ବିଜେଡି ପକ୍ଷରୁ ବିଧାୟକ ପ୍ରାର୍ଥୀ ସାରଦା ନାୟକଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ
1 min read
ରାଉରକେଲା ସହରର ଛେଣ୍ଡ କଲୋନୀରେ ଥିବା ପ୍ଲଟ ଏଲ ଓ ଇ ଏରିଆ ପଡିଆରେ ବିଜେଡି ଜିଲ୍ଲା ଉପସଭାପତି ତଥା ମୁଖପାତ୍ର ଜୟନ୍ତ କୁମାର ମିଶ୍ର ଙ୍କ ସଭାପତିତ୍ୱରେ ବିଜେଡି ଯୁବ ମୋର୍ଚ୍ଚାର କାର୍ଯ୍ୟକାରୀ ସଭାପତି ରାଜୀବ ପ୍ରତିହାରୀଙ୍କ ନେତୃତ୍ୱରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍ଥାନୀୟ ଏକ କ୍ଲବ୍ ର ବରିଷ୍ଠ ନେତା ରାଜେଶ ଜେନା ଙ୍କ ନେତୃତ୍ୱରେ ଅମୁଲ୍ୟ ମଲ୍ଲିକ, ସନ୍ତୋଷ ସାହୁ, ବାପି ମଲ୍ଲିକ, ଏଲ ଡି ପରିଡା, ଜିତେନ୍ଦ୍ର ସାହୁ, ଅନିଲ ବେହେରା, ଗୁରୁ ମଲ୍ଲ, ସୋମ୍ୟ ନାୟକ, ବିବେକ ମହାନ୍ତି, ଅନନ୍ତ ସାହୁ, ରାକେଶ ବେହେରା, ମହେଶ ମହାପାତ୍ର, ସୋନୁ ପାଣି ପ୍ରମୁଖ ଯୋଗଦେଇଥିଲେ। ଏହା ସହିତ ବିଜେଡି ଛାତ୍ର କାର୍ଯ୍ୟକାରୀ ସଭାପତି ସୌମ୍ୟ ଦାସ ଙ୍କ ପ୍ରଚେଷ୍ଟାରେ ସୋମେନ ଚାଟାର୍ଜି ଙ୍କ ନେତୃତ୍ୱରେ, ଅରୂପ ଗୁପ୍ତା, ସୋନି ପ୍ରସାଦ, ଗୋବିନ୍ଦ ସିଂ, ଅଜୟ ତିର୍କୀ, ଚିଣ୍ଟୁ ସିଂଙ୍କ ସମେତ 20ରୁ ଊର୍ଦ୍ଧ୍ୱ ଯୁବକର୍ମୀ ବିଜେଡିରେ ମିଶିବା ସହ ମନ୍ତ୍ରୀ ସାରଦା ପ୍ରସାଦ ନାୟକଙ୍କ ସହିତ ଭେଟିଥିଲେ।

ଶ୍ରୀ ଦାଶ ଏହି ଅବସରରେ ସମସ୍ତଙ୍କୁ ସ୍ୱାଗତ କରିବା ସହିତ ଅଭିନନ୍ଦନ ଜଣାଇଛନ୍ତି। ଏହି କାର୍ଯ୍ୟକ୍ରମକୁ ପୂର୍ବତନ ପୌରାଧକ୍ଷା ରଶ୍ମିଵାଳା ମିଶ୍ର, ସୁଦାମ ଦାସ, ମୃତୁଞ୍ଜୟ ମହାପାତ୍ର, ରଞ୍ଜନ ନାୟକ, ଅକ୍ଷୟ ଜେନା, ଉପେନ୍ଦ୍ର ଧଳ ସାମନ୍ତ, ସତ୍ୟନାରାୟଣ ମିଶ୍ର, ଆଲୋକ ବୋଷ ପରିଚାଳନା କରିଥିଲେ। ଦୀର୍ଘ 18ବର୍ଷ ଅବହେଳିତ ଥିବା ପ୍ଲଟ ଏରିଆ ର ଇତିହାସ ଓ ଛେଣ୍ଡ କଲୋନୀର ବିକାଶ ର ସମ୍ପୂର୍ଣ ତଥ୍ୟ ମାନ୍ୟବର ମନ୍ତ୍ରୀ ସାରଦା ବାବୁ ଉପସ୍ଥିତ ଥିବା କଲୋନୀ ବାସୀଙ୍କୁ ବୁଝାଇଥିଲେ।