ଅନ୍ୱେଷା ଛାତ୍ରାବାସର ନାବାଳକ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
1 min read
ଛେଣ୍ଡ୍ ଥାନା ଅନ୍ତର୍ଗତ ବିଶ୍ରା ମୁଣ୍ଡା ହକି ଷ୍ଟାଡିୟମ୍ ନିକଟରେ ବିପିୟୁଟିକୁ ପାଚେରୀ ପାଖରେ ଥିବା ସରକାରୀ ଅନ୍ୱେଷା ଛାତ୍ରାବାସର ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ହୋଇଛି। ସପ୍ତମ ଶ୍ରେଣୀରେ ପଢ଼ୁଥିବା ଏହି ଛାତ୍ରଜଣକର ଝୁଲନ୍ତା ମୃତଦେହକୁ ଉଦ୍ଧାର କରାଯାଇଛି। ମୃତକ ଗୁରୁଣ୍ଡିଆ ବ୍ଲକ୍ ସୋଲ ଗ୍ରାମର ବୋଲି ସୂଚନା ମିଳିଛି।

ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ଛେଣ୍ଡ୍ ଥାନା ପକ୍ଷରୁ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ପ୍ରାଥମିକ ତଦନ୍ତ କରିବା ସହ ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଛାତ୍ର ଜଣକ ସହରର ଏକ ଘରୋଇ ବିଦ୍ୟାଳୟରେ ପଢ଼ୁଥିଲାବେଳେ ସୋମବାର ସେ ବିଦ୍ୟାଳୟରେ ଅନୁପସ୍ଥିତ ଥିଲେ। ମୃତଦେହ ଝୁଲୁଥିବା ଅନ୍ୟ ଅନ୍ତେବାସୀମାନେ ଦେଖି ସୂଚନା ଦେଇଥିଲେ। ମୃତକ ନାବାଳକର ମୃତ୍ୟୁର କାରଣ ଜଣାପଡ଼ିନାହିଁ। ଏ ସମ୍ପର୍କରେ ମୃତକର ପରିବାରବର୍ଗଙ୍କ ପ୍ରତିକ୍ରିୟା ମିଳିପାରିନାହିଁ। ଘଟଣା ସମ୍ପର୍କରେ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି।