ଉତ୍କଳଦିବସ ଅବସରରେ ଓଡିଶାର ବରପୁତ୍ର ଓ ଜନନାୟକଙ୍କୁ ଆର୍ଏସ୍ପି ପକ୍ଷରୁଶ୍ରଦ୍ଧାସୁମନଅର୍ପଣ
1 min readଅପ୍ରେଲ ୧ ତାରିଖରେ ଅବଶିଷ୍ଟ ରାଜ୍ୟବାସୀଙ୍କ ସହିତ ରାଉରକେଲା ଇସ୍ପାତ କାରଖାନା ପବିତ୍ର ଉତ୍କଳ ଦିବସ ପାଳନରେ ସାମିଲ ହୋଇଥିଲା। ଏହି ଅବସରରେ ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ଉତ୍କଳ ପ୍ରଦେଶର ବରପୁତ୍ର ଏବଂ ଜନନାୟକମାନଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

ଶ୍ରୀ ଭୌମିକ ଉତ୍କଳମଣି ଗୋପବନ୍ଧୁ ଦାସ, କଳିଙ୍ଗବୀର ବିଜୁ ପଟ୍ଟନାୟକ, ଆଜାଦୀ ଉଦ୍ୟାନରେ ମହାନ ସ୍ଵାଧୀନତା ସେନାନୀଗଣ, ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ଶହୀଦ ବୀର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପଗୁଚ୍ଛ ଅର୍ପଣ କରିଥିଲେ। ଓଡିଶା ବା ଉତ୍କଳବାସୀଙ୍କ ହୃଦୟରେ ଉତ୍କଳ ଦିବସର ତାତ୍ପର୍ଜ୍ୟ ଖୁବ ମହତ୍ତ୍ୱପୂର୍ଣ୍ଣ ବୋଲି ଏହି ଅବସରରେ ଉପସ୍ଥିତ ଅତିଥିମାନେ କହିଥିଲେ।