ଆର୍ଏସପି ଦ୍ୱାରା ଆୟୋଜିତ ‘ମକର ମହୋତ୍ସବ’ରେ ରାଉରକେଲାବାସୀଙ୍କ ଉତ୍ସାହପୂର୍ଣ୍ଣ ଯୋଗଦାନ
1 min read
ମନମୋହିଲା ପାରମ୍ପରିକ ଓ ଲୋକନୃତ୍ୟ ପ୍ରଦର୍ଶନ
ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ଜାନୁଆରୀ ୧୪ ତାରିଖରେ ସେକ୍ଟର ୧୩ ମେଳଣ ପଡିଆରେ ଆୟୋଜିତ ‘ମକର ମହୋତ୍ସବ’ରେ ବିଶାଳ ସାଂସ୍କୃତିକ ଉତ୍ସବ ଏବଂ ହର୍ଷୋଲ୍ଲାସ ପରିଲକ୍ଷିତ ହୋଇଥିଲା। ସଂଗୀତ, ନୃତ୍ୟ, ଆନନ୍ଦଉଲ୍ଲାସ, ଉତ୍ସବ ଏବଂ ଉତ୍ସାହରେ ମୁଖରିତ ଏହି ଚଳଚଞ୍ଚଳ ଉତ୍ସବରେ ହଜାର ହଜାର ରାଉରକେଲାବାସୀ ଭିଡ଼ ଜମାଇଥିଲେ। ‘ମକର ମହୋତ୍ସବ’ର ଉଦ୍ଦେଶ୍ୟ ଥିଲା ବିଭିନ୍ନ ସାଂସ୍କୃତିକ ଉତ୍ସବକୁ ଏକ ମଞ୍ଚରେ ଏକାଠି କରିବା ଯାହାଦ୍ୱାରା ବିଭିନ୍ନ ବର୍ଗର ଲୋକମାନେ‘ ବିବିଧତାରେ ଏକତାର ଭାବପ୍ରବଣତାରେ ନିମଜ୍ଜିତ ହୋଇପାରିବେ।

ଏଥିରେ ଓଡ଼ିଶା ସରକାରଙ୍କ ଶ୍ରମ ଏବଂ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ସାରଦା ପ୍ରସାଦ ନାୟକ, ସୁନ୍ଦରଗଡ ସାଂସଦ ଜୁଏଲ ଓରାମ, ରଘୁନାଥପାଲ୍ଲୀ ବିଧାୟକ ସୁବ୍ରତ ତରାଇ, ଆରଏସପି ଓ ବୋକାରୋ ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ, ଦୀପିକା ମହିଳା ସଂଘତିର ଅଧ୍ୟକ୍ଷା ସୀମା ଦେବ ଭୌମିକ, ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପି କେ ସାହୁ, ସାମଗ୍ରୀ ପରିଚାଳନା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ସୋମନାଥ ତ୍ରିପାଠୀ, ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ବି କେ ହୋତା, ଖଣି ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଆଲୋକ ବର୍ମା, ବିତ୍ତ ଓ ଲେଖା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଏ କେ ବେହୁରିଆ, ଦୀପିକା ମହିଳା ସଂଘତିର ଉପାଧ୍ୟକ୍ଷା ସମାପିକା ସାହୁ, ଡକ୍ଟର ସୁସ୍ମିତା ଦାସ ଏବଂ ଶ୍ରୀମତୀ ନମ୍ରତା ବର୍ମା, ସହର ପ୍ରଶାସନ ଓ ସିଏସଆର ବିଭାଗର ସିଜିଏମ ପି କେ ସ୍ଵାଇଁ, ଆରଏସପି ତଥା ଅନ୍ୟ କେନ୍ଦ୍ର ଓ ରାଜ୍ୟ ସରକାରର ବରିଷ୍ଠ ଅଧିକାରୀ, ରାଉରକେଲା ଶିଳ୍ପ ଓ ବଣିକ ସଂଘ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନର କର୍ମକର୍ତ୍ତା ଏହି ଉତ୍ସବରେ ଯୋଗ ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ, ସାଂସ୍କୃତିକ ଗୋଷ୍ଠୀ , ସାମାଜିକ ସଂଗଠନ, ଶିକ୍ଷାନୁଷ୍ଠାନ ଆଦି ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଉତ୍ସବ ପ୍ରବେଶ ପଥରେ ସ୍ଥିତ ମଣ୍ଡପରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପ୍ରତିମା ମାଧ୍ୟମରେ ଶ୍ରୀଜିଉଙ୍କ ମକର ଚୌରାସିଆ ବେଶରେ ସ୍ଥାପନା କରାଯାଇଥିଲା।

