ବିଜେଡି ଟାଉନ ସଭାପତି ଧୀରଜ ପ୍ରସାଦଙ୍କ ଆତ୍ମହତ୍ୟା ଅଭିଯୋଗ
1 min read
ଗତ ରାତିରେ ସୁନ୍ଦରଗଡ଼ ଟାଉନ ବିଜେଡି ଯୁବ ସଭାପତି ଧୀରଜ ପ୍ରସାଦ ବେକରେ ଗାମୁଛା ଲଗାଇ ନିଜ ଘରେ ଅତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ତେବେ ସେ କାହିଁକି ଏପରି କରିଛନ୍ତି ତାହାର କାରଣ ଅସ୍ପଷ୍ଟ ଥିବା ବେଳେ ଏନେଇ ବୁଧବାର ସକାଳେ ଖବର ପ୍ରସାରିତ ହୋଇଛି। ଖବର ଆସିବା ପରେ ଶତାଧିକ ବିଜେଡି କର୍ମୀ, ସାଧାରଣ ଜନତା ତାଙ୍କ ଭିତିରିଆପଡା ଘରେ ପହଞ୍ଚିଥିଲେ। ଜଣେ ମେଳାପୀ ଯୁବନେତା ଭାବେ ସୁନ୍ଦରଗଡ଼ ସହରରେ ଜଣାଶୁଣା ଥିଲେ ମୃତ ଧିରଜ। ତାଙ୍କର ଏହି ଅକାଳ ବିୟୋଗରେ ବିଜେଡି ନେତା ଓ ସାଧାରଣ ଜନତା ଦୁଃଖ ପ୍ରକାଶ କରିଛନ୍ତି। ଟାଉନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି। ନିଜ ଘରୁ ଏକ ଗାମୁଛା ଲଗାଇ ଟଙ୍କା ହୋଇଥିବା ଅବସ୍ଥାରେ ତାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିବାରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।