ଜି-୨୦ ଜନ ଭାଗୀଦାରୀ ଅନ୍ତର୍ଗତ ପାଇଁ ଏନ.ଆଇ.ଟି.,ରାଉରକେଲାରେ ସ୍ଵଚ୍ଛତା ଅଭିଯାନ

1 min read
Spread the love

ଭୂବନେଶ୍ଵରରେ ୩ୟ ଶିକ୍ଷା କାର୍ଯ୍ୟ ଗୋଷ୍ଠୀ ବୈଠକ ପୂର୍ବରୁ ଜି -୨୦ ଜନ ଭାଗୀଦାରୀ କାର୍ଯ୍ୟକ୍ରମ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି।  ଉକ୍ତ କାର୍ଯ୍ୟକ୍ରମର ଏକ ପୁରୋଧା ଅନୁଷ୍ଠାନ ଭାବରେ, ଏନ.ଆଇ.ଟି., ରାଉରକେଲା ସହରର ଛାତ୍ରଶକ୍ତିକୁ ଏକତ୍ରିତ କରିବା ପାଇଁ ନିୟମିତ ବ୍ୟବଧାନରେ ବିବିଧ କାର୍ଯ୍ୟକଳାପ  ଆୟୋଜନ କରୁଛି। ସ୍ଥାୟୀ ବିକାଶ ଲକ୍ଷ୍ୟ କ୍ଲବ -ଏସ୍.ଡ଼ି.ଜି. କ୍ଲବ, ଏନ.ଆଇ.ଟି., ରାଉରକେଲା ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲା।

ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଭାରତୀୟ ଜି-୨୦ ର ପ୍ରାଥମିକ ନୀତିମାନଙ୍କ ମଧ୍ୟରେ ‘ସବୁଜ ବିକାଶ’ ଅନ୍ତର୍ଭୁକ୍ତ।  ଏହି ଉଦ୍ଦେଶ୍ୟକୁ ଆଖି ଆଗରେ ରଖି ରାଉରକେଲାର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଅନୁଷ୍ଠାନରେ ଆୟୋଜିତ ହୋଇଥିଲା ସ୍ଥିରତା ଏକ୍ସପୋ। ଏହି କାର୍ଯ୍ୟକ୍ରମରେ ‘ସୁଲଭ ସ୍ଵଚ୍ଛ ଶକ୍ତି’, ‘ଆଧୁନିକ କୃଷି ପ୍ରଯୁକ୍ତିବିଦ୍ୟା’, ‘ସ୍ମାର୍ଟ ଚଟାଣ କ୍ଲିନର୍’ ଇତ୍ୟାଦି ବିଷୟ ଉପରେ ଅନେକ ଶିକ୍ଷଣୀୟ ପ୍ରକଳ୍ପ ଉପସ୍ଥାପିତ ହୋଇଥିଲା । ଏହି ସମାବେଶରେ ଅତିଥି ରୂପରେ ଯୋଗ ଦେଇ ବେୱିନ୍ ଟମ୍ -ପ୍ରକଳ୍ପ ନିରୀକ୍ଷକ, ୟୁ.ଏନ.ଡି.ପି. ଏବଂ ପୂର୍ବତନ ମୁଖ୍ୟ ପରିଚାଳକ, ଆର.ଏସ.ପି ପ୍ରବୋଧ ରଂଜନ ପାଢ଼ୀ ‘ସ୍ଥାୟୀ ବିକାଶ ଲକ୍ଷ୍ୟ’ ଉପରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରିଥିଲେ। ଏତଦ ବ୍ୟତୀତ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସମ୍ମିଳିତ କରିବା ପାଇଁ ଇ-ସେଲ୍ କ୍ଲବ, ଏନ.ଆଇ.ଟି. ରାଉରକେଲା ଦ୍ଵାରା ଆୟୋଜିତ ହୋଇଛି  ‘ଜାତୀୟ ଉଦ୍ୟୋଗୀ ସମ୍ମିଳନୀ ୨୦୨୩ ‘ ।

ଏଥିରେ ମୁଖ୍ୟ ଅତିଥିଭାବେ ରାଉରକେଲା ମହାନଗର ନିଗମର ଉପାୟୁକ୍ତ ରୋନିତ୍ କୁମାରଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା। ଏହି ତିନିଦିନିଆ ସମ୍ମିଳନୀ ୯ ତାରିଖର ଉଦ୍‌ଯାପିତ ହେବ। ଏଥି ସହିତ ଏନ.ଆଇ.ଟି. ରାଉରକେଲାର ବାସିନ୍ଦା ଏବଂ ସୁରକ୍ଷା କର୍ମୀଙ୍କୁ ନେଇ କ୍ୟାମ୍ପସ ପରିସରରେ ଏକ ‘ସ୍ଵଚ୍ଛତା ଅଭିଯାନ’ ମଧ୍ୟ ଆୟୋଜନ କରାଯାଇଥିଲା।  ଏହି ସଫେଇ ଅଭିଯାନ ମାଧ୍ୟମରେ ଅନୁଷ୍ଠାନର କୁଳ ସଚିବ ପ୍ରଫେସର ରୋହନ ଧିମାନ ଜନ ଭାଗୀଦାରୀ ଅଭିଯାନରେ  ଅଂଶଗ୍ରହଣ କରିବା ପାଇଁ ଏନ.ଆଇ.ଟି. ରାଉରକେଲାକୁ ଉତ୍ସାହିତ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!