ଦଳର ବିଭିନ୍ନ ଗୋଷ୍ଠୀକୁ ଏକତ୍ରିତ କରି ବିଧାୟକ ପ୍ରାର୍ଥୀ ଦିଲ୍ଲୀପ ରାୟ ଓ ସାଂସଦ ପ୍ରାର୍ଥୀ ଜୁଏଲଙ୍କ ବୈଠକ
1 min read
ରାଉରକେଲାର ହୋଟେଲ ମେଫେୟାର, ହକି ଭିଲେଜ ଠାରେ ରାଉରକେଲା ବିଧାନ ସଭା କ୍ଷେତ୍ରର କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇ ଥିଲା । ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ ସ୍ଵାଗତ ଭାଷଣ ଦେଇ କାର୍ଯ୍ୟକର୍ତ୍ତା ଓ କର୍ମୀଙ୍କ ଉଚ୍ଛାହକୁ ଭୂୟସୀ ପ୍ରଶଂସା କରିବା ସହିତ ଚଳିତ ନିର୍ବାଚନରେ ଆମ ଜିଲ୍ଳାର ସମସ୍ତ ବିଧାନ ସଭା ପ୍ରାର୍ଥୀ ଓ ଲୋକ ସଭା ପ୍ରାର୍ଥୀ ଜୟଯୁକ୍ତ ହେବେ ବୋଲି ପ୍ରକାଶ କରିଥିଲେ । ସୁନ୍ଦରଗଡ ଲୋକ ସଭା ପ୍ରାର୍ଥୀ ତଥା ସାଂସଦ ଜୁଏଲ ଓରାମ ତାଙ୍କ ବକ୍ତବ୍ୟର ” ଅବ କି ବାର ୪୦୦ ପାର , କେନ୍ଦ୍ରରେ ମୋଦୀ ସରକାର “ରାଜ୍ୟରେ ବିଜେପି ସରକାର ” ଗଢ଼ିବା ବୋଲି ଦୃଢ଼ୋକ୍ତି ପୋଷଣ କରିଥିଲେ । ନିର୍ବାଚନରେ ବିଜୟୀ ହେବାପାଇଁ ପ୍ରତି ବିଧାନ ସଭା କ୍ଷେତ୍ରରେ ନିର୍ବାଚନ ସଂଚାଳନ ସମିତି ଗଠନ କରିବା ସହିତ ସେଥିରେ ୩୮ ବିଭାଗ ରହିବ ଏବଂ ଏହାକୁ ସଠିକ ମାର୍ଗରେ ପରିଚାଳନା କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ସମସ୍ତ କାର୍ଯ୍ୟକର୍ତ୍ତା ନିଜର କର୍ତ୍ତବ୍ୟକୁ ନିଷ୍ଠାର ସହିତ ପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ। ଜିଲ୍ଲାର ସମସ୍ତ ବିଧାନସଭା ସହିତ ଏକମାତ୍ର ଲୋକ ସଭା ପାର୍ଥୀଙ୍କୁ ବିଜୟୀ କରିବା ପାଇଁ ରଣନୀତି ଉପରେ ବୈଠକରେ ଆଲୋଚନା ହୋଇଥିଲା। ରାଉରକେଲା ବିଧାନ ସଭା ପ୍ରାର୍ଥୀ ଦିଲ୍ଲୀପ ରାୟ ତାଙ୍କ ବକ୍ତବ୍ୟରେ ସମସ୍ତେ ଆନ୍ତରିକତା ସହିତ କାମ କରିବାକୁ ପରାମର୍ଶ ଦେବା ସହିତ “ଅବ କି ବାର ରାଜ୍ୟରେ ବିଜେପି ସରକାର” ବୋଲି ଘୋଷଣା କରିଥିଲେ। ପଦଯାତ୍ରା କରି ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଯୋଜନାବଦ୍ଧ ଭାବେ କାର୍ଯ୍ୟ କରିବାକୁ ପ୍ରୟାସ କରିବାକୁ କହିଥିଲେ।

ଆଗକୁ ବିଜେପିରେ ମିଶ୍ରଣ ର ସୁଅ ଛୁଟିବ ବୋଲି ପ୍ରକାଶ କରିଥିଲେ। ରାଜ୍ୟ ସାଧାରଣ ସମ୍ପାଦିକା ପୁର୍ଣିମା କେରକେଟା, ରାଜ୍ୟ ମୁଖପାତ୍ର ଧିରେନ୍ ସେନାପତି, ଲୋକ ସଭା କ୍ଷେତ୍ର ବିସ୍ତାରକ ଆଶିଷ ଠାକୁର, ପୂର୍ବତନ ରାଜ୍ୟ କାରିଣୀ ସଦସ୍ୟ ରଘୁ ବଳ, ପୂର୍ବତନ ଜିଲ୍ଲା ସଭାପତି ଜଗବନ୍ଧୁ ବେହେରା ଆଦି ନେତୃବୃଦ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଚେଷ୍ଠା କରିବାକୁ ପରାମର୍ଶ ଦେଇଥିଲେ। ଏଥିରେ ଦଳରରାଜ୍ୟ କାର୍ଯ୍ୟକାରୀଣି ସଦସ୍ୟା ପ୍ରମିଳା ଦାସ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ, ଶଶାଙ୍କ ଜେନା, ରାଉରକେଲା ପ୍ରଭାରୀ ଶଙ୍କର ପୁଝାରୀ, ରାଉରକେଲା ସଂଯୋଜକ ଦିଲ୍ଲୀପ ପଟ୍ଟନାୟକ, ପୂର୍ବତନ ଅଳ୍ପସଂଖ୍ୟକ ରାଜ୍ୟ ଉପସଭାପତି ସଲାଲ ଉଦ୍ଦିନ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକର ମଞ୍ଚ ପରିଚାଳନା ବରିଷ୍ଠ ନେତା ହରି ରାଉତ୍ ରାୟ କରିଥିଲାବେଳେ ସଂଯୋଜନା କରିଥିଲେ ରଞ୍ଜିତ ନାୟକ।