ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳକୁ ସମର୍ଥନ ନେଇ ରାଉରକେଲା ମଜଦୁର ସଭାର ଘୋଷଣା

1 min read
Spread the love

ସୁନ୍ଦରଗଡ଼ ଜିଲ୍ଲାରେ ହେବାକୁ ଥିବା ଆଗାମୀ ସାଧାରଣ ନିର୍ବାଚନରେ ରାଉରକେଲା ମଜଦୁର ସଭା ସମେତ ହିନ୍ଦ୍ ମଜଦୁର ସଭା ସହବନ୍ଧିତ ସମସ୍ତ ଶ୍ରମ ସଂଗଠନ ବିଜୁ ଜନତା ଦଳକୁ ସମର୍ଥନ କରିବେ। କେନ୍ଦ୍ରୀୟ ଶ୍ରମ ସଂଗଠନ ହିନ୍ଦ୍ ମଜଦୁର ସଭା ର ଗତ ଜାନୁଆରୀ ୩ ରୁ ୫ ପର୍ଯ୍ୟନ୍ତ ନାଗପୁର ଠାରେ ଅନୁଷ୍ଠିତ ଜାତୀୟ ଅଧିବେଶନ ର ନିଷ୍ପତ୍ତି ଅନୁଯାୟୀ କେନ୍ଦ୍ରରେ ଅବସ୍ଥାପିତ ନରେନ୍ଦ୍ର ମୋଦୀ ନେତୃତ୍ଵାଧୀନ ବିଜେପି ସରକାର ଙ୍କ ବ୍ୟାପକ ଜନବିରୋଧୀ,କୃଷକ ଓ ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଆଗାମୀ ସାଧାରଣ ନିର୍ବାଚନରେ ଭୋଟ ଦେଇ ଏବେକାର ମୋଦି ସରକାର ଙ୍କୁ କ୍ଷମତା ଚ୍ୟୁତ କରିବା ପାଇଁ ହିନ୍ଦ୍ ମଜଦୁର ସଭା ର ଦେଶବ୍ୟାପୀ ସମସ୍ତ ଶ୍ରମ ସଂଗଠନ କାର୍ଯ୍ୟ କରିବେ। ଏହି ନିଷ୍ପତ୍ତି କୁ ସମ୍ମାନ ଜଣାଇ ରାଉରକେଲା ମଜଦୁର ସଭା ର ସହରାଞ୍ଚଳ କାର୍ଯ୍ୟାଳୟ ପରିସରରେ ହିନ୍ଦ୍ ମଜଦୁର ସଭା ସହବନ୍ଧିତ ଶ୍ରମ ସଙ୍ଗଠନ ମାନଙ୍କର ଏକ ମିଳିତ କର୍ମୀ ସମାବେଶ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମଜଦୁର ସଭା ର ସଭାପତି ଶଶଧର ନାୟକ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ସମାବେଶରେ ବରିଷ୍ଠ ଶ୍ରମିକ ନେତା ବୈଦ୍ୟନାଥ ଦାସ, ଆନନ୍ଦ ଚନ୍ଦ୍ର ମହାନ୍ତି, ପ୍ରଭାକର ଚମ୍ପତିରାୟ, ହରେକୃଷ୍ଣ ପାଢ଼ୀ ଓ ସାଧାରଣ ସମ୍ପାଦକ ଶ୍ରୀ ଅକ୍ଷୟ କୁମାର ନାୟକ ଉଦବୋଧନ ଦେଇ କେନ୍ଦ୍ର ସରକାରଙ୍କ ବିଗତ ଦଶବର୍ଷ ରେ ଗ୍ରହଣ କରିଥିବା ରାଷ୍ଟ୍ରବିରୋଧି, ଜନବିରୋଧୀ, ଶ୍ରମିକ ଓ କୃଷକ ବିରୋଧୀ ନୀତିର ତୀବ୍ର ସମାଲୋଚନା କରିଥିଲେ।

