ଜାତୀୟ ଜନଜାତି ଆୟୋଗର ସଦସ୍ୟ ଅନନ୍ତ ନାୟକଙ୍କ ରାଉରକେଲା ଇସ୍ପାତ କାରଖାନା ପରିଦର୍ଶନ
1 min read
ଜାତୀୟ ଜନଜାତି ଆୟୋଗର ମାନ୍ୟବର ସଦସ୍ୟ, ଅନନ୍ତ ନାୟକ ଅପ୍ରେଲ ୮ ତାରିଖରେ ରାଉରକେଲା ଇସ୍ପାତ କାରଖାନା ପରିଦର୍ଶନ କରିଥିଲେ। ଏଚଆରଡ଼ି ସେଣ୍ଟର ମଡେଲ ରୁମରୁ ପରିଦର୍ଶନ ଆରମ୍ଭ ହୋଇଥିଲା ଯେଉଁଠାରେ ତାଙ୍କୁ ଆରଏସପିର ଲେଆଉଟ୍ ଡିଜାଇନ୍ ତଥା ବିଭିନ୍ନ ୟୁନିଟ୍ ଏବଂ ଉତ୍ପାଦ ବିଷୟରେ ଏଚଆରଡ଼ି ବିଭାଗର ସିଜିଏମ, ସୁଶ୍ରୀ ରାଜଶ୍ରୀ ବାନାର୍ଜୀ ତଥ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ସୁରକ୍ଷା ଉପରେ ଏକ କ୍ଷୁଦ୍ର ଭିଡିଓ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଏହା ପରେ ଶ୍ରୀ ନାୟକ କଞ୍ଚାମାଲ ପ୍ରବନ୍ଧନ ବିଭାଗ, ବ୍ଲାଷ୍ଟ ଫର୍ଣ୍ଣେସ-୫, ଷ୍ଟିଲ ମେଲ୍ଟିଂ ସପ-୨, କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ-୧, ହଟ ଷ୍ଟ୍ରିପ ମିଲ-୨ ଏବଂ ନୂତନ ପ୍ଲେଟ ମିଲ ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ଶ୍ରୀ ନାୟକ ଆରଏସପିକୁ ନେଇ ବିଶେଷତଃ ସିପିପି-୧ ଗସ୍ତ ଅବସରରେ ପୁରୁଣା ସ୍ମୃତିକୁ ନେଇ ଖୁସି ଅନୁଭବ କରିଥିଲେ ଯେଉଁଠାରେ ସେ କିଛି ବର୍ଷ ପୂର୍ବେ କାର୍ଯ୍ୟ କରିଥିଲେ। ବିଭିନ୍ନ ବିଭାଗରେ ସିଜିଏମ ଓ ବିଭାଗ ମୁଖ୍ୟମାନେ ଶ୍ରୀ ନାୟକଙ୍କ ସହ ଭାବବିନିମୟ କରି ସବିଶେଷ ବିବରଣୀ ପ୍ରଦାନ କରିଥିଲେ।