ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଚାଲିଛି ଏକାଧିକ କ୍ରୀଡ଼ାଭ୍ୟାସ ସହିତ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ

1 min read
Spread the love

ରାଉରକେଲା ସହରର ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଚାଲିଛି ଏକାଧିକ କ୍ରୀଡ଼ାଭ୍ୟାସ ସହିତ ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର। ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା କ୍ରୀଡ଼ା ପ୍ରୋତ୍ସାହନ ଯୋଜନା ଅନ୍ତର୍ଗତ ରାଉରକେଲା ସହରର ଛେଣ୍ଡ୍‌ କଲୋନୀରେ ଥିବା ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ଜିମ୍‌ନାଷ୍ଟିକ ସହିତ ଭାରଉତ୍ତୋଳନ ଭଳି କ୍ରୀଡ଼ା ନିମନ୍ତେ ଚାଲିଛି ଗ୍ରୀଷ୍ମକାଳୀନ ପ୍ରଶିକ୍ଷଣ ଶିବିର। ଏହି ଶିବିର ମାଧ୍ୟମରେ ଜିମ୍‌ନାଷ୍ଟିକରେ ୫ ରୁ ୧୦ ବର୍ଷ ବୟଷର ୫୦ରୁ ଅଧିକ ପିଲାମାନଙ୍କୁ ପ୍ରଶିକ୍ଷଣ ଦିଆଯାଉଛି। ଏହି ପ୍ରଶିକ୍ଷଣ ଶିବିର ଚଳିତ ମାସ ୧ ତାରିଖରୁ ଆରମ୍ଭ ହୋଇ ମଇ ୩୧ ପର୍ଯ୍ୟନ୍ତ ଚାଲିବ। ସେହିଭଳି ଭାରଉତ୍ତୋଳନ ଶିବିର ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହୋଇ ଅପ୍ରେଲ ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଉରକେଲା ଭଳି ସହରରେ ଜିମ୍‌ନାଷ୍ଟିକ ଭଳି ଖେଳ ପାଇଁ ଆରମ୍ଭ ହୋଇଥିବା ଏହି ଗ୍ରୀଷ୍ମକାଳୀନ ଶିବିର ମାଧ୍ୟମରେ ଛୋଟ ଛୋଟ ପିଲାମାନେ ବେଶ୍‌ ଆଗ୍ରହର ସହକାରେ କୌଣସି ଦେୟ ନଦେଇ କେନ୍ଦ୍ରୀୟ ବାତାନୁକୁଳିତ ବ୍ୟବସ୍ଥାରେ ଶିକ୍ଷା ନେବା ଅନ୍ୟତମ ବିଶେଷ ଆକର୍ଷଣ ବୋଲି ଜଣାପଡ଼ିଛି। ଏହି ଶିବିର ମାଧ୍ୟମରେ ଛୋଟ ଛୋଟ ପିଲାମାନେ ଲାଭବାନ ହେବେ ବୋଲି କହିଛନ୍ତି ଜଣେ ଅଭିଭାବକ। ସେହିଭଳି ଭାରତୁତ୍ତୋଳନ ଶିବିର ମାଧ୍ୟମରେ ୨୫ରୁ ଅଧିକ ବିଭିନ୍ନ ବୟଷର ଛାତ୍ରଛାତ୍ରୀ ଅଭିଜ୍ଞ ପ୍ରଶିକ୍ଷକମାନଙ୍କଠାରୁ ପ୍ରଶିକ୍ଷଣ ନେଉଛନ୍ତି।

ସେହିଭଳି  କିଛିଦିନ ପୂର୍ବେ ଏହି ଷ୍ଟାଡିୟମ୍‌ରେ ଆରମ୍ଭ ହୋଇଛି ନିୟମିତ ଜିମ୍‌ନାଷ୍ଟିକ ପ୍ରଶିକ୍ଷଣ ଶିବିର। ଏଥିପାଇଁ ୨୦ଜଣଙ୍କୁ ଚୟନ କରାଯାଇ ପ୍ରଶିକ୍ଷଣ ଦିଆଯାଉଛି। ଏହି ପ୍ରଶିକ୍ଷଣ ଶେଷ ହେବା ପରେ ଛାତ୍ରଛାତ୍ରୀମାନେ ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇ ଅଧିକ ପ୍ରଶିକ୍ଷଣ ନେବା ସହ ଜାତୀୟସ୍ତରରେ ଖେଳିବା ପାଇଁ ଯୋଗ୍ୟ ହୋଇପାରିବେ ବୋଲି ଜଣାପଡ଼ିଛି। ଏହି ଖେଳାଳୀମାନଙ୍କୁ ଅନ୍ତର୍ଜାତୀୟ ଜିମ୍‌ନାଷ୍ଟିକ ଖେଳାଳୀ ରମେଶ ବେହେରା ପ୍ରଶିକ୍ଷଣ ଦେଉଛନ୍ତି। ହକିର ଗଡ଼ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲାରେ ଜିମ୍‌ନାଷ୍ଟିକ୍‌ ପ୍ରତି ଆଗ୍ରହ ରଖିଥିବା ଖେଳାଳିମାନଙ୍କ ଭବୀଷ୍ୟତ ଉଜ୍ୱଳ ବୋଲି କହିଛନ୍ତି ଶ୍ରୀ ବେହେରା। ଏହି କାର୍ଯ୍ୟରେ ସହଯୋଗ କରୁଛନ୍ତି ଅନ୍ୟତମ ଜାତୀୟ ଜିମ୍‌ନାଷ୍ଟିକ ଖେଳାଳୀ ସାୟନ ଦାସ।

ଅନ୍ୟପକ୍ଷରେ ବିଜୁ ପଟ୍ଟନାୟକ ବହୁମୁଖୀ ଇନ୍‌ଡୋର୍‌ ଷ୍ଟାଡିୟମ୍‌ରେ ସମ୍ପ୍ରତି ବିନା ଦେୟରେ ଟେବବୁଲ୍‌ ଟେନିସ, ସହିତ ୟୋଗାଭ୍ୟାସ ଏବଂ ଜିମ୍‌ ମାଧ୍ୟମରେ ବିଭିନ୍ନ ବର୍ଗର ବ୍ୟକ୍ତିମାନେ ପ୍ରଶିକ୍ଷଣ ନେଉଥିବା ଦେଖିବାକୁ ମିଳିଛି। ରାଜ୍ୟସରକାରଙ୍କ ପକ୍ଷରୁ ହୋଇଥିବା ଏହି ନୂଆ ସୁଯୋଗ ମାଧ୍ୟମରେ ଅନେକ ବ୍ୟକ୍ତି ଲାଭବାନ ହେଉଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *

error: Content is protected !!