ଏନ୍.ଆଇ.ଟି. ରାଉରକେଲାରେ‘ ଜି – ୨୦ ଜନ ଭାଗୀଦାରୀ’ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ

1 min read
Spread the love

ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ, ରାଉରକେଲାରେ ଓଡ଼ିଶା ରାଜ୍ୟ ପ୍ରତିଷ୍ଠା ଦିବସର ଶୁଭ ଉତ୍ସବ ପାଳନ କରିଛି। ଏହି ଅବସରରେ ଏନ୍.ଆଇ.ଟି. , ରାଉରକେଲା ଅନ୍ତର୍ଭୁକ୍ତ ଉତ୍କଳ ଦିବସ କମିଟି ଏବଂ ଓଡିଆ ସାହିତ୍ୟ ସମାଜ ମିଳିତ ସହଯୋଗରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଚଳିତ ବର୍ଷରେ ଭାରତ ‘ଜି-୨୦’ ସମ୍ମିଳନୀର ସଭାପତିତ୍ଵ ଗ୍ରହଣ କରିଛି୤ ଏହି କ୍ରମରେ ସମ୍ମିଳନୀର ମୁଖ୍ୟ ବିଷୟବସ୍ତୁ ‘ଜି-୨୦ ରେ ଜନ ଭାଗୀଦାରୀ’ କୁ ଦୃଷ୍ଟିରେ ରଖି ଆୟୋଜିତ ହୋଇଥିଲା ଉତ୍କଳ ଦିବସ କାର୍ଯ୍ୟକ୍ରମ୤ ଅନୁଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ. ଉମାମହେଶ୍ଵର ରାଓ ଏହାକୁ ଉଦଘାଟନ କରିଥିଲେ।

ଏନ୍.ଆଇ.ଟି. ପକ୍ଷରୁ ସୁନ୍ଦରଗଡ଼, ବରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲାରେ ‘ଜି-୨୦ ରେ ଜନ ଭାଗୀଦାରୀ’ ବିଷୟ ସମ୍ବନ୍ଧିତ କାର୍ଯ୍ୟକ୍ରମ ଆୟୋଜନ ହେବାକୁ ଯାଉଅଛି । ଉତ୍କଳ ଦିବସ ପାଳନ କମିଟିର ସଂଯୋଜକ ପ୍ରଫେସର ରାମକୃଷ୍ଣ ବିଶ୍ଵାଳ ଗୌରବମୟୀ ଓଡ଼ିଶା ମାଟିର ସମ୍ୟକ ଧାରଣା ଦେଇଥିଲେ୤ ଚଳିତ ବର୍ଷର ବିଷୟବସ୍ତୁ ଉପରେ ଅଧିକ ଆଲୋଚନା କରି ଅନୁଷ୍ଠାନର କୁଳସଚିବ ପ୍ରଫେସର ରୋହନ ଧିମାନ ଯୋଗଦେଇ ଓଡିଶାବାସୀ ସମନ୍ବୟର ଭାବନା ବହନ କରି ଆସିଅଛନ୍ତି ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ମହାନତାର ସାକ୍ଷୀ ହୋଇ ଆଗକୁ ବଢ଼ୁଛନ୍ତି ।

