ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଅବହେଳିତ ବର୍ଗର ଯୁବପ୍ରତିଭାମାନଙ୍କ ପାଇଁ ହକି ପ୍ରଶିକ୍ଷଣ କାର୍ଯ୍ୟକ୍ରମ
1 min read
କର୍ପୋରେଟ ସାମାଜିକ ଦାୟିତ୍ଵର ଅଂଶସୂରୂପ ସେଲ୍ ରାଉରକେଲା ଇସ୍ପାତ କାରଖାନା, ରାଉରକେଲାର ଆଖପାଖ ଅଂଚଳର ୭୦ ଜଣ ଅବହେଳିତ ବର୍ଗର ପିଲାମାନଂକ ପାଇଁ ଏକ ବ୍ୟାପକ ହକି ତାଲିମ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ କରିଛି। ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହୋଇଥିବା ଏହି ୧୫ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ହକି ଖେଳାଳି ତଥା ସେଲ୍ ହକି ଏକାଡେମୀର ପୂର୍ବତନ କ୍ୟାଡେଟ ଜୟରାମ ଲାକ୍ରାଙ୍କୁ ଏଥିନିମନ୍ତେ ନିୟୋଜିତ କରାଯାଇଥିଲା, ଯେଉଁଥିରେ ତାଙ୍କର ଅନ୍ତଃରାଷ୍ଟ୍ରୀୟ ପ୍ରଦର୍ଶନ ଓ କଳା-କୌଶଳ ଯୁବପ୍ରତିଭାମାନଙ୍କୁ ହକି କ୍ଷେତ୍ରରେ ସାମୁଦାୟିକ ବିକାଶ ଏବଂ ସଶକ୍ତିକରଣ କରିବାରେ ଏକ ବିଶେଷ ମଞ୍ଚ ପ୍ରଦାନ କରିବ ।

ବିଜୁ ପଟ୍ଟନାଏକ ହକି ଷ୍ଟାଡିୟମଠାରେ ଆୟୋଜିତ ତାଲିମ କାର୍ଯ୍ୟକ୍ରମର ସମାପନ ସମାରୋହରେ ସହରସେବା ବିଭାଗର ମୁଖ୍ୟ ମହାପ୍ରବନ୍ଧକ ପ୍ରତପ କୁମାର ସ୍ଵାଇଁ, ସିଏସ୍ଆର ବିଭାଗର ମହାପ୍ରବନ୍ଧକ ସୁଶ୍ରୀ ମୁନ୍ମୁନ୍ ମିତ୍ର, କ୍ରୀଡ଼ା ବିଭଗର ମହାପ୍ରବନ୍ଧକ ରାକେଶ ବର୍ମା ଓ ଆର୍ଏସ୍ପିର ଅନ୍ୟ ବରିଷ୍ଠ ଅଧିକାରୀମାନେ ମଧ୍ୟ ଏଥିରେ ଉପସ୍ଥିତ ଥିଲେ । ଏହି ଅବସରରେ, ପ୍ରୋତ୍ସାହନର ସ୍ଵୀକୃତି ସ୍ଵରୂପ ଯୁବପ୍ରତିଭାମାନଙ୍କୁ ହକି ଷ୍ଟିକ୍ ପ୍ରଦାନ କରାଯାଇଥିଲା ।