ରଘୁନାଥପାଲୀ ବିଧାୟକ ପ୍ରାର୍ଥୀନୀଙ୍କ ଗଣମାଧ୍ୟମ ପ୍ରତିନିଧିଙ୍କ ସହଯୋଗ କାମନା
1 min read
ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀନୀ ଅର୍ଚ୍ଚନା ରେଖା ବେହେରା ସେହନାଇ ମଣ୍ଡପ ଠାରେ ସାମ୍ବାଦିକ ମାନଙ୍କ ର ଏକ ଅନଔପଚାରିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ଯୋଗ ଦେଇ ଆଗାମୀ ନିର୍ବାଚନ ରେ ସମସ୍ତ ସାମ୍ବାଦିକ ବନ୍ଧୁ ଙ୍କ ସହଯୋଗ ପାଇଁ ନିବେଦନ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ର ସେବା କରିବା ପାଇଁ ଚୟନ କରି ପ୍ରାର୍ଥୀ କରାଇଛନ୍ତି। ଗୃହିଣୀ ରୁ ସିଧାସଳଖ ରାଜନୀତି ମଇଦାନକୁ ଆସିଛି। ତେଣୁ ମୁଁ ଜନସାଧାରଣ ଙ୍କ ନିକଟକୁ ଯାଇ ସମସ୍ତ ଙ୍କ ଆର୍ଶୀବାଦ ଭିକ୍ଷା କରୁଛି ମୋତେ ସୁଯୋଗ ଦେଲେ ଏ ନିର୍ବାଚନ ମଣ୍ଡଳୀ ର ବିକାଶ କୁ ପ୍ରାଥମିକତା ଦେବି । ମୋ ସ୍ବାମୀ ତଥା ବର୍ତ୍ତମାନର ବିଧାୟକ ଏ ଅଞ୍ଚଳ ରେ ଅନେକ ବିକାଶ କାର୍ଯ୍ୟ କରିଥିବା ବେଳେ ଆହୁରି ଅନେକ କାର୍ଯ୍ୟ ରହିଯାଇଛି ସେ ସବୁ ପୂରଣ ପାଇଁ କାର୍ଯ୍ୟ କରିବି। ଆପଣମାନେ ମୋର ବାର୍ତ୍ତା କୁ ସାଧାରଣ ଜନତା ଙ୍କ ନିକଟରେ ପହଞ୍ଚାଇ ପାରିଲେ ମୋ ପାଇଁ ବଡ଼ ଆର୍ଶୀବାଦ ହେବ ବୋଲି ସେ କଘିଥିଲେ। ଏହି ଅବସରରେ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ ସମସ୍ତ ସାମ୍ବାଦିକ ବନ୍ଧୁ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ। ବିଗତ ଦିନରେ ସମସ୍ତ ସାମ୍ବାଦିକ ସେମାନଙ୍କ ର ଅକୁଣ୍ଠ ସହଯୋଗ ପ୍ରଦାନ କରିଥିବା ବେଳେ ଚଳିତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ଶ୍ରୀମତୀ ଅର୍ଚ୍ଚନା ରେଖା ବେହେରା ଙ୍କୁ ସମାନ ସହଯୋଗ ପାଇଁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମରେ ରଘୁନାଥପାଲୀ ନିର୍ବାଚନ ମଣ୍ଡଳୀ ର ଷ୍ଟିଅରିଂ କମିଟି ସଦସ୍ୟ ତଥା ବରିଷ୍ଠ ନେତା ବଶିଂଧର ପରିଡା ଉପସ୍ଥିତ ଥିଲେ। ପ୍ରାରମ୍ଭ ବିଜେଡି ମିଡିଆ ସେଲର ସଂଯୋଜକ ସଞ୍ଜୀବ କୁମାର ନାୟକ ସ୍ବାଗତ ଭାଷଣ ରଖିଥିବା ବେଳେ ରଘୁନାଥପାଲୀ ମିଡିଆ ସେଲ ର ଆବାହକ ତଥା ବରିଷ୍ଠ ବିଜେଡ଼ି ନେତା ନିରଞ୍ଜନ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।