ସାଧାରଣ ସମ୍ପାଦକ ଅକ୍ଷୟ କୁମାର ନାୟକ ରାଷ୍ଟ୍ରାୟତ ଇସ୍ପାତ ଶିଳ୍ପ ସେଲ,ଆର୍ ଆଇ ଏନ୍ ଏଲ ଓ ଫେରୋସ୍କାପ ନିଗମ କୁ ଘରୋଇ କରଣ କରିବା ନେଇ ତତ୍ପରତା, ବ୍ୟାପକ ଠିକାଦାରୀ କରଣ ଓ ସେଲ/ଆର୍ ଆଇ ଏନ୍ ଏଲ ର ସ୍ଥାୟୀ କର୍ମଚାରୀମାନଙ୍କ ଦୀର୍ଘ ୭ ବର୍ଷର ପ୍ରତିକ୍ଷା ପରେ ମଧ୍ୟ ମଜୁରୀ ଚୁକ୍ତିନାମା ଚୂଡାନ୍ତ ନହେବା, ଠିକା ଶ୍ରମିକଙ୍କ ବ୍ୟାପକ ଶୋଷଣ ଓ କେନ୍ଦ୍ରୀୟ ହାରରେ ସର୍ବନିମ୍ନ ମଜୁରୀ ପ୍ରଦାନ ନକରିବା ଭଳି ସମସ୍ୟାର ଅବତାରଣା କରି ଏଥିପାଇଁ କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣା ନୀତିକୁ ଦାୟୀ କରିଥିଲେ ଅନ୍ୟ ପକ୍ଷରେ ଓଡ଼ିଶା ରାଜ୍ୟ ସରକାର ଙ୍କ ବିଭିନ୍ନ ଜନ ହିତକର ଯୋଜନା, ଅସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମଜୀବୀ ମଣିଷଙ୍କ ପାଇଁ ଯାବତୀୟ କଲ୍ୟାଣ ଯୋଜନା, ସର୍ବନିମ୍ନ ମଜୁରୀକୁ ବୃଦ୍ଧି କରିବା ଓ ସର୍ବୋପରି ରାଜ୍ୟ ତଥା ସୁନ୍ଦରଗଡ଼ ଜିଲ୍ଲାର ବିକାଶ ନେଇ ଗ୍ରହଣ କରିଥିବା ବହୁ ପଦକ୍ଷେପ ର ଅବତାରଣା କରି ଉପରୋକ୍ତ ନେତୃମଣ୍ଡଳୀ ଆଗାମୀ ନିର୍ବାଚନରେ ବିଜୁ ଜନତା ଦଳକୁ ସୁନ୍ଦରଗଡ଼ ଲୋକ ସଭା ଆସନ ଓ ଏହା ଅନ୍ତର୍ଗତ ବିଧାନ ସଭା ଆସନରେ ବିପୁଳ ବିଜୟୀ କରିବାକୁ ଆହ୍ବାନ କରିଥିଲେ। ଏହି ଅବସରରେ ବିଜୁ ଜନତା ଦଳ ର ସୁନ୍ଦରଗଡ଼ ଲୋକ ସଭା ପ୍ରାର୍ଥୀ ଦିଲ୍ଲୀପ ତିର୍କୀ, ରାଉରକେଲା ବିଧାନ ସଭା ପ୍ରାର୍ଥୀ ଶ୍ରୀ ସାରଦା ପ୍ରସାଦ ନାୟକ ଓ ରଘୁନାଥପାଲ୍ଲୀ ବିଧାନ ସଭା ପ୍ରାର୍ଥୀନୀ ଅର୍ଚ୍ଚନା ରେଖା ବେହେରା ଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହ ଆଗାମୀ ନିର୍ବାଚନରେ ପ୍ରାର୍ଥୀମାନଙ୍କ ସଫଳତା କାମନା କରାଯାଇଥିଲା।

ନିର୍ବାଚନ ରେ ଅବତୀର୍ଣ୍ଣ ପ୍ରାର୍ଥୀମାନେ ଉପସ୍ଥିତ କର୍ମୀ ଓ ଶୁଭେଚ୍ଛୁ ଙ୍କୁ ସମ୍ବୋଧିତ କରି ଆଗାମୀ ଦିନରେ ରାଉରକେଲା ତଥା ସୁନ୍ଦରଗଡ଼ର ସମସ୍ତ ଖଣି ଖାଦାନ, ଶିଳ୍ପାଞ୍ଚଳ ରେ କାର୍ଯ୍ୟରତ ଶ୍ରମିକ ସମାଜ ପାଇଁ କାର୍ଯ୍ୟ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ରଘୁନାଥପାଲ୍ଲୀ ର ବିଧାୟକ ସୁବ୍ରତ ତରାଇ ବିଜୁ ଜନତା ଦଳ ର ବିଭିନ୍ନ ଜନ କଲ୍ୟାଣ ଯୋଜନା ସଂପର୍କରେ ବିସ୍ତୃତ ଆଲୋଚନା କରିବା ସହ ଆଗାମୀ ଦିନରେ ବିଜୁ ଜନତା ଦଳ ସରକାର ପୁନଃ ପ୍ରତିଷ୍ଠା ନେଇ ଆଶା ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମଜଦୁର ସଭା ର ବହୁ ବରିଷ୍ଠ ସାଥୀ ସୁରେନ୍ଦ୍ର ନାଥ ଜେନା,ଆର୍.