ଏହା ସହିତ ମକର ସଂକ୍ରାନ୍ତି ପର୍ବରେ ଓଡ଼ିଶାରେ ପ୍ରସ୍ତୁତ ପାରମ୍ପାରିକ ସୁସ୍ବାଦୁ ମକର ଚାଉଳ ବିତରଣ ଉତ୍ସବର ଅନ୍ୟ ବିଶେଷ ଆକର୍ଷଣ ଥିଲା। ଏହି ଉତ୍ସବରେ ଯୋଗ ଠାରୁ ଆରମ୍ଭ କରି ଶାସ୍ତ୍ରୀୟ, ଲୋକ ଏବଂ ଆଦିବାସୀ ନୃତ୍ୟ ପର୍ଯ୍ୟନ୍ତ, ରଙ୍ଗୋଲି ଠାରୁ ଆରମ୍ଭ କରି ମେହେନ୍ଦୀ ଏବଂ ମୁଖ ଚିତ୍ର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ପ୍ରଦର୍ଶନ ଦର୍ଶକଙ୍କୁ ବେଶ ଆକର୍ଷିତ କରିଥିଲା।

ଏହି କାର୍ଯ୍ୟକ୍ରମରେ ପାରମ୍ପାରିକ ଖାଦ୍ୟ ସାମଗ୍ରୀ ସହିତ ସୁସ୍ଵାଦୁ ବ୍ୟଞ୍ଜନର ଆକର୍ଷଣୀୟ ପ୍ରଦର୍ଶନ ବହୁ ସଂଖ୍ୟାରେ ଜନତାଙ୍କୁ ଆକର୍ଷିତ କରିବା ସହିତ ଉତ୍ସବର ପରିବେଶକୁ ଚଳଚଞ୍ଚଳ ଗଢିଥିଲା। ବାଲୁକା ଚିତ୍ରକଳା ଏବଂ କବାଡି ଖେଳ ଉତ୍ସବର ଅନ୍ୟ ପ୍ରମୁଖ ଆକର୍ଷଣ ଥିଲା। ଏହି କାର୍ଯ୍ୟକ୍ରମର ଅନ୍ୟ ଏକ ପ୍ରମୁଖ ଆକର୍ଷଣ ଥିଲା ‘ଗୁଡ଼ିଉଡ଼ା କାର୍ଯ୍ୟକ୍ରମ’। ଏଥିରେ ବହୁ ସଂଖ୍ୟାରେ ପିଲା ଓ ବୟସ୍କମାନେ ଅଂଶଗ୍ରହଣ କରିଥିଲେ ।

ଉଦୀୟମାନ ଗାୟକମାନେ କାରିଓକେ ଟ୍ରାକରେ ସଙ୍ଗୀତ ପରିବେଷଣ କରିଥିଲେ। ଏହା ସହିତ ବିଭିନ୍ନ ଥିମ୍ ସହିତ ସ୍ଥାନିତ ସେଲଫି-ପଏଣ୍ଟଗୁଡିକ ମଧ୍ୟ ଲୋକପ୍ରିୟ ଆକର୍ଷଣ ହୋଇଥିଲା ଯାହା ସ୍ମରଣୀୟ ମୂହୁର୍ତ୍ତଗୁଡିକ ବାନ୍ଧି ରଖିବାକୁ ଆଗ୍ରହୀ ଅଂଶଗ୍ରହଣକାରୀଙ୍କୁ ସୁଯୋଗ ପ୍ରଦାନ କରିଥିଲା।

ଉତ୍ସବର ଉଦ୍ଯାପନୀ ସମାରୋହରେ ଶ୍ରେଷ୍ଠ ଅଂଶଗ୍ରହଣକାରୀଙ୍କୁ ଶ୍ରୀ ଭୌମିକ ଓ ଶ୍ରୀମତୀ ଭୌମିକ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ପୁରସ୍କାର ପ୍ରଦାନ କରିଥିଲେ।