ରାଉରକେଲା ଶିଳ୍ପ ଓ ବଣିକ ସଂଘ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ବୈଠକ ଆୟୋଜିତ

1 min read
Spread the love

ରାଉରକେଲା ଶିଳ୍ପ ଓ ବଣିକ ସଂଘ ପରିସରରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ମଙ୍ଗଳବାର ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି୤ ସଂଘର ସଭାପତି ସୁବ୍ରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଫିକି ବା ଭାରତୀୟ ଶିଳ୍ପ ମହାସଂଘର ସଭାପତି ଶୁଭ୍ରକାନ୍ତ ପଣ୍ଡା ଓ ମହାନିର୍ଦ୍ଦେଶକ ଅରୁଣ ଚାୱଲାଙ୍କ ସମେତ ଉତ୍କଳ ଶିଳ୍ପ ଓ ବଣିକ ସଂଘର ସଭାପତି ବ୍ରହ୍ମା ମିଶ୍ର ପ୍ରମୁଖ ଯୋଗଦେଇଥିଲେ୤ ରାଉରକେଲା ବଣିକ ସଂଘର ସାଧାରଣ ସମ୍ପାଦକ ସୁନୀଲ କାୟଲ ଙ୍କ ସମେତ ଆର୍‌ଏସପି ନିର୍ବାହୀ ନିର୍ଦ୍ଦେଶକ ପ୍ରମୋଦ ଶତପଥି, ଏନ୍‌ଆଇଟି ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ବର ରାଓଙ୍କ ଏବଂ ବିଧାୟକ ଶାରଦା ପ୍ରସାଦ ନାୟକ ପ୍ରମୁଖ ଏହି ବୈଠକରେ ଯୋଗଦେଇଥିଲେ୤ ଏହି ଅବସରରେ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ଶିଳ୍ପ ସମ୍ପର୍କୀତ ସମସ୍ୟା ଓ ଏହାର ସାମ୍ଭାବ୍ୟ ସମାଧାନ ସହିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଗୋଇଥିଲା୤ ଏଥିରେ ବଣିକ ସଂଘର କର୍ମକର୍ତ୍ତାଙ୍କ ସମେତ ସଦସ୍ୟମାନେ ଉପସ୍ଥିତ ଥିଲେ୤

Leave a Reply

Your email address will not be published. Required fields are marked *

error: Content is protected !!