ଜି-୨୦ ଜନ ଭାଗୀଦାରୀ ଅନ୍ତର୍ଗତ ଏନ.ଆଇ.ଟି.,ରାଉରକେଲା ପକ୍ଷରୁ ମିନି ମାରାଥନ ଆୟୋଜିତ

1 min read
Spread the love

ଭୁବନେଶ୍ଵରରେ ୩ୟ ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ବୈଠକ ପୂର୍ବରୁ ଜି -୨୦ ଜନ ଭାଗୀଦାରୀ କାର୍ଯ୍ୟକ୍ରମ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି।  ଏହି କାର୍ଯ୍ୟକ୍ରମର ଏକ ପୁରୋଧା ଅନୁଷ୍ଠାନ ଭାବରେ, ଏନ.ଆଇ.ଟି., ରାଉରକେଲା ସହରର ଛାତ୍ରଶକ୍ତିକୁ ଏକତ୍ରିତ କରିବା ପାଇଁ ନିୟମିତ ବ୍ୟବଧାନରେ ବିବିଧ କାର୍ଯ୍ୟକ୍ରମ ଆୟୋଜନ କ୍ରମରେ ରବିବାର ଆୟୋଜିତ ହୋଇଛି ଏକ ମିନି ମାରାଥନ।

ରାଉରକେଲା ଏନ୍‌ଆଇଟି ପକ୍ଷରୁ ଜି-୨୦ ଜନ ଭାଗୀଦାରୀ ଅଭିଯାନର ନବମ ଦିନ ଅବସରରେ ଆୟୋଜିତ ହୋଇଛି ୩ କିଲୋମିଟର ଦୀର୍ଘ ଏକ ମିନି ମାରାଥନ ଦୋଡ଼।  ଏହି ମାରାଥନ ଅନୁଷ୍ଠାନର ମୁଖ୍ୟ ଫାଟକରୁ ଆରମ୍ଭ ହୋଇ ସେକ୍ଟର-୧ ସ୍ଥିତ ଅନୁଷ୍ଠାନର ପୁରୁଣା ଗେଟ୍, ସେକ୍ଟର-୨ ଓ ଜଗଦା ଗେଟ୍ ଦେଇ ଅନୁଷ୍ଠାନର ମୁଖ୍ୟ କୋଠା ସମ୍ମୁଖରେ ଶେଷ ହୋଇଥିଲା। ମାରାଥନର  ଅଂଶଗ୍ରହଣକାରୀମାନଙ୍କୁ ଜଳପାନ ସହିତ ଜି-୨୦ର ଟି-ସାର୍ଟ ପ୍ରଦାନ କରାଯାଇଥିଲା। ଏଥିରେ  ଅଧ୍ୟାପକ, କର୍ମଚାରୀ ଏବଂ ଛାତ୍ରଛାତ୍ରୀ ତଥା  ନିକଟସ୍ଥ ବାସିନ୍ଦାମାନଙ୍କ ସମେତ ପ୍ରାୟ ୨୦୦ ଜଣ ଯୋଗ ଦେଇଥିଲେ ।

ଏଥିରେ ଜନ ଭାଗିଦାରୀ କାର୍ଯ୍ୟକ୍ରମର ନିର୍ଦ୍ଦେଶକ ପ୍ରଫେସର ସିଦ୍ଧାର୍ଥ ଜେନା ଯୋଗ ଦେଇ ଜି -୨୦ ଗୋଷ୍ଠୀ ଅନ୍ତର୍ଗତ  ଭାରତର ସଭାପତିତ୍ଵର  ଆଭିମୁଖ୍ୟ ବର୍ଣ୍ଣନା କରିଥିଲେ।  ଏହ ସହିତ ଏକ ସୁସ୍ଥ ଜୀବନଶୈଳୀ ବଜାୟ ରଖିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।  ମିନି ମାରାଥନ୍‌ରେ ଶତାଧିକ ଅଂଶଗ୍ରହଣକାରୀ ଜନ ଭାଗୀଦାରୀ କାର୍ଯ୍ୟକ୍ରମରେ ଅଂଶ ହୋଇଥିବାରୁ ସେ ଖୁସି ବ୍ୟକ୍ତ କରିଥିଲେ। ଜି-୨୦ ଜନ ଭାଗୀଦାରୀ ଅଭିଯାନର ଏକ ଅଂଶ ଭାବରେ ପଥପ୍ରାନ୍ତ ନାଟକ, ମୁଖ ଚିତ୍ର ପରି ଅନେକ କାର୍ଯ୍ୟକ୍ରମ ଆମେ ଛାତ୍ରଛାତ୍ରୀମାନଙ୍କ ସହ ମିଶି ଆୟୋଜନ କରିବାର ଯୋଜନା କରିଛୁ। ଆମେ ଜି-୨୦ର ଏକ ପ୍ରମୁଖ ପ୍ରତିଷ୍ଠାନ ହୋଇଥିବା କାରଣରୁ  ଅନୁଷ୍ଠାନର କେତେକ ମନୋନୀତ ଅଧ୍ୟାପକ ଏବଂ କର୍ମଚାରୀ ଭୂବନେଶ୍ୱରରେ ବହୁ ପ୍ରତୀକ୍ଷିତ ତୃତୀୟ ଶୈଖିକ କ୍ରିୟା ଗୋଷ୍ଠୀ ବୈଠକରେ ଯୋଗଦେବାକୁ ଯାଉଛନ୍ତି ବୋଲି ସେ ସୂଚନା ଦେଇଥିଲେ। ଏନ.ଆଇ.ଟି ରାଉରକେଲାରେ ଜି-୨୦ ଜନ ଭାଗୀଦାରୀ ଅଭିଯାନର ନୋଡାଲ ଅଧିକାରୀ ପ୍ରଫେସର ସ୍ନେହାଷିଶ ଚକ୍ରବର୍ତ୍ତୀ, ମାରାଥନ୍‌ର  ସଂଯୋଜକ ପ୍ରଫେସର ଗୋକର୍ଣ୍ଣେଶ୍ୱର ସାହୁଙ୍କ ସମେତ ଏନ୍‌ଆଇଟିର ମୁଖ୍ୟ ସୁରକ୍ଷା ଅଧିକାରୀ ପ୍ରଫେସର ଅନିଲ ସିଂହ ପ୍ରମୁଖ କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସହଯୋଗ କରିଥିଲେ।  

Leave a Reply

Your email address will not be published. Required fields are marked *

error: Content is protected !!