ପ୍ରେମିକ ଘରେ ଜଳିଗଲେ ନାବାଳିକା ପ୍ରେମିକା

1 min read
Spread the love

ରାଉରକେଲା– ପ୍ରେମିକ ଘରେ ଜଳିଗଲେ ନାବାଳିକା ପ୍ରେମିକା ଏଭଳି ଏକ ଘଟଣା ଘଟିଛି ରାଉରକେଲା ଉପକଣ୍ଠ ବିଶ୍ରା ଅଞ୍ଚଳରେ । ଏହା ଆତ୍ମହତ୍ୟା ନା ଦୁର୍ଘଟଣା ଏହାକୁ ନେଇ ବର୍ତ୍ତମାନ ତେଜିଛି ପ୍ରଶ୍ନ । ସୂଚନାଯୋଗ୍ୟ ଯେ ଜଣେ ଦୂର ସମ୍ପର୍କୀୟ ଯୁବକଙ୍କ ସହ ଜଣେ ନାବାଳିକାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ତେବେ ଯୁବକ ଜଣକ ବିବାହ ପାଇଁ ମନା କରିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ମଧ୍ୟ ହୋଇଥିଲା । ଏସବୁ ଭିତରେ ନାବାଳିକା ଜଣକ ଯୁବକଙ୍କ ଘରକୁ ଯାଇଥିବା ବେଳେ କୌଣସି କାରଣରୁ ତାଙ୍କ ଦେହରେ ନିଆଁ ଲାଗିଯାଇଥିଲା ।

ପ୍ରାୟ ଦଶଦିନ ଧରି ଜୀବନ ସହ ସଂଗ୍ରାମ କରିବାପରେ ନାବାଳିକାଙ୍କ ମୃତ୍ୟୁ ହୋଇଯାଇଛି । ତାଙ୍କୁ ନିଆଁରେ ପୋଡ଼ି ହତ୍ୟା କରାଯାଇଛି ନା ସେ ଆତ୍ମହତ୍ୟା କରିଛନ୍ତି ତାହା ଏବେ ତଦନ୍ତାଧୀନ । ଓଡ଼ିଶା ଝାଡ଼ଖଣ୍ଡ ସୀମାକୁ ଲାଗିଥିବା ବିଶ୍ରା ଥାନା ଅନ୍ତର୍ଗତ ସୋରଡ଼ା ପିତ୍ତଳ ଗାଁରେ ଘଟିଥିବା ଏହି ସମ୍ବେଦନଶୀଳ ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ହାତିବାରୀ ଥାନା ଅଞ୍ଚଳର ଏହି ୧୭ ବର୍ଷୀୟ ନାବାଳିକାଙ୍କ ମାଉସୀ ଝିଅ ଭଉଣୀର ଦିଅର ବା ନାବାଳିକା ଙ୍କ ପ୍ରେମିକ ହେଉଛନ୍ତି ସୋରଡ଼ା ପିତ୍ତଳ ଗାଁର ଶୁକନାଥ ସିଂହ( ୨୭) । ନାବାଳିକା ତାଙ୍କ ଭଉଣୀ ଘରକୁ ଯିବାଆସିବା କରୁଥିବା ସମୟରେ ଶୁକନାଥଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ଗତ ଦୁଇବର୍ଷ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା । ସୂଚନା ଅନୁସାରେ ଗତ କିଛି ମାସ ହେଲା କୁଆଡ଼େ ନାବାଳିକା ବିବାହ ପାଇଁ ଜିଦ ଧରିଥିଲେ ଏହା ପରଠାରୁ ଉଭୟଙ୍କ ପ୍ରେମ ସମ୍ପର୍କରେ ଫାଟ ଦେଖା ଦେଇଥିଲା । ଏବଂ ନିୟମିତ ଝଗଡ଼ା ହେଉଥିଲା । ଗତ ୨୮ ତାରିଖରେ ନାବାଳିକା ଏକୁଟିଆ ଏକ ବସ୍‌ରେ ଯାଇ ଶୁକନାଥଙ୍କ ଘରେ ପହଞ୍ଚିଥିଲେ । ସେଠାରେ ବିବାହକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ତେବେ କିଛି ସମୟ ପରେ ହଠାତ୍ ତାଙ୍କ ଦେହରେ ନିଆଁ ଲାଗି ଯାଇଥିବା ସୂଚନା ରହିଛି । ତେବେ ଏଠାରେ ପ୍ରଶ୍ନ ହେଉଛି ନିଆଁ ନାବାଳିକା ଙ୍କ ଉପରେ ଲାଗିଲା କିଭଳି ଏବଂ କେଉଁ ପରିସ୍ଥିତିରେ ତାହା ଏବେ ବଡ଼ ପ୍ରଶ୍ନ । ତେବେ ନିଆଁ ଲାଗିବ ପରେ ପ୍ରେମିକ ପରିବାର ଲୋକେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଖବର ପାଇ ନାବାଳିକା ଙ୍କ ପରିବାର ମଧ୍ୟ ଡାକ୍ତରଖାନାରେ ପହଞ୍ଚିଥିଲା । ଗତ ବୁଧବାର ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ନାବାଳିକାଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଘଟଣା ପ୍ରଘଟ ହୋଇଥିଲା । ଅପରପକ୍ଷରେ ଝିଅକୁ ହତ୍ୟା କରାଯାଇଥିବା ନେଇ ପରିବାର ବର୍ଗ ବିଶ୍ରା ଥାନାରେ ଏତଲା ଦେଇଛନ୍ତି । ଏତଲାକୁ ଭିତ୍ତକରି ପ୍ରେମିକ ଶୁକଦେବ ଓ ତାଙ୍କ ବାପାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବିଶ୍ରା ପୋଲିସ। ଅନନ୍ତ ପଟ୍ଟନାୟକଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

error: Content is protected !!