୁଇଜଣ ସାମାନ୍ୟ ଆହତ ହୋଇଥିଲେ

ଏହାପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା ପରେ ରେଳବାଇ ପୋଲିସ ବସ୍ତିବାସିନ୍ଦାଙ୍କ ନେତୃତ୍ବ ନେଉଥିବା ମହେଶ୍ବର ଟପ୍ପୋଙ୍କୁ ପ୍ରଥମେ ରେଳବାଇ ଥାନା ଓ ବନ୍ଧମୁଣ୍ଡା ଥାନାକୁ ନେଇଯାଇଥିଲେ ଏହାପରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିଥିଲା ରିପୋର୍ଟ ଲେଖା ହେବାପର୍ଯ୍ୟନ୍ତ ସ୍ଥାନୀୟ ବାସିନ୍ଦା ବନ୍ଧମୁଣ୍ଡା ଥାନାରେ ରହି ସେମାନଙ୍କ ଅଭିଯୋଗ ଗ୍ରହଣ କରିବା ପାଇଁ ଅଡ଼ି ବସିଛନ୍ତି ଏହା ପୂର୍ବରୁ ମଧ୍ୟ ନିର୍ମାଣ କାର୍ଯ୍ୟକୁ ନେଇ ଏହିଭଳି ଉତ୍ତେଜନା ଓ ସମସ୍ୟା ଦେଖିବାକୁ ମିଳିଥିଲା