କ୍ରିକେଟ ଖେଳ ମାଧ୍ୟମରେ ବିଜେପି ପ୍ରାର୍ଥୀନୀଙ୍କ ନିର୍ବାଚନ ପ୍ରଚାର

1 min read
Spread the love

ଆସୁଛି ନିର୍ବାଚନ। ଏଥିପାଇଁ ବିଭିନ୍ନ ଦଲର ପ୍ରାର୍ଥୀମାନେ ଭିନ୍ନ ଭିନ୍ନ ମାଧ୍ୟମରେ ନିଜ ସପକ୍ଷରେ ଭୋତ ମାଗିବାକୁ ଯାଉଛନ୍ତି। ଏହି କ୍ରମରେ ସୁନ୍ଦରଗଡ଼ ସଦର ଆସନରେ ବିଜେପି ଦଳର ପ୍ରାର୍ଥୀନୀ ତଥା ବର୍ତ୍ତମାନର ବିଧାୟିକା କୁସୁମ ଟେଟେ ଏକ ରାତ୍ରକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଯୋଗଦେଇ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରିଛନ୍ତି।

ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରର ଟାଙ୍ଗରପାଲ୍ଲୀ ଅଞ୍ଚଳର ନିଆଳିପାଲ୍ଲୀ-ଚାଉରଧଲଠାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶ୍ରୀମତୀ କୁସୁମ ଟେଟେଙ୍କ ସମେତ ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତ ଥିଲେ।  ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଉପସ୍ଥିତ ରହି ବିଧାୟିକାଙ୍କ ସହିତ ଆଲୋଚନା କରିଥିଲେ। ଖେଳ ଶେଷରେ ବିଜଈ ଏବଂ ଉପବିଜେତା ଦଳକୁ ଶ୍ରୀମତୀ ଟେଟେଙ୍କ ସହିତ ଅନ୍ୟ ଅତିଥିମାନେ ପୁରସ୍କୃତ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!