ଆର୍ଏସ୍ପି ପକ୍ଷରୁ ‘ମହାତ୍ମା ଗାନ୍ଧୀ ଉଦ୍ୟାନ’ ଲୋକାର୍ପିତ
1 min read
ରାଉରକେଲା ଇସ୍ପାତ କାରଖାନା-ଆରଏସପି ଦ୍ୱାରା ଇସ୍ପାତ ସହରର କେନ୍ଦ୍ରରେ ବିକଶିତ ‘ମହାତ୍ମା ଗାନ୍ଧୀ ଉଦ୍ୟାନ’ ଲୋକାର୍ପିତ ହୋଇଛି। ଏହି ଅବସରରେ ମାନ୍ୟବର ସୁନ୍ଦରଗଡ ସାଂସଦ, ଜୁଏଲ ଓରାମ, ରଘୁନାଥପାଲ୍ଲୀ ବିଧାୟକ, ସୁବ୍ରତ ତରାଇ, ରାଉରକେଲା ବିଧାୟକ, ସାରଦା ପ୍ରସାଦ ନାୟକ, ଆରଏସପିର ଭାରପ୍ରାପ୍ତ ନିର୍ଦ୍ଦେଶକ, ଅତନୁ ଭୌମିକ, ଗାନ୍ଧୀ ଶାନ୍ତି ଫାଉଣ୍ଡେସନ୍, ଓଡ଼ିଶାର ଅଧ୍ୟକ୍ଷ, ଜଷ୍ଟିସ୍ ଏମ୍ ଆର ମହାନ୍ତି, ଆରଏସପିର ବରିଷ୍ଠ ଅଧିକାରୀ, ଶ୍ରମିକ ସଙ୍ଗଠନର କର୍ମକର୍ତ୍ତା ଏବଂ ଅଧିକାରୀ ସଂଘର କର୍ମକର୍ତ୍ତା ତଥା ବିଭିନ୍ନ ରାଜନୈତିକ ଓ ସାମାଜିକ ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ଉଦ୍ୟାନରେ ଜାତିର ପିତା ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କ ଏକ ଚମତ୍କାର ପ୍ରତିମୂର୍ତ୍ତି ଶୋଭା ପାଉଛି। ଗାନ୍ଧୀଜୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଭାବରେ ବିକଶିତ ହୋଇଥିବା ଏହି ଉଦ୍ୟାନରେ ଅନେକ ମୂର୍ତି ଏବଂ ବାର୍ତ୍ତା ରହିଛି। ପ୍ରବେଶ ପଥରେ ଏକ ପେଡାଲରେ ରଖାଯାଇଥିବା ତିନିଟି ମାଙ୍କଡ଼ ‘କୌଣସି ମନ୍ଦ ଦେଖ ନାହିଁ, କୌଣସି ମନ୍ଦ କଥା ଶୁଣ ନାହିଁ, ମନ୍ଦ କଥା କୁହ ନାହିଁ’ ବାର୍ତ୍ତା ଦେଉଛି। ରାସ୍ତାର ଉଭୟ ପାର୍ଶ୍ୱରେ ଗାନ୍ଧୀଜୀଙ୍କ ଚିତ୍ର ଏବଂ ତାଙ୍କ ବାର୍ତ୍ତା ନେଇ ବୋର୍ଡ ଲଗାଯାଇଛି। ଏହା ବ୍ୟତୀତ ବିଭିନ୍ନ ଧାରା ଏବଂ ମନୋଭାବରେ ସାଧାରଣ ଲୋକଙ୍କୁ ଚିତ୍ରଣ କରୁଥିବା ଅନେକ ପ୍ରଦର୍ଶନୀ ସ୍ଥାନ ପାଇଥିବା ବେଳେ ଉଦ୍ୟାନର କାନ୍ଥଗୁଡ଼ିକ ମହାତ୍ମାଙ୍କ ଜୀବନର ବିଭିନ୍ନ ଘଟଣାରେ ଚିତ୍ରିତ ହୋଇଛି।
ଜାତୀୟ ପତାକା ସମ୍ମୁଖରେ ଥିବା ଇସ୍ପାତ ମାର୍କେଟ ନିକଟରେ ଏହି ସୁଦୃଶ୍ୟ ଉଦ୍ୟାନକୁ ବିକଶିତ କରାଯାଇଛି। ମନୋରମ ରୂପେ ବିକଶିତ ଏହି ଉଦ୍ୟାନରେ ସୃଜନଶୀଳ ଆଲୋକମାଳା ଏବଂ ଏକ ରଙ୍ଗୀନ ଜଳ ଫୁଆରାରେ ସୁଶୋଭିତ ଅଟେ। ଉଦ୍ୟାନରେ ଥିବା ସବୁଜ ଏବଂ ଶାନ୍ତ ପରିବେଶ କେବଳ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ସଙ୍ଗେସଙ୍ଗେ ଅବସର ବିନୋଦନ ପାଇଁ ଉପଯୋଗୀ ହେବ ବୋଲି ଆଶା କରାଯାଇଛି।