ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନଙ୍କ ସହିତ ବିଜେଡି ପ୍ରତିନିଧି ମଣ୍ଡଳୀ ସୁନ୍ଦରଗଡ ଏସପି ଙ୍କୁ ଭେଟି ନୂତନ ବର୍ଷ ର ଅଭିନନ୍ଦନ ସହିତ ବିଭିନ୍ନ ସମସ୍ୟା ଜଣେଇଲେ !

1 min read
Spread the love

ସୁନ୍ଦରଗଡ
ଆଜି ସୁନ୍ଦରଗଡ ଠାରେ ଜିଲ୍ଲାର ବରିଷ୍ଠ ବିଜେଡିନେତା,ପୂର୍ବତନ ମନ୍ତ୍ରୀ, ପୂର୍ବତନ ରାଜଗାଙ୍ଗପୁର ବିଧାୟକ, ପୂର୍ବତନ ଜିଲ୍ଲା ବିଜେଡି ସଭାପତି ତଥା ରାଜ୍ୟ ବିଜେଡି ଉପସଭାପତି ମଙ୍ଗଳା କିଷାନଙ୍କ ସହିତ ସୁନ୍ଦରଗଡ ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଏସପି ପ୍ରତ୍ୟୁଷ ଦିୱାକର ( ଆଇପିଏସ ) ଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଇଂରାଜୀ ନୂତନବର୍ଷ ର ଅଭିନନ୍ଦନ ଜଣେଇ ପୁଷ୍ପଗୁଚ୍ଛ ଦେଇ ନୂତନବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜଣେଇଵା ସହିତ ଜନସାଧାରଣଙ୍କ ସୁବିଧା ନିମନ୍ତେ ବିଭିନ୍ନ ସମସ୍ୟା ଜଣେଇ ତାର ସମାଧାନ ପାଇଁ ଦାବି କରି ଥିଲେ ! ସମସ୍ୟା ଗୁଡ଼ିକ ମଧ୍ୟ୍ୟରେ ସହର ଭିତରେ ଏବଂ ରାଜ୍ୟ ରାଜପଥ କଡ଼ରେ ପାର୍କିଂ କରୁଥିବା ଗାଡିଗୁଡ଼ିକ ପାଇଁ ଅନେକ ସମସ୍ୟା ଉପୁଜୁଥିବା ବେଳେ ବହୁତ ଦୁର୍ଘଟଣା ଘଟି ଅନେକ ମୂଲ୍ୟବାନ ଜୀବନ ଗୁଡ଼ିକ ଅକାଳରେ ଚାଲିଯାଉଛି !

ତେଣୁ ଏହି ବେଆଇନ ଗାଡ଼ି ପାର୍କିଂ ଗୁଡ଼ିକ ହଟା ଯିବା ! ବାଇକ ଗୁଡିକରେ ବିକଟାଲ ଶବ୍ଦ କରୁଥିବା ସାଇଲେନ୍ସର ବ୍ୟବହାର କରୁଥିବା ବାଇକ ଚାଳକଙ୍କୁ ଧରିବା ସହିତ ସାଙ୍ଗେ ସାଙ୍ଗେ ତାଙ୍କ ବାଇକରୁ ଉକ୍ତ ସାଇଲେନ୍ସରଗୁଡ଼ିକ କାଢ଼ିବା ସହିତ ସେମାନଙ୍କ ଠାରୁ ଜରିମାନା ଆଦାୟ କରାଯାଉ ! ଚୋରି ବୃଦ୍ଧି ପାଉଥିବାରୁ ଏହାକୁ ରୋକିବା ପାଇଁ ବିଶେଷ ଧ୍ୟାନ ଦିଆଯିବା ସହିତ ପୋଲିସ ପେଟ୍ରୋଲିଙ୍ଗକୁ କଡ଼ାକଡ଼ି କରାଯାଉ ଏବଂ ପ୍ରତ୍ୟେକ ଗଲିକନ୍ଧିରେ ପେଟ୍ରୋଲିଙ୍ଗ ଗାଡି ପଇଁତରା ମାରୁ !ଦାବି ଗୁଡ଼ିକ ଶୁଣିବା ପରେ ଏସପି ମହୋଦୟ ପ୍ରତିଉତ୍ତରରେ ସେ ମଧ୍ୟ୍ୟ ସମସ୍ତଙ୍କୁ ନୂତନବର୍ଷର ଶୁଭେଚ୍ଛା ଓ ଶୁଭକାମନା ଜଣେଇଥିଲେ ଏବଂ ଖୁବଶୀଘ୍ର ଦାବି ଗୁଡ଼ିକ ସବୁ ନିଶ୍ଚୟ କାର୍ଯ୍ୟକାରି ହେବ ବୋଲି ନିର୍ଭର ପ୍ରତିଶୃତି ଦେଵା ସହିତ ଏଥିରେ ଆପଣମାନଙ୍କ ସାହାଯ୍ୟ ଓ ସହଯୋଗ ମଧ୍ୟ୍ୟ ଦରକାର ବୋଲି କହିଥିଲେ ! ଏହି ଆଲୋଚନା ସମୟରେ ପୂର୍ବତନ ମନ୍ତ୍ରୀ ମଙ୍ଗଳା କିଷାନଙ୍କ ସହିତ ବିଜେଡି ପ୍ରତିନିଧି ମଣ୍ଡଳୀରେ ବିଜେଡିର ବରିଷ୍ଠନେତା ତଥା ଜିଲ୍ଲା ବିଜେଡି ଉପସଭାପତି ଜୟ ନାରାୟଣ ତ୍ରିପାଠୀ, ପୂର୍ବତନ ନଗରପାଳ ତଥା ଜିଲ୍ଲା ବିଜେଡି ଉପସଭାପତି ବେଣୁଧର ତାଣ୍ଡିଆ, ସୁନ୍ଦରଗଡ ବିଜେଡି ଟାଉନ ସଭାପତି ତଥା ଉପନରପାଳ ଲଲାଟେନ୍ଦୁ ପରିଡ଼ା, ବୁବୁନ ଧଳ ପ୍ରମୁଖ ଉପସ୍ଥିତ ଥିଲେ !

Leave a Reply

Your email address will not be published. Required fields are marked *

error: Content is protected !!