ରାଉରକେଲାର ଆଇଜି ପାର୍କରେ ‘ନୌକା ବିହାର’ ଉଦଘାଟିତ
1 min read
ରାଉରକେଲାର ଆଇଜି ପାର୍କରେ ‘ନୌକା ବିହାର’ ଉଦଘାଟିତ
ରାଉରକେଲା ଇସ୍ପାତ କାରଖାନା-ଆରଏସପିର ଆଇଜି ପାର୍କରେ ନବୀକୃତ ବୋଟିଙ୍ଗ ସୁବିଧା ‘ନୌକା ବିହାର’ର ଉଦଘାଟନ ସହିତ ଅନ୍ୟ ଏକ ଆକର୍ଷଣ ଯୋଡି ହୋଇଛି । ଆରଏସପିର ଭାରପ୍ରାପ୍ତ ନିର୍ଦ୍ଦେଶକ, ଅତନୁ ଭୌମିକ ଏହି ନୂତନ ସୁବିଧାକୁ ଉଦଘାଟନ କରିଥିଲେ। ଏହି ଅବସରରେ ସହର ପ୍ରଶାସନ ଓ ସିଏସଆର ବିଭାଗର ସିଜିଏମ୍ ଅଜୟ କୁମାର ନାୟକ ଏବଂ କାରଖାନାର ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ବୋଟିଂ କମ୍ପ୍ଲେକ୍ସକୁ ସମ୍ପୂର୍ଣ୍ଣ ଶୁଖିବା ପରେ ପୋଖରୀକୁ ଡ୍ରେଜିଂ ଏବଂ ଡିସିଲ୍ଟିଙ୍ଗ ପୂର୍ବକ ଏଥିରେ ବନ୍ଧ ସହିତ ପେବୁଲ୍ ବ୍ଲକ୍, ଗାର୍ଡିଂ କାନ୍ଥ ବ୍ୟବସ୍ଥା, ଚେୟାର ଏବଂ ଆଲୋକ ବ୍ୟବସ୍ଥା ସ୍ଥାପନ ଏବଂ ଅନ୍ୟାନ୍ୟ ନୂତନ ବୈଶିଷ୍ଟ୍ୟ ସହିତ ସମ୍ପୂର୍ଣ୍ଣ ନୂତନ ରୂପ ଦିଆଯାଇଛି।

ଏଠାରେ ବୋଟ ଚାଳନାର ମଜା ନେଉଥିବା ପରିଦର୍ଶକଙ୍କ ପାଇଁ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ଉପଲବ୍ଧ କରାଯାଇଛି। ଏହି ଅବସରରେ ଅତିଥିମାନେ ପାର୍କ ବୁଲିବା ସହିତ ଟୟ ଟ୍ରେନରେ ଯାତ୍ରା ଏବଂ ନୌବିହାର ମଧ୍ୟ କରିଥିଲେ।