ବି.ଧଳ,ଗିରିସ ପଟ୍ଟନାୟକ,ବଂଶୀଧର ସାହୁ, ଆଲୋକ ରଂଜନ ବୋଷ, ସୁରେନ୍ଦ୍ର ରାଉତ, ସିଦ୍ଧେଶ୍ଵର ବଳ, ଖଗେନ୍ଦ୍ର ବେହେରା, ପ୍ରମୋଦ କୁମାର ଦାସ, କଳାକାର ସାହୁ,ସତ୍ୟାନନ୍ଦ ବେହେରା, ଦିଲ୍ଲୀପ କୁମାର ଜେନା, ପ୍ରଫୁଲ୍ଲ କୁମାର ବେହେରା, ପତିତପାବନ ଜେନା, ସୋମନାଥ ସ୍ବାଇଁ, ସରୋଜ କୁମାର ରାଉଳ, ବିଷ୍ଠୁମୋହନ ପ୍ରଧାନ, କେଦାର ପରିଡ଼ା, ନୃପାନନ୍ଦ ନାୟକ, ରମେଶ ମହାରଣା,ମନୋଜ ସାମନ୍ତରାୟ, ରାମଚନ୍ଦ୍ର ଗୈଡ, ବାପିନ୍ ପାଗଳ, ବିକାଶ କୁମାର ନାୟକ, ପ୍ରଦୀପ ବାରିକ, ଶ୍ରବଣ କୁମାର ଦଳାଇ,ଡି.ଏନ୍.ବେହେରା, ରବିନାରାୟଣ ପରିଡ଼ା , ଧରଣୀଧର ସାମଲ,ଅଜୁଲା ନନ୍ଦ,ମିନକେତନ ବେହେରା, କେଦାର ମହନ୍ତ,ସଂଜୀତ ମଲ୍ଲିକ, ସିଅର ନେତା ହେମନ୍ତ ବେହୁରିଆ , ସିବୁଦାସ ମହାପାତ୍ର, ମହେଶ୍ୱର ଦାସ, ରଞ୍ଜିତ କୁମାର ନାୟକ, ବିନୋଦ ପରିଡ଼ା,ସରତ ପଲେଇ, ଭିକାରୀ ସ୍ବାଇଁ, ମନୋଜ ଦାସ, ସୁଶିଲ ପାତ୍ର, ବିଶ୍ବ ରଞ୍ଜନ ମହାନ୍ତି, ସୀତାକାନ୍ତ ପାତ୍ର,ମାନସ ପଟନାୟକ ହିନ୍ଦ୍ ମଜଦୁର ସଭା ର ବିଭିନ୍ନ ସଂଗଠନ ର କର୍ମକର୍ତ୍ତା ସର୍ବଶ୍ରୀ ବନମାଳୀ ବେହେରା, ପ୍ରଭାତ ନାୟକ, କେଦାର ଦାସ, ବିଜୟ ରାଉତ, ଦେବାଶିଷ ନାୟକ,ଗଗନ ବିହାରୀ ସାହୁ, ଅଶୋକ ବଳ,ବିବେକ ମହାନ୍ତି, ମୋତିଲାଲ ଓରାମ, କାଳନ୍ଦୀ ଗୋଛୟତ, ଗଣେଶ ନାଗ, ଓକିଲ ମହନ୍ତ, ଅଜୟ କୁମାର ଦାସ,ବସନ୍ତ କୁମାର ପରିଡ଼ା, ବିମଳ ବେହୁରିଆ, ବିଦେଶୀ ମୁନା, ଅଜୟ ବଳିଆରସିଂ, ପ୍ରଦୀପ କୁମାର ଦାସ, ବିଜୟ ଜେନା, ସଂଜୟ ଓରାମ, ଅମର ମହାନ୍ତି, କୁଶାଷନ ମଲ୍ଲିକ ଉପସ୍ଥିତ ରହି କାର୍ଯ୍ୟକ୍ରମର ପରିଚାଳନାରେ ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ମଜଦୁର ସଭା ର କାର୍ଯ୍ୟକାରୀ ସଭାପତି ଅସିତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!