ଦ୍ୱିତୀୟଥର ପାଇଁ ରାଉରକେଲାରେ ଟାଟା ଆଇପିଏଲ୍‌ ଫ୍ୟାନ୍‌ ପାର୍କର ଆୟୋଜନ

1 min read
Spread the love

ବିସିସିଆଇ ପକ୍ଷରୁ ଚାଲିଥିବା ଟାଟା ଆଇପିଏଲ୍‌ ୨୦୨୦୪ ଖେଳର ପ୍ରଚାର ଓ ପ୍ରସାର ଉଦ୍ଦେଶ୍ୟରେ ଦ୍ୱିତୀୟ ଥର ପାଇଁ ରାଉରକେଲାରେ ଆୟୋଜିତ ହେବାକୁ ଯାଉଛି ଟାଟା ଆଇପିଏଲ୍‌ ଫ୍ୟାନ୍‌ ପାର୍କ। ୨୦୨୩ ମସିହାର ସଫଳତା ପରେ ବିସିସିଆଇ ପକ୍ଷରୁ ରାଉରକେଲା ସହରକୁ ପୁଣି ଥେର୍ ଫେରୁଛି ଟାଟା ଆଇପିଏଲ୍‌ ଫ୍ୟାନ୍‌ ପାର୍କ। ଆସନ୍ତା ୧୩ ଓ ୧୪ ତାରିଖ ଦୁଇଦିନ ଧରି ସହରର ସେକ୍ଟର-୧୭ ପେଟ୍ରୋଲ ପମ୍ପ୍‌ ପଛ ପଡ଼ିଆରେ ଥିବା ଟାଟା ଫିଲ୍‌ଡରେ ହେବାକୁ ଯାଉଛି ଟାଟା ଆଇପିଏଲ୍‌ ଫ୍ୟାନ୍‌ ପାର୍କ।

ଏଠାରେ ଦୁଇଦିନ ଧରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ଦର୍ଶକମାନେ କୌଣସି ଦେୟ ନଦେଇ ଷ୍ଟାଡିୟମ୍‌ରେ ବସି ଖେଳ ଦେଖିବା ଭଳି ମଜା ପାଇବେ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସାରା ଦେଶରେ ୫୦ଟି ସହରରେ ଏହିଭଳି ଫ୍ୟାନ୍‌ ପାର୍କ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟରେ ଶନିବାର ଓ ରବିବାର ଦୁଇଦିନ ଧରି ଦେଶର ୫ଟି ସହର ଯଥା:- ମହାରାଷ୍ଟ୍ରର କୋହ୍ଲାପୁର, ତେଲେଙ୍ଗାନାର ୱାରାଙ୍ଗାଲ, ହିମାଚଳ ପ୍ରଦେଶର ହମିରପୁର, ମଧ୍ୟ ପ୍ରଦେଶର ଭୋପାଳ ଏବଂ ଓଡ଼ିଶାର ରାଉରକେଲାରେ ଆୟୋଜିତ ହେଉଛି ଫ୍ୟାନ୍‌ ପାର୍କ।

ଶନିବାର ଏହି ଫ୍ୟାନ୍‌ ପାର୍କରେ ଦର୍ଶକମାନେ ମୋହାଲିଠାରେ  ପଞ୍ଜାବ କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହେବକୁ ଥିବା ଖେଳର ମଜା ନେଇପାରିବେ। ଏଥିପାଇଁ ସନ୍ଧ୍ୟା ୬ଟା ୩୦ରୁ ପଡ଼ିଆରେ ପ୍ରବେଶ ପାଇଁ ଅନୁମତି ମିଳିବ। ସେହିଭଳି ରବିବାର  କୋଲକାତାଠାରେ କୋଲକାତା ନାଇଟ ରାଇଡର ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ହେବାକୁ ଥିବା ଖେଳ ସହିତ ମୁମ୍ବାଇରେ ହେବାକୁ ଥିବା ମୁମ୍ବାଇ ଇଣ୍ଡିଆନସ ଏବଂ ଚେନ୍ନଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳ ଦେଖିବାର ସୁଯୋଗ ପାଇବେ। ଏଥିପାଇଁ ପଡ଼ିଆର ପ୍ରବେଶ ସମୟରେ ରହିଛି ଅପରାହ୍ଣ ୨ଟା ୩୦। ଏହି ଫ୍ୟାନ ପାର୍କ ମାଧ୍ୟମରେ କ୍ରିକେଟ ପ୍ରେମୀ ଅନେକ ମଜାଦାର ଓ ଆକର୍ଷଣୀୟ ସୁବିଧା ପାଇପାରିବେ ବୋଲି ବିସିସିଆଇର ପ୍ରତିନିଧି ଅମିତ ସିଦ୍ଧେସ୍ୱର କହିଛନ୍ତି।

ରାଉରକେଲା ଇସ୍ପାତ କାରଖାନା ସହଯୋଗରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସହରବାସୀଙ୍କୁ ମନୋରଞ୍ଜନର ଭରପୁର ସୁଯୋଗ ଦେବ ବୋଲି ଆୟୋଜକମାନେ କହିଛନ୍ତି। ଏହି ଅବସରରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଆର୍‌ଏସ୍‌ପି କ୍ରୀଡ଼ା ବିଭାଗର ସହକାରୀ ପ୍ରବନ୍ଧକ ରଘୁନନ୍ଦନ ପାଢ଼ୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!