ରାଉରକେଲା ଇସ୍ପାତ କାରଖାନାରେ ସ୍ଵଚ୍ଛତା ପ୍ରତିଯୋଗିତାର ବିଜେତା  ପୁରସ୍କୃତ

1 min read

????????????????????????????????????

Spread the love

ରାଉରକେଲା ଇସ୍ପାତ କାରଖାନାରେ ସ୍ବଚ୍ଛତା ପକ୍ଷ-୨୦୨୪ ପାଳନ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାମାନଙ୍କୁ ଇଡି (ୱାର୍କସ) କନଫରେନ୍ସ ହଲରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗତ ଅପ୍ରେଲ ୩ ତାରିଖରେ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଏସ ଆର ସୂର୍ଯ୍ୟବଂଶୀ ଉତ୍ସବରେ ଅଧ୍ୟକ୍ଷତା କରି ବିଜେତାଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ କାରଖାନାର ବହୁ ସିଜିଏମ, ବିଭାଗ ମୁଖ୍ୟ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ସ୍ଲୋଗାନ ଲିଖନ, ଚିତ୍ରାଙ୍କନ  ଏବଂ ‘ବର୍ଜ୍ୟରୁ ଐଶ୍ଵର୍ଯ୍ୟ’ ହସ୍ତଶିଳ୍ପ ପ୍ରତିଯୋଗିତାରେ ମୋଟ ୧୨  ଜଣ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ଏଥିରେ ପ୍ରଥମ , ଦ୍ବିତୀୟ , ତୃତୀୟ ସ୍ଥାନ ଅଧିକାର କରିଥିବା କର୍ମଚାରୀମାନକୁ   ନଗଦ ପୁରସ୍କାର ଏବଂ ପ୍ରମାଣପତ୍ର ଏବଂ ସାନ୍ତ୍ଵନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା।

କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାନଙ୍କ ସହିତ ମତବିନିମୟ କରିଥିଲେ।  ଏକ ସୁସ୍ଥ, ସ୍ବଚ୍ଛ  ଏବଂ ସୁନ୍ଦର ଭାରତ ଗଢିବା ପାଇଁ ସ୍ବଚ୍ଛତାର ସଂସ୍କୃତିକୁ ଅନୁପାଳନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଥିଲେ।

ସ୍ଲୋଗାନ ପ୍ରତିଯୋଗିତାର ପ୍ରଥମ, ଦ୍ଵିତୀୟ, ତୃତୀୟ ତଥା ସାନ୍ତ୍ୱନାମୂଳକ ପୁରସ୍କାର ବିଜେତାମାନେ ହେଲେ ସିଲିକନ୍ ଷ୍ଟିଲ୍ ମିଲ୍ ବିଭାଗର  ପ୍ରଶାନ୍ତ କୁମାର ନାୟକ, ବ୍ଲାଷ୍ଟ ଫର୍ଣ୍ଣେସ -୫ ବିଭାଗର ଧୋବେଇ  ଦାସ, କାର୍ମିକ ବିଭାଗର  ଯୋଗେନ୍ଦ୍ର କୁମାର  ଦାଶ, କୋଲ କେମିକାଲ୍ସ ବିଭାଗର ମାଜିଦ୍ ଅଖତର ଅନସାରୀ।

ଚିତ୍ରାଙ୍କନ ପ୍ରତିଯୋଗିତାରେ ହଟ୍ ଷ୍ଟ୍ରିପ୍ ମିଲ୍ -୧  ବିଭାଗର ରିଜୱାନ୍ ହାସିମ୍ ଖାନ୍, ପିପିସି ବିଭାଗର  ରବି ନାରାୟଣ ପଣ୍ଡା, ହଟ୍ ଷ୍ଟ୍ରିପ୍ ମିଲ୍ ବିଭାଗ ର  ସମୀର କୁମାର ଦାଶ – ଏବଂ ଏମପିସି ପୁଲ୍ ବିଭାଗର  ନବେନ୍ଦୁ ପସାୟତ ଯଥାକ୍ରମେ ପ୍ରଥମ, ଦ୍ବିତୀୟ, ତୃତୀୟ ସ୍ଥାନ  ହାସଲ କରିଥିଲେ । 

‘ବର୍ଜ୍ୟରୁ ଐଶ୍ଵର୍ଯ୍ୟ’ ହସ୍ତ ଶିଳ୍ପ ପ୍ରତିଯୋଗିତାର ପ୍ରଥମ ଚାରିଜଣ ଯଥାକ୍ରମେ ଆର ଆଣ୍ଡ ସି ଲ୍ୟାବ୍ ବିଭାଗ ର ଦେବାଶିଷ  ମହାନ୍ତି, କାର୍ମିକ ବିଭାଗର  ଜ୍ୟୋତିର୍ମୟ ମହାନ୍ତି, ଏଚ ଏସ ଏମ ୨ ବିଭାଗ ର  ସୁବ୍ରତ ଘୋଷ, ଏବଂ କ୍ୟାପ୍ଟିଭ୍ ପାୱାର ପ୍ଲାଣ୍ଟ – ୧ ବିଭାଗ ର ଶିବନନ୍ଦନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

       ଏହି ସମାବେଶକୁ କାର୍ମିକ ବିଭାଗର ଭାରପ୍ରାପ୍ତ ମହାପ୍ରବନ୍ଧକ ଧିରେନ୍ଦ୍ର ମିଶ୍ର ସ୍ୱାଗତ କରିବା ସହିତ ଏଭଳି କାର୍ଯ୍ୟକ୍ରମ ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଉପ ମହାପ୍ରବନ୍ଧ ମୁକେଶ କିଶୋର କରନ ଧନ୍ୟବାଦ ଅର୍ପଣ କରିଥିଲେ। ପି ଏଲ ୱାର୍କ୍ସ ବିଭାଗର  ସୁବୀର କୁମାର ସିଂ ଏବଂ ବି କିରଣ କୁମାରଙ୍କ ସହଯୋଗରେ ପର୍ସନାଲ – ଏମଏମ ଏବଂ ଏମପିସି ବିଭାଗର  ଉପ ପ୍ରବନ୍ଧକ  ସୁଶ୍ରୀ ଇତିଶ୍ରୀ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

Leave a Reply

Your email address will not be published. Required fields are marked *

error: Content is protected !!