ପ୍ରଫେସର କେ. ଉମାମହେଶ୍ଵର ରାଓ ଆଜି ଆମେ ଉପଭୋଗ କରୁଥିବା ସ୍ୱାଧୀନତା ପାଇବା ପାଇଁ ହଜାର ହଜାର ଓଡ଼ିଆ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି ବୋଲି କହିଥିଲେ୤ ମୁଖ୍ୟ ଅତିଥିଭାବେ ଶାସ୍ତ୍ରୀୟ ଓଡିଆ ଭାଷାରେ ଅଧ୍ୟୟନ କେନ୍ଦ୍ର, ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ପ୍ରକ୍ଜଳ୍ପ ନିର୍ଦ୍ଦେଶକ ପ୍ରଫେସର ବସନ୍ତ କୁମାର ପଣ୍ଡା ଉତ୍କଳ ଆମର ସମ୍ମାନିତ ପରିଚୟ ଏବଂ ଓଡିଆ ଐତିହାସିକ ସଂସ୍କାର ବିଷୟରେ କହିଥିଲେ୤ ସମାରୋହର ସମ୍ମାନନୀୟ ଅତିଥିଭାବେ ନାଟ୍ୟ୍ ନିର୍ଦ୍ଦେଶକ ତଥା ଓଡ଼ିଆ ଭାଷାର ପ୍ରଫେସର ସଞ୍ଜୟ ହାତୀ ତାଙ୍କ ପାଇଁ ବର୍ଷଟା ସାରା ହେଉଛି ଉତ୍କଳ ଦିବସ ବୋଲି କହିଥିଲେ୤ ଭାଷାର ବ୍ୟବହାରରେ ଏହାର ବିସ୍ତାର ହୁଏ ଏବଂ ସାଧାରଣତଃ ଏହା ହୁଏ ଦୂରଦର୍ଶନ ଓ ଚଳଚ୍ଚିତ୍ର ମାଧ୍ୟମରେ |

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମସ୍ତେ ମାତୃଭାଷାରେ ପରସ୍ପର ସହିତ କଥାବାର୍ତ୍ତା କରନ୍ତୁ ପଛେ ସ୍ଥାନ ନିଜ ଦେଶ ହେଉ ଅବା ବିଦେଶ | ଏନ.ଆଇ.ଟି ରାଉରକେଲାର ଜଣେ ପୂର୍ବତନ ଛାତ୍ର ଓମ୍ ପ୍ରିୟଦର୍ଶୀ ଛୋଟରାୟ ତଥା ଜି -୨୦ ଭାରତ ଅଧୀନସ୍ଥ ଯୁବ-୨୦ କୋଷାଧ୍ୟକ୍ଷ ଜି -୨୦ ଓଡିଶାର ଚିନ୍ତାଧାରା ଓ ରାଜ୍ୟରେ ହେବାକୁ ଥିବା ପ୍ରମୁଖ କାର୍ଯ୍ୟକ୍ରମ ବିଷୟରେ କହିଥିଲେ। ଏହି ସମାରୋହରେ ସାଂସ୍କୃତିକ କାର୍ଯ୍ୟକ୍ରମ ଯେପରି ଓଡ଼ିଶୀ ନୃତ୍ୟ, ଗୀତ, ବିଦ୍ୟାଳୟର ପିଲାମାନଙ୍କ ଦ୍ୱାରା କବିତା ପାଠ ଏବଂ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ ହୋଇଥିଲା | ସନ୍ଧ୍ୟାରେ ଓଡିଆ ସାହିତ୍ୟ ସମାଜ ଦ୍ୱାରା ଆୟୋଜିତ ହୋଇଥିବା ଆଲୋଚନା ଅଧିବେଶନରେ ଇତିହାସ, ସଂସ୍କୃତି ଏବଂ ସାହିତ୍ୟ କ୍ଷେତ୍ରର ଜଣେ ବିଶିଷ୍ଟ ବ୍ୟକ୍ତି ପ୍ରତୀକ ପଟ୍ଟନାୟକ ପ୍ରଶ୍ନୋତ୍ତର ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଓଡ଼ିଆ ଭାଷା ଓ ସଂସ୍କୃତି ଉପରେ ଜ୍ଞାନ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏନ.ଆଇ.ଟି ରାଉରକେଲା ସମର୍ଥିତ ଅନୁଷ୍ଠାନ ମଧ୍ୟରେ ଥିବା ଜେ.ଏନ୍.ଭି. ବରଗଡ, କେ.ଭି. ରାଉରକେଲା ଓ କେ.ଭି. ଝାରସୁଗୁଡ଼ାର ଛାତ୍ର ତଥା ଜିଲ୍ଲାବାସୀଙ୍କ ମଧ୍ୟରେ ଜି -୨୦ ସଚେତନତା ସୃଷ୍ଟି କରିବା ପାଇଁ ଶୋଭାଯାତ୍ରା ତଥା ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!