ଆର୍‌ଏସ୍‌ପି ସହଯୋଗରେ ଦୀପିକା ମହିଳା ସଂଘତି ଦ୍ୱାରା ଆମ୍ବାଗାନ୍ ମାର୍କେଟରେ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା ଲୋକାର୍ପିତ

1 min read
Spread the love

ରାଉରକେଲାର ଅଗ୍ରଣୀ ଜନହିତୈଷୀ ସଂଗଠନ ଦୀପିକା ମହିଳା ସଂଘତି ଦ୍ବାରା ଆମ୍ବାଗାନ୍ ମାର୍କେଟ ସ୍ଥିତ ଏସବିଆଇ ଏଟିଏମ୍ ନିକଟରେ ସାଧାରଣ ଲୋକଙ୍କ ହିତରେ ଏକ ଥଣ୍ଡା ବିଶୁଦ୍ଧ ପାନୀୟ ଜଳ ଉପକରଣ  ସ୍ଥାପନ କରାଯାଇଛି। ଏଥିନିମନ୍ତେ ସେଲ, ରାଉରକେଲା ଇସ୍ପାତ କାରଖାନା ଭିତ୍ତିଭୂମି ସହାୟତା ପ୍ରଦାନ କରିଛି। ଦୀପିକା ମହିଳା ସଂଘତିର  ଅଧ୍ୟକ୍ଷା ସୀମା ଦେବ ଭୌମିକ ‘ମଧୁରମ’ ନାମକ ଏହି ଥଣ୍ଡା ପାନୀୟ ଜଳ ବିଶୋଧକର  ଉଦଘାଟନ କରିଥିଲେ ଯାହା ଏକ ଉଚ୍ଚ ମଞ୍ଚ ଉପରେ ତୋରଣ ସଦୃଶ ଛାତ ତଳେ ସ୍ଥାପନ କରାଯାଇଛି।

ଏହି ଅବସରରେ ଦୀପିକା ମହିଳା ସଂଘତିର ଉପାଧ୍ୟକ୍ଷା ହର୍ଷଲା ସୂର୍ଯ୍ୟବଂଶୀ, ଜୟଶ୍ରୀ ହୋତା, ନମ୍ରତା ବର୍ମାଙ୍କ ସମେତ ଟାଉନ୍ ଇଞ୍ଜିନିୟରିଂ ବିଭାଗର ଜିଏମ୍ ଇନ୍-ଚାର୍ଜ ବି କେ ଜୋଜୋ, ସହର ସେବା ବିଭାଗର ଜିଏମ ଟି ଜି କାନେକର, ଦୀପିକା ମହିଳା ସଂଘତି ର ସମ୍ପାଦିକା ନିଧି ସିଙ୍ଘଳ ଏବଂ ଡିଏମଏସ ର ସଦସ୍ୟା ତଥା ଆରଏସପିର ବହୁ  ବରିଷ୍ଠ ଅଧିକାରୀ , ସ୍ୱେଚ୍ଛାସେବୀ ଓ ବ୍ୟବସାୟୀମାନେ ଉପସ୍ଥିତ ଥିଲେ।

୮୦ରୁ ୧୨୦  ଲିଟର ଜଳ ବହନ କ୍ଷମତା ବିଶିଷ୍ଟ ଉକ୍ତ ଥଣ୍ଡା ବିଶୁଦ୍ଧ ପାନୀୟ ଜଳ ଉପକରଣ ଉଭୟ ଉପଭୋକ୍ତା ଓ  ପରିବେଶ ଅନୁକୂଳ ଏବଂ ଶକ୍ତି ନିପୁଣ ଅଟେ। ସାଧାରଣ ଲୋକଙ୍କୁ  ବିଶୁଦ୍ଧ ଏବଂ ଥଣ୍ଡା ପାଣି ଯୋଗାଇବା ଉଦ୍ଦେଶ୍ୟରେ ଦୀପିକା ମହିଳା  ସଂଘତି ଦ୍ୱାରା ସ୍ଥାପିତ ମଧୁରମ ହେଉଛି ଅନୁରୂପ ଦ୍ୱିତୀୟ ୟୁନିଟ୍।  ସେଲ ଆରଏସପିର ଜଳ ପରିଚାଳନା ବିଭାଗ, ସହର ଇଞ୍ଜିନିୟରିଂ ବିଭାଗର ଇଲେକ୍ଟ୍ରିକାଲ ଏବଂ ସିଭିଲ ବିଭାଗ ଏହି ଭିତ୍ତିଭୂମି ସହାୟତା ଯୋଗାଇଦେଇଛନ୍ତି। ଏହି ଥଣ୍ଡା ବିଶୁଦ୍ଧ ପାନୀୟ ଜଳ ବିଶୋଧକର ସ୍ୱଚ୍ଛତା ଏବଂ ରକ୍ଷଣାବେକ୍ଷଣା ର ଦାୟିତ୍ବ ଦୀପିକା ମହିଳା ସଂଘତି ବହନ କରିବ।

Leave a Reply

Your email address will not be published. Required fields are marked *

error: Content is protected !!