ରାଉରକେଲାରେ ପାଳନ ହେଲା ଓଡ଼ିଶା ପୋଲିସର ୮୮ତମ ପ୍ରତିଷ୍ଠା ଦିବସ
1 min read
ଉତ୍କଳ ଦିବସ ଏବଂ ୮୮ତମ ପୋଲିସ ପ୍ରତିଷ୍ଠା ଦିବସ ସାରା ରାଜ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ରାଉରକେଲା ସହରର ରିଜର୍ଭ ପୋଲିସ ପଡ଼ିଆଠାରେ ଆୟୋଜିତ ମିଳିତ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ ମୁଖ୍ୟ ଅତିଥିଭାବେ ଯୋଗଦେଇଥିବା ପଶ୍ଚିମାଞ୍ଚଳ ଡିଆଇଜି ନିତି ଶେଖର। ୧୯୩୬ ମସିହାରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହେବାପରେ, ଅପ୍ରେଲ ୧ ତାରିଖକୁ ଉତ୍କଳ ଦିବସ ପାଳନ ସହିତ ଓଡ଼ିଶା ପୋଲିସର ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଉଛି। ଡିଆଇଜି ପ୍ରଥମେ ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ଙ୍କ ବାର୍ତ୍ତା ଏବଂ ପରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପାଠ କରିଥିଲେ।

ଏହି ଅବସରରେ ସେ ରାଉରକେଲା ପୋଲିସ ଜିଲ୍ଲାର କିଛି କର୍ମଚାରୀଙ୍କୁ ସେମାନଙ୍କ କାର୍ଯ୍ୟଦକ୍ଷତା ପାଇଁ ପୁରସ୍କୃତ କରିଥିଲେ। ସେମାନଙ୍କ ମଧ୍ୟରେ ସବ୍-ଇନ୍ସପେକ୍ଟର ପି. ଟିଗ୍ଗା, ଏଏସ୍ଆଇ ଶଶୀଭୂଷଣ ପତି, ହାବିଲଦାର ବିନୟ କୁମାର ପଟେଲ, କନେଷ୍ଟବଲ୍ ଅମୀୟ ରଞ୍ଜନ ମାହାନ୍ତ o ସଞ୍ଜୟ କୁମାର ସୁବୁଦ୍ଧି, ଟ୍ରାଫିକ୍ କନେଷ୍ଟବଲ୍ ରଞ୍ଜନ କୁମାର ସାହୁ, ଏମ୍ କର, ନେତ୍ରମଣି ସେଠ, ଅଭିମନ୍ୟୁ ପ୍ରଧାନ, ସିପାହୀ ଏ ତିର୍କୀ, ଏମ୍ ମିଞ୍ଜ୍, ସୁଶାନ୍ତ କମାର ଜେନା, ତୋଫାନ କୁମାର ଶତପଥି, ଏ ଏ ଖାନ୍ ଏବଂ ନନ୍ଦିନୀ ମହନ୍ତ। ଏହି କାର୍ଯ୍ୟକ୍ରମରେ ରାଉରକେଲା ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୋଙ୍କ ସହିତ ରାଉରକେଲା ପୋଲିସ ଜିଲ୍ଲାର ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମୀମାନେ ଉପସ୍ଥିତ ଥିଲେ। ଏହି ଅବସରରେ ଓଡ଼ିଶା ପୋଲିସର କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା।