କେନ୍ଦୁଝର ଡେଲି ମାର୍କେଟ୍‌ରେ ଅଗ୍ନିକାଣ୍ଡ : ନଷ୍ଟ ହୋଇଗଲା ୨୫ରୁ ଅଧିକ ଦୋକାନ

1 min read
Spread the love

କେନ୍ଦୁଝର ସହରର ମୁଖ୍ୟ ରାସ୍ତାରେ ଥିବା ଡେଲି ମାର୍କେଟରେ ସୋମବାର ପ୍ରତ୍ୟୁଷରୁ ନିଆଁଲାଗି ୨୫ରୁ ଅଧିକ ଦୋକାନ ପଡ଼ିଯାଇଛି୤ ଏହି ନିଆଁକୁ ପ୍ରାୟ ୩ ଘଣ୍ଟା ପରେ ଅଗ୍ନିସମ ବିଭାଗ ପକ୍ଷରୁ ଆୟତ୍ତ କରାଯାଇଛି। କେନ୍ଦୁଝର ସହରର ସବୁଠାରୁ ବ୍ୟସ୍ତବହୁଳ ରାହସ ଡେଲି ମାର୍କେଟ ରେ ଲାଗିଥିବା ଏହି ନିଆଁ ଯୋଗୁଁ ଛୋଟ ଛୋଟ ଦୋକାନଗୁଡ଼ିକ ପୋଡ଼ି ପାଉଁଶ ହୋଇଯାଇଛି । କୌଣସି ଏକ ଦୋକାନରୁ ବିଦ୍ୟୁତ ସଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି୤ କିନ୍ତୁ ଏ ନେଇ ବିଧିବଦ୍ଧ ସୂଚନା ମିଳିନାହିଁ। ଅଳ୍ପ ସ୍ଥାନରେ ଅନେକ ଦୋକାନ ଲାଗିଲାଗି ରହିଥିବାରୁ ଲାଗିଥିବା ନିଆଁ ଅଳ୍ପ ସମୟରେ ବ୍ୟାପି ଯାଇଥିଲା। ବିଶେଷ କରି ଜରିପାଲ ଓ ଅସ୍ଥାୟୀ ବ୍ୟବସ୍ଥାରେ ଥିବା ଏହି ଦୋକାନୀମାନେ ରାତ୍ରରେ ଦୋକାନ ବନ୍ଦ କରି ନିଜ ନିଜ ଘରକୁ ଯାଇଥିଲେ୤ ସ୍ଥାନୀୟ କିଛି ଦୋକାନୀ ଓ ଲୋକଙ୍କ ସହାୟତାରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିପାରିଛି।

ଏହି ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି୤ କିଛି ସ୍ଥାନୀୟ ଲୋକଙ୍କ ସୂଚନା ମୁତାବକ ଅଗ୍ନିଶମ ବାହିନୀ ବିଳମ୍ବରେ ଆସିବା ଏବଂ କିଛି ସମୟ ପରେ ପାଣି ସରିଯିବା ଯୋଗୁ ନିଆଁକୁ ଆୟତ୍ତ କରିବା ପାଇଁ ଅଧିକ ସମୟ ଲାଗିଥିଲା୤ ଜିଲ୍ଲା ସଦର ମହକୁମା ସହିତ ସହର ମୁଖ୍ୟରାସ୍ତାରେ ଲାଗିଥିବା ଏହି ନିଆଁ ଯୋଗୁଁ କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଲିଯାଇଥିଲା୤ କାରଣ ଏହି ରାସ୍ତା ଦେଇ ଦିନରାତି ସବୁ ସମୟରେ ଅନେକ ଯାନବାହନ ଚଳାଚଳ କରିଥାନ୍ତି୤

Leave a Reply

Your email address will not be published. Required fields are marked *

error: Content is protected !!