ରାଉରକେଲା ରେଳ ଷ୍ଟେସନ୍‌ରେ ବେଆଇନ ଖାଦ୍ୟ ବିକ୍ରୟକାରୀଙ୍କ ପ୍ରାଧାନ୍ୟ : ସବୁ ଦେଖି ବିଭାଗୀୟ ଅଧିକାରୀ ନୀରବଦ୍ରଷ୍ଟା

1 min read
Spread the love

ଭାରତୀୟ ରେଳବାଇ ପକ୍ଷରୁ ବିଭିନ୍ନ ଟ୍ରେନ୍‌ ଓ ରେଳ ଷ୍ଟେସନ୍‌ରେ ବେଆଇନ ଖାଦ୍ୟ ବିକ୍ରୟକାରୀ ବା ଭେଣ୍ଡରମାନଙ୍କ ଉପରେ କଡ଼ା କାର୍ଯାନୁଷ୍ଠାନ ନିଆଯାଉଛି୤ ଏହା ସତ୍ତ୍ବେ ସୁଦ୍ଧା ରାଉରକେଲା ରେଳ ଷ୍ଟେସନ୍‌ରେ ବିପରିତ ଘଟଣା ଦେଖିବାକୁ ମିଳିଛି୤ ଖୋଦ୍‌ ଚକ୍ରଧରପୁର ରେଳ ଢିଭିଜନ୍‌ର ବରିଷ୍ଠ ବାଣିଜ୍ୟିକ ଅଧିକାରୀଙ୍କ ଦ୍ବାରା ରେଳ ଷ୍ଟେସନ୍‌ ସମେତ ବିଭିନ୍ନ ଟ୍ରେନ୍‌ରେ ବେଆଈନ ଖାଦ୍ୟ ବିକ୍ରୟକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ରାଉରକେଲା ରେଳ ସୁରକ୍ଷା ବଳ ଅଧିକାରିଙ୍କୁ ପତ୍ର ଲେଖାଯାଇଥିଲେ ମଧ୍ୟ ଏ ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ୤ ଅନ୍ୟପକ୍ଷରେ ରେଳବାଇ ପକ୍ଷରୁ ପଞ୍ଜିକୃତ ଖାଦ୍ୟ ବିକ୍ରୟକାରୀ ନିଯୁକ୍ତ ହୋଇଥିଲେ ସୁଦ୍ଧା କାହା ସ୍ବାର୍ଥରେ ଓ କିପରି ବେଆଇନ ଖାଦ୍ୟ ବିକ୍ରୟକାରୀମାନେ ଖାଦ୍ୟ ବିକ୍ରୟ କରୁଛନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି୤ ଏହି ବେଆଇନ ଖାଦ୍ୟ ବିକ୍ରୟକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରେଳ ସୁରକ୍ଷା ବଳ ଅଧିକାରୀ ବା କର୍ମଚାରୀ ଆଖିବୁଜି ଦେଇଥିବା ଅଭିଯୋଗ ହୋଇଛି୤ ଏହି ଘଟଣାରେ ରେଳ ଷ୍ଟେସନ କର୍ତ୍ତୃପକ୍ଷଙ୍କ ସମେତ ରେଳବାଈ କିଛି ବାଣିଜ୍ୟିକ ଅଧିକାରୀ ମଧ୍ୟ ଭିତିରିଆ ଜଡ଼ିତ ଥିବା ଅଭିଯୋଗ ହୋଇଛି୤ ଏ ସମ୍ପର୍କରେ ଚକ୍ରଧରପୁର ରେଳ ଡିଭିଜନ୍‌ର ବରିଷ୍ଠ ଅଧିକାରୀ କିମ୍ବା ଦକ୍ଷିଣପୂର୍ବ ରେଳବାଇ ଜୋନ୍‌ର ବରିଷ୍ଠ ଅଧିକାରୀଙ୍କ ହସ୍ତକ୍ଷେପ ବା ଆଭ୍ୟନ୍ତରୀଣ ତଦନ୍ତ କରାଗଲେ ପ୍ରକୃତ କଥା ଜଣାପଡ଼ିବ ବୋଲି ଆଲୋଚନା ଆରମ୍ଭ ହୋଇଛି୤

Leave a Reply

Your email address will not be published. Required fields are marked *

error: Content is protected !!