ଉତ୍କଳ ସମ୍ମିଳନୀ ରାଉରକେଲା ଶାଖା ପକ୍ଷରୁ ଉତ୍କଳ ଦିବସ ପାଳିତ

1 min read
Spread the love

ଉତ୍କଳ ସମ୍ମିଳନୀ  ରାଉରକେଲା ଶାଖା ଆନୁକୂଲ୍ୟରେ  ଉତ୍କଳ ଦିବସ କାର୍ଯ୍ୟକ୍ରମ  ପାଳିତ ହୋଇଯାଇଛି। ଆଲୋଚନା ସଭାରେ ଶାଖା ସଭାପତି ସୁଦାମ ଚନ୍ଦ୍ର ଦାଶଙ୍କ  ସଭାପତି ଅଭିଭାଷଣରେ ବକ୍ତବ୍ୟ ରଖିକଳିଙ୍ଗବାସୀ କାହାରି ଦାସତ୍ୱର ସ୍ୱୀକାର କରନ୍ତି ନାହିଁ , ବୀର ରକ୍ତମାଟି ଉତ୍କଳର ଦାୟାଦଭାବେ ଆମେ ଗର୍ବ କରିବା ଉଚିତ ବୋଲି କହିଥିଲେ। ସାଧାରଣ ସମ୍ପାଦକ ଅକ୍ଷୟ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରି ଉତ୍କଳ ସମ୍ମିଳନୀ ହେଉଛି ସମଗ୍ର ଓଡିଆର ମିଳନ ମଣ୍ଡପ ବୋଲି କହିଥିଲେ। ମୁଖ୍ୟ ଅତିଥିଭାବେ ରାଉରକେଲାର ବିଧାୟକ ସାରଦା ପ୍ରସାଦ ନାୟକ ରାଉରକେଲା ଉତ୍କଳ ସମ୍ମିଳନୀ ଶାଖା କେବଳ ଓଡିଆ ଭାଷା ବା ଜାତି କଥା ନବୁଝି ସମାଜସେବା ଭଳି ମହତ କାଯ୍ର୍ୟକୁ ଆପଣେଇ ନେଇଛି ବୋଲି ବକ୍ତବ୍ୟ ରଖିଥିଲେ।ପ୍ରଭୁ ଶ୍ରୀଜଗନ୍ନାଥ ଆମ ଓଡିଶାର ଗର୍ବ ବୋଲି କହିଥିଲେ। ଅନ୍ୟତମ ସମ୍ମାନୀତ ଆଲୋଚକ ତଥା ଷଢେଇକଳାରୁ ଆସିଥିବା ବହୁଭାଷୀ ସାମ୍ୱାଦିକ କାର୍ତ୍ତିକ କୁମାର ପରିଚ୍ଛା ମହାପୁରୁଷମାନେ ମାଟି ମାଆର ଗର୍ବ ବୋଲି କହିଥିଲେ। ମୁଖ୍ୟବକ୍ତା  ତଥା ପ୍ରାକ୍ତନ ଭାଷା ପ୍ରାଧ୍ୟାପକ ପାରେଶ୍ୱର ବିଶ୍ୱାଳ ‘ଭାଷା ଆନ୍ଦୋଳନ, ଉତ୍କଳ ସମମ୍ମିଳନୀ ଓ ଓଡିଆ ଜାତୀୟତା’ ଶୀର୍ଷକରେ ବକ୍ତବ୍ୟ ରଖିଥିଲେ ଯେ , ଓଡିଆ ଭାଷା ଓ ଜାତିକୁ ଗୌରୀଶଙ୍କର ରାୟଙ୍କ ଅବଦାନ ଅତୁଳନୀୟ ବୋଲି କହିଥିଲେ। ଉପସଭାପତି ଡ. କିଶୋରୀ ଦାଶ ଭିତ୍ତି ପ୍ରବନ୍ଧ ପାଠ କରିଥିଲେ।ସମ୍ମିଳନୀର ଉପସଭାପତି ଡ.ତପସ୍ୱୀନି ବହିଦାରଙ୍କ ବଳିଷ୍ଠ ସଂଯୋଜନା ତଥା ପ୍ରାକ୍ତନ ଅଧ୍ୟାପକ ଅଚିନ୍ତ୍ୟ ନାରାୟଣ ଜେନାଙ୍କ ସଭା ପରିଚାଳନା କାଯ୍ର୍ୟକ୍ରମରେ ଗଣେଶ ବାଗାଡିଆ , ନଳୀନି ପ୍ରଭା ପଟ୍ଟନାୟକଙ୍କୁ ସମ୍ୱର୍ଦ୍ଧିତ କରାଯାଇଥିବାବେଳେ ବରିଷ୍ଠ ସାହିତ୍ୟିକ ଭୂପେନ ମହାପାତ୍ରଙ୍କୁ  ଆଜୀବନ ସାହିତ୍ୟ ସାଧନା ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *

error: Content is protected !!