ସରକାରୀ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପାନପୋଷରେ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଉଦ୍ଘାଟିତ
1 min read
ଯୁକ୍ତ ଦୁଇ ବର୍ଗର ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଯୋଜନା। ଏହି କୌଶଳ ଶିକ୍ଷା କରିଥିଲେ ଯେକୌଣସି ପରିସ୍ଥିତିରେ ବାଳିକାମାନେ ନିଜକୁ ରକ୍ଷା କରି ପାରିବେ। ଏହି କୌଶଳ ମାଧ୍ୟମରେ ଛାତ୍ରୀମାନଙ୍କୁ ସଶକ୍ତ କରାଯିବା ସହ ସେମାନଙ୍କ ଉପରେ ହେଉଥିବା ଶାରିରୀକ ଆକ୍ରମଣକୁ ସେମାନେ ପ୍ରତିହତ କରିବା ସହ ନିଜକୁ ସୁରକ୍ଷିତ ରଖିପାରିବେ।

ଏହା ସହିତ ବାଳିକାମାନେ ନିଜକୁ ବିଭିନ୍ନ ସମୟରେ ସୁରକ୍ଷିତ ରଖିବା ପାଇଁ ନିଜ ମଧ୍ୟରେ ମାନସିକଭାବେ ଦୃଢ଼ ହୋଇପାରିବେ ଏହି କ୍ରମରେ ସରକାରୀ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପାନପୋଷରେ ରାଣୀ ଲକ୍ଷ୍ମୀବାଇ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଶନିବାର ଉଦ୍ଘାଟିତ ହୋଇଛି। ଏହି କାର୍ଯ୍ୟକ୍ରମକୁ ବିଦ୍ୟାଳୟର ମୁଖ୍ୟ ପ୍ରଫେସର ଡ ବିଜୟ କୁମାର ବେହେରା ଉଦ୍ଘାଟନ କରିଥିଲାଲେ। କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଅଧ୍ୟାପିକା ମମତା ବାକ୍ସଲା ଏବଂ ସହ ସଂଯୋଜିକା ଅଧ୍ୟାପିକା ନମିତା ସ୍ବାଇଁଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଚାଲିଛି।

ଆସନ୍ତା ୧୫ଟି କାର୍ଯ୍ୟଦିବସ ପାଇଁ ଚାଲିବାକୁ ଥିବା ଏହି ଶିବିର ମାଧ୍ୟମରେ ଯୁକ୍ତ ଦୁଇ ବର୍ଗର ଛାତ୍ରୀମାନେ ଲାଭାନ୍ବିତ ହେବେ ବୋଲି ପ୍ରଫେସର ଡ ବେହେରା ଆଶାବ୍ୟକ୍ତ କରିଛନ୍ତି। ଏହି ଅବସରରେ ପ୍ରଥମ ଦିନରେ ହୋଇଥିବା ଶିବିରରେ ମୋଟ ୧୦୩ଜଣ ଛାତ୍ରୀ ଯୋଗଦେଇଛନ୍ତି। ଶିବିରକୁ ରାଜ୍ୟ ଉଚ୍ଚ ଶିକ୍ଷା ବିଭାଗ ଏବଂ ଓସେପା ପକ୍ଷରୁ ନିଯୁକ୍ତ ପ୍ରଶିକ୍ଷିକା ଦୁଲାଣି ମୁଣ୍ଡାରି ଓ ମହିମା ସୁନ୍ଦରୀ ମଲ୍ଲିକ ପରିଚାଳନା କରୁଛନ୍ତି। ଆସନ୍ତା ଦିନରେ ଏଥିରେ ଅଧିକରୁ ଅଧିକ ଛାତ୍ରୀ ଯୋଗଦେବା ପାଇଁ ଅଧ୍ୟାପିକା ମମତା ବାକ୍ସଲା ଆହ୍ବାନ ଦେଇଛନ୍ତି।