ରାଉରକେଲା ସହରର ବିଭିନ୍ନ ସ୍ଥାନରେ ବାସନ୍ତୀକ ଦୁର୍ଗାପୂଜା ଆରମ୍ଭ
1 min read
ରାଉରକେଲା ସହରର ବିଭିନ୍ନ ସ୍ଥାନରେ ବାସନ୍ତୀକ ଦୁର୍ଗାପୂଜା ପବିତ୍ର ମହାସପ୍ତମୀ ପାଳନ ସହିତ ଆରମ୍ଭ ହୋଇଛି। ସହରର ସେକ୍ଟର-୩ ସ୍ଥିତ ବାସନ୍ତୀ ପୂଜା ପଡିଆ ରେ ଆରମ୍ଭ ହୋଇଛି ୪୯ ତମ ବାସନ୍ତୀକ ଦୁର୍ଗାପୂଜା। ଇସ୍ପାତ ସହର ର ଅନେକ ସ୍ଥାନରେ ମା’ ଙ୍କ ପୂଜା ହେଉଥିବା ବେଳେ ବାସନ୍ତୀ ପରିଷଦ ପକ୍ଷରୁ ଆୟୋଜିତ ବାସନ୍ତୀ ପୂଜା ସ୍ବତନ୍ତ୍ର। ପୂଜା ପେଣ୍ଡାଲ ସାଜସଜ୍ଜା ଠାରୁ ଆରମ୍ଭ କରି ଆଲୋକ ସାଜସଜ୍ଜା, ପାଲା ମହୋତ୍ସବ, ଭଜନ ସଂଧ୍ୟା ଓ ପ୍ରତିଭା -୨୦୨୪ ଭଳି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରାୟ ୧୦0ଦିନ ଧରି ପଡିଆ ରେ ଚାଲିଥାଏ।

ଏହି ସମୟରେ ମୀନା ବଜାର ମେଳା ରେ ସହରବାସୀଙ୍କ ଗହଳୀ ଦେଖିବାକୁ ମିଳିଥାଏ। ଚଳିତ ବର୍ଷ ବାସନ୍ତୀ ପରିଷଦ ପକ୍ଷରୁ ପାଲା ମହୋତ୍ସବ ରେ କଟକ ର ପାଲା ଗାୟିକା ପ୍ରଜ୍ଞାବାଦନୀ ଶ୍ରୀମତୀ ସତ୍ୟଭାମା ମହାରଣା 3ଦିନ ଧରି ପାଲା ପରିବେଷଣ କରିବେ। ସେହିପରି ୧୯ ଓ ୨୦ ତାରିଖ ଦୁଇଦିନ ଧରି ଆୟୋଜିତ ହେବାକୁ ଥିବା ଭଜନ ସଂଧ୍ୟା ରେ ଓଡ଼ିଶା ରେ ସୁଖ୍ୟାତି ଅର୍ଜନ କରିଥିବା କଟକ ର ଭଜନ ଗାୟକ କରୁଣାକର ଓ ସ୍ଥାନୀୟ ଗାୟିକା ପଲ୍ଲବୀ ନନ୍ଦ ତାଙ୍କ କଣ୍ଠରେ ସୁମଧୁର ଭଜନ ପରିବେଷଣ କରିବେ। ସେହିପରି ପ୍ରତିଭା କାର୍ଯ୍ୟକ୍ରମ ରେ ରାଉରକେଲା ର କୁନି ପ୍ରତିଭା ମାନଙ୍କୁ ନେଇ ଓଡିଶୀ ନୃତ୍ୟ ଓ ଭଜନ ସମ୍ପର୍କୀତ ନୃତ୍ୟ ପ୍ରତିଯୋଗିତା ଆୟୋଜନ ହେବ। ୨୬ ତାରିଖ ଦିନ ମା ଙ୍କ ଭସାଣୀ ଯାତ୍ରା ହେବ ବୋଲି ବାସନ୍ତୀ ପରିଷଦ ର ସାଧାରଣ ସମ୍ପାଦକ ସତ୍ୟବାନ ରାଉତ ସୂଚନା ଦେଇଛନ୍ତି।
ସେହିଭଳି ରାଉରକେଲା ସହରର ସେକ୍ଟର-୧୪ ସମେତ ଛେଣ୍ଡ୍ ଓ ଅନ୍ୟ କିଛି ସ୍ଥାନରେ ମଧ୍ୟ ବାସନ୍ତୀକ ଦୁର୍ଗାପୂଜା ଆରମ୍ଭ ହୋଇଛି। ଏଥିରେ ବହୁ ସଂଖ୍ୟରେ ଶ୍ରଦ୍ଧାଉମାନେ ଯୋଗଦେଉଥିବା ଦେଖିବାକୁ ମିଳିଛି।