ଲାଠିକଟା ଅଞ୍ଚଳରେ ସିରିଜ ଦୁର୍ଘଟଣା: କୁହୁଡି ପାଲଟିଛି ମୃତ୍ୟୁ ର ଦୂତ
1 min read
ମଙ୍ଗଳବାର ସକାଳ ପ୍ରାୟ ସାତ ଟା ସମୟରେ ଲାଠିକଟା ବ୍ଲକ ନିକଟ କୁଚେଇତା ପୋଲ ଉପରେ ତିନୋଟି ଟ୍ରକ ଦୃଘଟଣା ର ସମ୍ମୁଖୀନ ହୋଇଛି। ପ୍ରତାକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଏକ ଟ୍ରକ ରାଉରକେଲା ରୁ ବାରକୋଟ ଅଭିମୁଖେ ଯାଉଥିବା ବେଳେ ଅନ୍ୟ ପଟୁ ଆସୁଥିବା ଟ୍ରକ ସହ ପିଟି ହୋଇ ଯିବାରୁ ଦୁର୍ଘଟଣା ଘଟିଥିଲା।

ପରେ ପରେ ଆଉ ଏକ ଟ୍ରକ ଏହି ଦୁଇଟି ଟ୍ରକ ସହ ବାଡେଇ ହୋଇ ଯିବାରୁ ଟ୍ରକ ରେ ଥିବା ଖଲାସୀ ସାମାନ୍ୟ ଆହତ ହୋଇଥିବା ଖବର ମିଳିଛି। ପୁଲିସ ଘଟଣା ସ୍ଥଳ ରେ ପହଞ୍ଚି ଟ୍ରକ ଗୁଡିକୁ ପୋଲ ଉପରୁ ହଟାଇବା ପରେ ଏହି ରାସ୍ତାରେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଥିଲା।