ଶ୍ରୀରାମ ମୟ ରାଉରକେଲା
1 min read
ପୁରୀ ଶ୍ରୀକ୍ଷେତ୍ର ରେ ଜଗନ୍ନାଥଙ୍କ ଧାମରେ ପ୍ରଭୁ ବଳଭଦ୍ର, ମାତା ସୁଭଦ୍ରା, ପ୍ରଭୁ ଜଗନ୍ନାଥ ଓ ସୁଦର୍ଶନଙ୍କ ପୂଜା ଅର୍ଚନା ଓ ପରିକ୍ରମା କାର୍ଯ୍ୟକ୍ରମ ର ପୂର୍ଣ୍ଣାହୁତି ଅଛିI ସେହି ଉଦ୍ୟେଶ୍ୟରେ ସାରା ବିଶ୍ୱ ରେ ଥିବା ଜଗନ୍ନାଥ ପ୍ରେମୀ ଭକ୍ତ ମାନେ ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ଲୋଡ଼ିବା ପାଇଁ ବିଶ୍ୱରେ ଯେତେ ଭି ଜଗନ୍ନାଥ ମନ୍ଦିର ଅଛି ସେହିଠାରେ ପୂଜା ଅର୍ଚନା କରି ଆଶୀର୍ବାଦ ନେଇଥିଲେ। ଏହି ଉଦ୍ୟେଶ୍ୟରେ ଆଜି ହନୁମାନ ବାଟିକା ପ୍ରାଙ୍ଗଣରେ ଥିବା ଜଗନ୍ନାଥ ମନ୍ଦିର ପରିସରରେ ମହା ଆଡମ୍ବରରେ ପରିକ୍ରମା କାର୍ଯ୍ୟକ୍ରମ ରେ ହନୁମାନ ଚାରିଟେବୁଲ ଟ୍ରଷ୍ଟ ତରଫରୁ ପୂଜା ଅର୍ଚନା ପୁର୍ନାହୂତି ଓ ପ୍ରସାଦ ସେବନ ର ଆୟୋଜନ କରାଯାଇଥିଲା। ସେଥିରେ ଟ୍ରଷ୍ଟ ବୋର୍ଡ଼ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ଦିଲୀପ ରାୟ ଓ ସାଧାରଣ ସମ୍ପାଦକ ସୁବ୍ରତ ଓରଫ ଶୁଭ ପଟ୍ଟନାୟକ ଓ ଅନ୍ୟାନ୍ୟ ଟ୍ରଷ୍ଟି ମେମ୍ବର ଉପସ୍ଥିତ ରହି ପ୍ରଭୁ ଜଗନାଥଙ୍କ ନିକଟରେ ଏହି ପ୍ରାର୍ଥନା କରିଥିଲେ ଯେ, ସମସ୍ତ ଓଡ଼ିଶାବାସୀ , ରାଉରକେଲାବାସୀ ତଥା ବିଶ୍ୱର ସମସ୍ତ ଜନସାଧାରଙ୍କର ଦୀର୍ଘାୟୁ କାମନା ଭିକ୍ଷା କରିଥିଲେ।